Puri News: ବିବାହ ବେଦୀରେ ପ୍ରେମିକାର (Girlfriend) ହାଇଡ୍ରାମା । ପ୍ରେମିକକୁ (Boyfriend) ସ୍ବାମୀ ରୂପେ ପାଇବାକୁ ପ୍ରେମିକା ଦେଲା ବେଦୀ ଉପରେ ଧାରଣା । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ପ୍ରେମିକର ଅନ୍ୟ କେଉଁଠି ବିବାହ(wedding) ହେଉଥିବା ଖବର ଜାଣିବା ପରେ ପ୍ରେମିକର ଦୁଆର ମୁହଁରେ ପହଞ୍ଚି ଥିଲା ପ୍ରେମିକା । ପଢନ୍ତୁ ପୂରା ରିପୋର୍ଟ...
Trending Photos
Puri News: ବିବାହ ବେଦୀରେ ପ୍ରେମିକାର (Girlfriend) ହାଇଡ୍ରାମା । ପ୍ରେମିକକୁ (Boyfriend) ସ୍ବାମୀ ରୂପେ ପାଇବାକୁ ପ୍ରେମିକା ଦେଲା ବେଦୀ ଉପରେ ଧାରଣା । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ପ୍ରେମିକର ଅନ୍ୟ କେଉଁଠି ବିବାହ(wedding) ହେଉଥିବା ଖବର ଜାଣିବା ପରେ ପ୍ରେମିକର ଦୁଆର ମୁହଁରେ ପହଞ୍ଚି ଥିଲା ପ୍ରେମିକା । ଆଉ ବାହାଘର ବନ୍ଧା ହୋଇଥିବା ବେଦୀ ଉପରେ ଅନସନରେ ବସିଛନ୍ତି ପ୍ରେମିକା। ପୁଅ ଜୀବନ ନଷ୍ଟ କରିଛି ସ୍ତ୍ରୀ ରୂପରେ ସ୍ୱିକାର କରୁ ନଚେତ ବେଦୀ ଉପରେ ଆତ୍ମହତ୍ୟା କରିବି ବୋଲି କହିଛନ୍ତି ଯୁବତୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ବଳଙ୍ଗା ଥାନା ଅଧିନ ତୋଟାସାହିରେ ବାସିନ୍ଦା ରମେଶ ଚନ୍ଦ୍ର ମିଲ୍ଲିକ । ସମ୍ପୃକ୍ତ ଯୁବତୀଙ୍କ ମଧ୍ୟ ସ୍ଥାନୀୟ ଅଞ୍ଚଳର। ଯୁବତୀଙ୍କ ଅଭିଯୋଗ ମୁତାବକ, ତାଙ୍କର ଭାଇଙ୍କର ଶଳା ହେଉଛନ୍ତି ରମେଶ । ଏଥି ପାଇଁ ରମେଶ ତାଙ୍କ ଘରକୁ ଯିବାଆସିବା କରୁଥିଲେ। ଏହି ଯିବା ଆସିବା ମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଯୁବତୀ ଜଣକ ମଧ୍ୟ ଦୁଇ ମାସରେ ଗର୍ଭବତୀ ହୋଇଥିଲେ। ପରେ ରମେଶ ତାଙ୍କୁ ବାଧ୍ୟ କରାଇ ଗର୍ଭପାତ ଔଷଧ ମଧ୍ୟ ଜବରଦସ୍ତ ଖୁଆଇ ଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବତୀ ଜଣକ ଥାନାରେ ଏତଲା ଦେଇଥିଲେ। ପରେ ଏହି ଘଟଣାରେ ରମେଶ ଜେଲ୍ ୪ ମାସ ଜେଲ୍ ଯାଇଥିଲେ। ଉଭୟ ପକ୍ଷର ଆପୋସୋ ବୁଝାବଣା ହୋଇଥିଲା। ସବ୍ରେଜିଷ୍ଟ୍ରାର କୋର୍ଟରୁ ଫର୍ମରେ ସ୍ବାକ୍ଷର କରାଇ ତାଙ୍କୁ ବେଲ୍ରେ ଆଣିବାକୁ ପରିବାର ଲୋକେ ଯୁବତୀଙ୍କୁ ବାଧ୍ୟ କରିଥିଲେ। ଜେଲରୁ ମୁକୁଳିବା ପରେ ରମେଶ ଆଉ ଧରାଛୁଆଁ ଦେଉ ନଥିଲେ। ଏବେ ରମେଶ ଅନ୍ୟତ୍ର ବିବାହ କରୁଥିବା ଶୁଣିବାକୁ ପାଇଲି।