ଖୁସି ଖବର ! ପଶ୍ଚିମବଙ୍ଗରୁ ଆସିଲା ୨୭୦ଟି ଆଳୁ ଭର୍ତ୍ତି ଟ୍ରକ୍
Advertisement
Article Detail0/zeeodisha/odisha2378227

ଖୁସି ଖବର ! ପଶ୍ଚିମବଙ୍ଗରୁ ଆସିଲା ୨୭୦ଟି ଆଳୁ ଭର୍ତ୍ତି ଟ୍ରକ୍

ପଶ୍ଚିମବଙ୍ଗରୁ ୨୭୦ଟି ଆଳୁ ଗାଡ଼ି ଆସିଥିବା ସମୟରେ ୟୁପିରୁ ଆସିଛି ୩୦ଟି ଆଳୁ ଭର୍ତ୍ତି ଟ୍ରକ୍ । ଏହିସବୁ ଆଳୁ ଗାଡି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗୋଦାମ ଘରେ ପହଞ୍ଚିଛି ।

ଖୁସି ଖବର ! ପଶ୍ଚିମବଙ୍ଗରୁ ଆସିଲା ୨୭୦ଟି ଆଳୁ ଭର୍ତ୍ତି ଟ୍ରକ୍

ଭୁବନେଶ୍ୱର: ଅନେକ ବାଦ ବିବାଦ ପରେ ଶେଷରେ ସବୁ ଚର୍ଚ୍ଚା ଆଲୋଚନାର ଅନ୍ତ ହେବାକୁ ଯାଉଛି । ରାଜ୍ୟରେ ଏଣ୍ଟ୍ରୀ କରିଛି ୩୦୦ ଆଳୁ ଭର୍ତ୍ତି ଟ୍ରକ୍ । ପଶ୍ଚିମବଙ୍ଗରୁ ୨୭୦ଟି ଆଳୁ ଗାଡ଼ି ଆସିଥିବା ସମୟରେ ୟୁପିରୁ ଆସିଛି ୩୦ଟି ଆଳୁ ଭର୍ତ୍ତି ଟ୍ରକ୍ । ଏହିସବୁ ଆଳୁ ଗାଡି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗୋଦାମ ଘରେ ପହଞ୍ଚିଛି ।

ଜଣେ ବ୍ୟବସାୟୀଙ୍କ କହିବାନୁଯାୟୀ, ଏବେ ମଧ୍ୟ ପଶ୍ଚିମବଙ୍ଗ ସୀମାରେ ପୋଲିସ ଓଡ଼ିଶାକୁ ଆଳୁ ଗାଡି ଛାଡୁନାହିଁ ଫଳରେ ଝାଡ଼ଖଣ୍ଡ ରାସ୍ତା ପଟେ ରାଜ୍ୟକୁ ଆଳୁ ଆସୁଛି । ସେଥିପାଇଁ ଅଧିକ ଗାଡି ଭଡା ଖର୍ଚ୍ଚ ହେଉଛି । ଫଳରେ ଆଳୁର ଦର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହେଉଛି । ରାଜ୍ୟରେ ଆଳୁଗାଡି ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଆଳୁ ଦର କେଜି ପିଛା ୩୦ଟଙ୍କା ବିକ୍ରୀ ହେଉଛି । କିନ୍ତୁ ଏବେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ଆଳୁ ଦର ୪୦ ଟଙ୍କା ଉପରେ ରହିଥିବା ସୂଚନା ମିଳିଛି । ଧିରେ ଧିରେ ପରିସ୍ଥିତି ସ୍ୱଭାବିକ ହେବ ବୋଲି ବ୍ୟବସାୟୀ କହିଛନ୍ତି । 

ଅନ୍ୟପଟେ ଆଜି ଭୁବନେଶ୍ବର ୟୁନିଟ-୧ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ସରକାର ଧାର୍ଯ୍ୟ କରିଥିବା ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଗ୍ରାହକଙ୍କୁ କେଜି ପିଛା ୩୨ରୁ ୩୫ ଟଙ୍କାରେ ଆଳୁ ବିକିବାକୁ କୁହାଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ, ପଶ୍ଚିମବଙ୍ଗରୁ ଆଳୁ ଗାଡି ଆସି ନପାରିବା କାରଣରୁ କିଛି ହେବ ରାଜ୍ୟରେ ଆଳୁ ଅଭାବ ଦେଖିବାକୁ ମିଳିଥିଲା । ଫଳରେ କେଜି ପିଛା ୪୦ରୁ ୫୦ ଟଙ୍କା ଦେଇ ଖାଉଟିମାନେ ଆଳୁ କିଣି ଅସନ୍ତୋଷ ପ୍ରକାଶ କରୁଥିଲେ । ସାଧାରଣତଃ ଆଳୁକୁ ରୋଷେଇ ଘରର ମୁଖ୍ୟ ପରିବା ବୋଲି ବିବେଚନା କରାଯାଇଥାଏ । ତେଣୁ ରାଜ୍ୟରେ ଆଳୁ ଦରକୁ ନେଇ ରାଜନୈତିକ ମହଲରେ ମଧ୍ୟ ଝଡ଼ ସୃଷ୍ଟି ହୋଇଥିଲା । ପଶ୍ଚିମବଙ୍ଗରୁ ଆଳୁ ଗାଡି ଛାଡିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ ସମୟରେ ମମତାଙ୍କ ସହିତ ଆଳୁ ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଏକଥା ମଧ୍ୟ କୁହାଯାଇଥିଲା ଯେ, ପଶ୍ଚିମବଙ୍ଗରୁ ଆଳୁ ନଆସିପାରିଲେ ରାଜ୍ୟକୁ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ଆସିବ ।

Also Read- BSNL 5G Phone: 200MP କ୍ୟାମେରା ସହ 7000mAH ବ୍ୟାଟେରୀ, ଜାଣନ୍ତୁ କେତେ ସତ

Also Read- Subhadra SOP: ଅଗଷ୍ଟ ୧୫ରେ ଆସିବ ‘ସୁଭଦ୍ରା’ ଏସ୍‌ଓପି