Govt Scheme: ରାଜ୍ୟ ସରକାର ଦେଲେ ଖୁସି ଖବର, ମଧୁବାବୁ ପେନସନ୍ ସ୍କିମର ବଢ଼ିଲା ପରିସର..
Advertisement
Article Detail0/zeeodisha/odisha1815113

Govt Scheme: ରାଜ୍ୟ ସରକାର ଦେଲେ ଖୁସି ଖବର, ମଧୁବାବୁ ପେନସନ୍ ସ୍କିମର ବଢ଼ିଲା ପରିସର..

Odisha Govt Scheme: ଖୁସି ଖବର ଦେଲେ ରାଜ୍ୟ ସରକାର(State Govt)। ବଢିଲା ମଧୁବାବୁ ପେନସନ୍ ଯୋଜନାର (Madhubabu pension Scheme) ପରିସର। ସାମାଜିକ ସୁରକ୍ଷାକୁ ଗୁରୁତ୍ବ ଦେଇ ମଧୁବାବୁ ପେନସନ୍ ସ୍କିମରେ ଯୋଡ଼ି ହେଲେ ନୂଆ ୪ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ।

Govt Scheme: ରାଜ୍ୟ ସରକାର ଦେଲେ ଖୁସି ଖବର, ମଧୁବାବୁ ପେନସନ୍ ସ୍କିମର ବଢ଼ିଲା ପରିସର..

Odisha Govt Scheme: ଖୁସି ଖବର ଦେଲେ ରାଜ୍ୟ ସରକାର(State Govt)। ବଢିଲା ମଧୁବାବୁ ପେନସନ୍ ଯୋଜନାର (Madhubabu pension Scheme) ପରିସର। ସାମାଜିକ ସୁରକ୍ଷାକୁ ଗୁରୁତ୍ବ ଦେଇ ମଧୁବାବୁ ପେନସନ୍ ସ୍କିମରେ ଯୋଡ଼ି ହେଲେ ନୂଆ ୪ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ।ଏହି ନୂଆ ହୀତାଧିକାରୀଙ୍କୁ ଯୋଜନାରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Patnaik)। ଏହାକୁ ମିଶାଇ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଛି। ଅଗଷ୍ଟ ୧୫ ତାରିଖ ଜନସେବା ଦିବସ ଅବସରରେ ନୂଆ ହିତାଧିକାରୀମାନେ ସେମାନଙ୍କ ପ୍ରଥମ ପେନସନ୍ ପଇବା ନେଇ ଯୋଜନା କରିଛନ୍ତି ସରକାର।

ହୀତାଧିକାରୀଙ୍କୁ ଏହି ପେନସନ୍ ରାଶି ଗ୍ରାମପଞ୍ଚାୟତ ହେଡକ୍ବାଟର୍ ଓ ଓ୍ବାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଦିଆଯିବ। ଅସ୍ଥାୟୀ କ୍ୟାମ୍ପ କରି ଯୋଗ୍ୟ ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ସରକାର। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ଜିଲ୍ଲା ଗସ୍ତ କରି ଓ ମୋ ସରକାର ଯୋଜନାରେ ମିଳିଥିବା ଫିଡବ୍ୟାକ ଆଧାରରେ ଅଧିକ ହୀତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶମୂଳକ କାମର ସମୀକ୍ଷା କରିବା ସହ ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି। ଏହାଦ୍ବାରା ଲୋକଙ୍କ ସମସ୍ୟାକୁ ତ୍ବରିତ ସମାଧାନ କରୁଛନ୍ତି ସରକାର।ସେହିପରି ଭାବେ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ନବୀନ ସରକାର ୨୮ଲକ୍ଷ ୬୧ ହଜାର ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମାଜିକ ସୁରକ୍ଷା ପେନସନ୍ ଦେବାର ବ୍ୟବସ୍ଥା କରିଛନ୍ତି।

ଏହି ଯୋଜନାରେ ବୟସ୍କ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, କୋଭିଡରେ ପିତାମାତା ହରାଇଥିବା ଅନାଥ ପିଲା, ଏଡସ ରୋଗୀଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପେନସନ୍ ଦିଆଯାଉଛି। ୭୯ବର୍ଷ କିମ୍ବା ତାଠୁ କମ୍ ହିତାଧିକାରୀଙ୍କୁ ମାସିକ ୫ଶହ ଟଙ୍କା, ୮୦ରୁ ଅଧିକ ବୟସ୍କଙ୍କୁ ମାସିକ ୭ଶହ ଟଙ୍କା ଦିଆଯାଉଛି। ସେହିପରି ୪୦ରୁ ୫୯ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୫ଶହ, ୬୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ୭ଶହ, ୬୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମତା ଥିବା ୮୦ବର୍ଷରୁ ଅଧିକଙ୍କୁ ମାସିକ ୯ଶହ ଟଙ୍କା ପେନସନ୍ ଦିଆଯାଉଛି । ୪ଲକ୍ଷ ୧୩ହଜାର ଅତିରିକ୍ତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ଦ୍ବାରା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।

Also Read: OIL Price: ଏହି ସବୁ ରାଜ୍ୟରେ ବଢିଲା ତୈଳଦର, ଜାଣି ନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ନୂଆ ରେଟ

Balasore: ସାଳଦୀ ନଦୀରେ ୨ କାଉଡ଼ିଆ ନିଖୋଜ ଘଟଣା, ଦୀର୍ଘ ୨୨ ଘଣ୍ଟା ପରେ ମୃତଦେହ ଠାବ