ପରେ ରମେଶଙ୍କ ଦୁଆରେ ପହଞ୍ଚି ତାଙ୍କ ବିବାହ ଅଟକାଇଛନ୍ତି ଯୁବତୀ। ଏପରିକି ଯୁବତୀ ଜଣକ ଥାନାର ଦ୍ବାରସ୍ତ ହୋଇଛନ୍ତି । ସୂଚନା ଅନୁସାରେ, ଗୁରୁବାର ରମେଶଙ୍କର ମଙ୍ଗନ ଥିଲା। ଆଜି(ଜୁଲାଇ ୧୪)ରେ ଯୁବକ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାର କାର୍ଯ୍ୟକ୍ରମ ରହିଛି।
ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଜପତି (Gajapati )ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ କେ, ଝାଲରସିଂ ଗାଁରେ । ପ୍ରେମିକାର ବିବାହ ଅନ୍ୟତ୍ର ଠିକ୍ ହେବାରୁ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ବନ୍ଧା ହୋଇଛି ପ୍ରେମିକ । ସୂଚନା ଅନୁସାରେ,ଖଜୁରୀପଦା ଫାଣ୍ଡି ଅଧିନସ୍ତ କେ,ଝାଲରସିଂ ଗାଁର ସିଣ୍ଟୁ ମିଶାଲ୍ ନାମକ ଜଣେ ଯୁବକ ନୁଆଁଗଡ ଅଞ୍ଚଳର ସବିତା (ଛଦ୍ମନାମ) ନାମକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ସବିତା ମଧ୍ୟ ସିଣ୍ଟୁଙ୍କୁ ପ୍ରେମ କରୁଥିଲେ । ଏହି ପ୍ରମରେ ହଜି ଯାଇଥିଲେ ଉଭୟ । ଉଭୟ ଏତେ ଆଗକୁ ବଢିଯାଇଥି୍ଲେ ଯେ, ବିବାହ ପାଇଁ ନିଷ୍ପତି ମଧ୍ୟ ନେଇଥିଲେ। ଏହାର ସୁଯୋଗ ନେଇ ସିଣ୍ଚୁ ସବିତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ସେହି ସମୟର ଭିଡିଓ ଓ ଫଟୋ (nude video)ମଧ୍ୟ ସବିତା ରଖିଥିଲେ। ପରେ ସିଣ୍ଟୁ ସବିତାଙ୍କୁ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଓ ଫଟୋ ମଧ୍ୟ ମାଗିଥିଲେ । ସିଣ୍ଟୁକୁ ବିଶ୍ବାସ କରି ସବିତା ନିଜ ପାଖରେ ରଖିଥିବା ଫଟୋ ଓ ଭିଡିଓ ସିଣ୍ଟୁଙ୍କୁ ଦେଇଥିଲେ। ସେପଟେ,ସବିତାଙ୍କ ଘର ଲୋକେ ତାଙ୍କ ବାହାଘର ଅନ୍ୟତ୍ର ଠିକ୍ କରିଥିଲେ । ଏକଥା ସିଣ୍ଚୁ ଶୁଣିବା ପରେ ନିଜ ରାଗ ସମ୍ଭାଳି ପାରିନ ଥିଲେ। ସବିତାଙ୍କ ବିବାହ ପ୍ରସ୍ତାବ ଭାଙ୍ଗିବା ପାଇଁ ପାଖରେ ଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲା। ଏହି ବିଷୟ ଜାଣିବା ପରେ ସବିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସାଇବର କ୍ରାଇମ ଆକ୍ଟ ଅନୁସାରେ ପ୍ରେମିକ ପ୍ରବର ସିଣ୍ଟୁକୁ ଗିରଫ କରିଛି। ଏହାସହ ଅଧିକ ତଦନ୍ତ ଆରମ୍ଭ କରିଛି ।