Weather Update: ପାଣିପାଗ ବିଭାଗର ସତର୍କ ଘଣ୍ଟି, ଏହି ସବୁ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ! ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ
Advertisement

Weather Update: ପାଣିପାଗ ବିଭାଗର ସତର୍କ ଘଣ୍ଟି, ଏହି ସବୁ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ! ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ

Weather Update:  ମୌସୁମୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା (rain) ଲାଗି ରହିଛି । ଗୁଳିଗୁଳିରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଥିବା ବେଳେ ଆଗକୁ ବଢିବ ବର୍ଷାର ପରିମାଣ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ (IMD )। ଚଳିତ ମାସ୍ ଅର୍ଥାତ୍ ଜୁଲାଇରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update: ମୌସୁମୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା (rain) ଲାଗି ରହିଛି । ଗୁଳିଗୁଳିରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଥିବା ବେଳେ ଆଗକୁ ବଢିବ ବର୍ଷାର ପରିମାଣ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ (IMD )। ଚଳିତ ମାସ୍ ଅର୍ଥାତ୍ ଜୁଲାଇରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ରବିବାର ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବର୍ଷାର ପରିମାଣ ବଢ଼ିପାରେ । ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି (thunderstorm) ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା,  କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଘୂର୍ଣ୍ଣିଝଡ ସହ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning)ଜାରି କରାଯାଇଛି ।

Also Read: Balasore Bus Accident: ଜଳେଶ୍ବରରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୪୦ରୁ ଅଧିକ ଯାତ୍ରୀ ଆହତ

Also Read: Horoscope Today 14 July 2023: ଏହି ୪ ରାଶି ରୁହନ୍ତୁ ସାବଧାନ୍, ଏହି ୩ ରାଶି ଉପରେ ଆଜି ହେବ ଟଙ୍କାର ବର୍ଷା! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ସେପଟେ, ପାଣିପାଗ ବିଭାଗ କହିଛି ଯେ, କିଛି ଦିନର ବିରତି ପରେ ଜୁଲାଇ ତୃତୀୟ ସପ୍ତାହରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ଘନଘନ ଲଘୁଚାପ ସୃଷ୍ଟି ସହ ଏଗୁଡ଼ିକ ଶକ୍ତିଶାଳୀ ହେବା ପାଇଁ ବଙ୍ଗୋପସାଗରରେ ସ୍ଥିତି ଅନୁକୂଳ ହେଉଛି । ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ୧୮ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହୋଇ ମାସ ଶେଷ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ପ୍ରଥମ ଲଘୁଚାପ ୧୮ ତାରିଖରେ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୪ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଭଲ ବର୍ଷା କରାଇବ ବୋଲି ପୂର୍ବାନୁମାନ କରାଯାଇଛି ।

Also Read: Shukra Gochar 2023: ଶୁକ୍ରଙ୍କ ଗୋଚର କାରଣରୁ ମାଲେମାଲ୍ ହେବେ ଏହି ତିନି ରାଶି!

ଚଳିତ ମୌସୁମୀ ଋତୁରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି  । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଅଧାରୁ ଅଧିକ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି । ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କଳାହାଣ୍ତି ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଛି। ତେବେ ଦେବଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ବୋଲି କହିଛି  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କଳାହାଣ୍ଡିରେ ସ୍ୱାଭାବିକ ତୁଳନାରେ ୬୫% କମ୍‌ ବର୍ଷା ରେକର୍ଡ ହୋଇଛି । ମୌମୁମୀ ସମୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥାଏ। ବର୍ଷା ପାଣିରେ ଚାଷୀ ଜମି କାଦୁଅ କରି ଧାନ ରୁଆ କାମ କରିଥାନ୍ତି । ହେଲେ ଚଳିତ ଥର ବର୍ଷା ନ ଥିବାରୁ ଅନେକ ସ୍ଥାନରେ ଏଯାଏଁ ତଳି ପଡି ପାରିନାହିଁ । ଆଉ ଯେଉଁଠି ତଳି ପଡିଛି ସେଠାରେ ତଳିକୁ ବଂଚାଇବା ଚାଷୀଙ୍କ ପାଇଁ କାଠିଗର ପାଠ ହୋଇଛି ।