BSNL 5G Phone: 200MP କ୍ୟାମେରା ସହ 7000mAH ବ୍ୟାଟେରୀ, ଜାଣନ୍ତୁ କେତେ ସତ
Advertisement
Article Detail0/zeeodisha/odisha2378208

BSNL 5G Phone: 200MP କ୍ୟାମେରା ସହ 7000mAH ବ୍ୟାଟେରୀ, ଜାଣନ୍ତୁ କେତେ ସତ

BSNL 5G Phone: ବର୍ତ୍ତମାନ BSNL ବିଷୟରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଉଛି ଯେ, BSNLର ଏକ 5G ଫୋନ୍ ଆସୁଛି ଯେଉଁଥିରେ 200 ମେଗାପିକ୍ସେଲ କ୍ୟାମେରା ରହିଛି । 

BSNL 5G Phone: 200MP କ୍ୟାମେରା ସହ 7000mAH ବ୍ୟାଟେରୀ, ଜାଣନ୍ତୁ କେତେ ସତ

BSNL 5G Phone: ବେସରକାରୀ କମ୍ପାନୀଗୁଡିକର ରିଚାର୍ଜ ପ୍ଲାନ ମହଙ୍ଗା ହେବା ପରେ ସମସ୍ତ ମୋବାଇଲ୍ ଉପଭୋକ୍ତା ବର୍ତ୍ତମାନ BSNL କୁ ଖୋଜୁଛନ୍ତି । କାରଣ ଆଜି ବି ସମସ୍ତ ଘରୋଇ କମ୍ପାନୀଗୁଡିକର ରିଚାର୍ଜ ଯୋଜନା ଅପେକ୍ଷା BSNLର ପ୍ଲାନ ଶସ୍ତା ରହିଛି । ଏହି ମାସରେ ବିଏସଏନଏଲର 4G ସେବା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଯୁଦ୍ଧକାଳୀନ ପଦକ୍ଷେପରେ ଟାୱାର ସ୍ଥାପନା କରାଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ । ସତ୍ୟାସତ୍ୟ ଜଣାନପଡିବା ପୂର୍ବରୁ କୌଣସି ବି ଖବର ହଠାତ୍ ଭାଇରାଲ୍ ହୋଇଯାଇପାରେ । ଏହି ଭାଇରାଲ୍ ବିଷୟବସ୍ତୁ ସତ କିମ୍ବା ମିଛ ହୋଇପାରେ । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ୍ ବିଷୟବସ୍ତୁ ମିଥ୍ୟା ହେବାର ସମ୍ଭାବନା ପ୍ରାୟ ୯୯ ପ୍ରତିଶତ । ବର୍ତ୍ତମାନ BSNL ବିଷୟରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଉଛି ଯେ, BSNLର ଏକ 5G ଫୋନ୍ ଆସୁଛି ଯେଉଁଥିରେ 200 ମେଗାପିକ୍ସେଲ କ୍ୟାମେରା ରହିଛି । ଖବର ସହିତ BSNL 5G ଫୋନର ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯାହାକୁ AI ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି ବୋଲି ଦାବି କରାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ, ଟାଟା ସହଯୋଗରେ ବିଏସଏନଏଲ ଏହି 5G ଫୋନକୁ ବିକଶିତ କରିଛି। ଏହା ମଧ୍ୟ ଦାବି କରାଯାଇଛି ଯେ ଏଥିରେ 7000mAH ର ଶକ୍ତିଶାଳୀ ବ୍ୟାଟେରୀ ରହିବ । କିନ୍ତୁ ପ୍ରକୃତ କଥା ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ବଜାରରେ କୌଣସି ଫୋନ୍ ଆସିନାହିଁ ଯେଉଁଥିରେ ଏତେ ଶକ୍ତିଶାଳୀ ବ୍ୟାଟେରୀ ରହିଛି ।

ଖବରକୁ BSNLର ଖଣ୍ଡନ
ଭାଇରାଲ୍ ହେଉଥିବା ଏହି ଖବର ସମ୍ପର୍କରେ ବିଏସଏନଏଲ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ନିଜର ମତ ରଖିଛି । ବିଏସଏନଏଲ କହିଛି ଯେ, ଏହା ଏକ ମିଥ୍ୟା ଖବର ଏବଂ ଏଥିରେ କୌଣସି ସତ୍ୟତା ନାହିଁ ।

 

ଏହିପରି ପୋଷ୍ଟ ମାଧ୍ୟମରେ ଲୋକମାନଙ୍କୁ ଭ୍ରମିତ କରାଯାଏ । ଯଦି ଆପଣ ମଧ୍ୟ ଏପରି କୌଣସି ଖବର ଗ୍ରହଣ କରିଛନ୍ତି କିମ୍ବା BSNL ର 5G ଫୋନ୍ ପାଇଁ କେହି ଆପଣଙ୍କଠାରୁ ଟଙ୍କା ନେଉଛନ୍ତି, ତେବେ ଆପଣଙ୍କୁ ବହୁତ ସତର୍କ ହେବାର ଆବଶ୍ୟକତା ଅଛି ।

Also Read- Subhadra SOP: ଅଗଷ୍ଟ ୧୫ରେ ଆସିବ ‘ସୁଭଦ୍ରା’ ଏସ୍‌ଓପି

Also Read- ବାଲେଶ୍ୱର ସୋରରେ ବଜ୍ରପାତ, ୨ ଚାଷୀଙ୍କ ମୃତ୍ୟୁ