Makar Sankranti 2024: ଗୁଡି ଉଡାଇବା ସମୟରେ ଅଘଟଣ, ବେକରେ ସୁତା ଲାଗି ୨ଗୁରୁତର
Advertisement

Makar Sankranti 2024: ଗୁଡି ଉଡାଇବା ସମୟରେ ଅଘଟଣ, ବେକରେ ସୁତା ଲାଗି ୨ଗୁରୁତର

Makar Sankranti 2024: ଆଜି କଟକ ବାଲିକୁଦା ଅଞ୍ଚଳରେ ଗୁଡି ଉଡାଉଥିବା ସମୟରେ ଗୁଡି ସୁତାରେ ଛନ୍ଦି ହୋଇ ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଦୁଇ ବ୍ୟକ୍ତି ଏକ ବାଇକରେ ଯାଉଥିବା ସମୟରେ ଗୁଡି ସୁତା ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ମିଳିଛି ।

Makar Sankranti 2024: ଗୁଡି ଉଡାଇବା ସମୟରେ ଅଘଟଣ, ବେକରେ ସୁତା ଲାଗି ୨ଗୁରୁତର

Makar Sankranti 2024: ଗୁଡି ଉଡାଇବା ପିଲାଙ୍କ ପାଇଁ ପଡିଛି ମହଙ୍ଗା । ଆଜି କଟକ ବାଲିକୁଦା ଅଞ୍ଚଳରେ ଗୁଡି ଉଡାଉଥିବା ସମୟରେ ଗୁଡି ସୁତାରେ ଛନ୍ଦି ହୋଇ ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଦୁଇ ବ୍ୟକ୍ତି ଏକ ବାଇକରେ ଯାଉଥିବା ସମୟରେ ଗୁଡି ସୁତା ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ ନିଆଳିର ଦୁଇ ଯୁବକ ଆଜି ବ୍ୟକ୍ତିଗତ କାର୍ଯ୍ୟରେ ବାଇକ ସାହାଯ୍ୟରେ ନିଆଳିରୁ କଟକ ଆସୁଥିଲେ । ବାଲିକୁଦାର ଏକ ଖୋଲା ସ୍ଥାନରେ ହଠାତ ବାଇକ୍ ଚାଳକଙ୍କ ବେକରେ ଲାଗିଥିଲା ଗୁଡି ସୁତା । ଏଥିସହିତ ଅନ୍ୟ ଜଣକଙ୍କ ହାତରେ ଗୁଡି ସୁତା ଛନ୍ଦି ହୋଇଯାଇଥିଲା । ଉଭୟେ ଘଟଣାସ୍ଥଳରେ ପଡିଯାଇଥିବା ସମୟରେ ସ୍ଥାନୀୟଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା । ଦୁଇ ଯୁବକଙ୍କୁ ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଆଜି ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଖୁବ ଧୁମଧାମର ସହିତ ମକର ଉତ୍ସବକୁ ପାଳନ କରାଯାଉଥିବା ସମୟରେ ଏପରି ଏକ ଅଘଟଣକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢିଛି । ମକର ସଂକ୍ରାନ୍ତିରେ ଗୁଡି ଉଡାଣ ପରମ୍ପରା ରହିଥିବା ସମୟରେ ଚଳିତଥର ସୁରକ୍ଷା ପାଇଁ ପଦକ୍ଷପ ନିଆଯାଇଥିଲା । କୌଣସି ବ୍ୟକ୍ତି ଗୁଡି ଉଡାଇବା ସମୟରେ ଚାଇନିଜ୍ କିମ୍ୱୀ ମାଞ୍ଜା ସୁତା ବ୍ୟବହାର ନକରିବାକୁ ଚେତାବନୀ ଦିଆଯିବା ସତ୍ୱେ ମଧ୍ୟ ଏହାକୁ ନମାନି ଉକ୍ତ ସୁତାରେ ଗୁଡି ଉଡାଯାଉଛି । ତେବେ ନିଷେଧ ସତ୍ୱେ ଏହି ସୁତା କିପରି ଦୋକାନରେ ଉପଲବ୍ଧ ହେଉଛି ଏବଂ ଗ୍ରାହକ କିପରି କିଣୁଛନ୍ତି ତାହା ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Also Read- Love Case: ୪ପିଲା ଓ ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ୫ପିଲାର ମା' ସହ ଫେରାର ସ୍ୱାମୀ, ଖୋଜୁଛି ପୋଲିସ

Also Read- Makar Sankranti 2024: ଆଜିଠୁ ବରୁଣେଶ୍ୱର ମେଳା, ପୀଠରେ ପ୍ରବଳ ଭିଡ