Lingaraj Temple: ଏଥର ବି ହେଲା ନାହିଁ ହାଣ୍ତିଭଙ୍ଗା ଯାତ୍ରା, ଓପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ
Advertisement
Article Detail0/zeeodisha/odisha2160489

Lingaraj Temple: ଏଥର ବି ହେଲା ନାହିଁ ହାଣ୍ତିଭଙ୍ଗା ଯାତ୍ରା, ଓପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ

Lingaraj Temple: ପୂର୍ବ ବର୍ଷ ପରି ଏହି ବର୍ଷ ମଧ୍ଯ ଏହି ଯାତ୍ରା ବନ୍ଦ ହେବା ସହ ଶ୍ରୀଲିଙ୍ଗରାଜ ଓଳିଏ ଖାଡ଼ା ଉପାସ ରହିଛନ୍ତି । ଯାତ୍ରା ପୂଜାର ଅବ୍ୟବହିତ ପୂର୍ବରୁ ଦ୍ବିପ୍ରହର ବଲ୍ଲଭ ଧୂପରୁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ ହୋଇଥିଲା । ସେବାୟତମାନଙ୍କ ଅସହଯୋଗରୁ ହାଣ୍ତିଭଙ୍ଗା ଯାତ୍ରା ହୋଇପାରୁନାହିଁ । ଦୀର୍ଘ ୯ ବର୍ଷ ଧରି ଏଭଳି ଅଘଟଣ ଘଟି ଆସୁଥିଲେ ମଧ୍ଯ ମନ୍ଦିର ପ୍ରଶାସନ ଏହାର ସମାଧାନ ପାଇଁ ଆଗ୍ରହ ପ୍ରକାଶ ନ କରୁନଥିବା ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି ।

Lingaraj Temple: ଏଥର ବି ହେଲା ନାହିଁ ହାଣ୍ତିଭଙ୍ଗା ଯାତ୍ରା, ଓପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ

Lingaraj Temple: ପ୍ରତିବର୍ଷ ଫାଲୁନ୍ ମାସ ଶୁକ୍ଲ ପକ୍ଷ ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ (Lingaraj Temple) ହାଣ୍ତିଭଙ୍ଗା ଯାତ୍ରା (Handi Bhanga Yatra) ପଡ଼ିଥାଏ । ଚଳିତ ବର୍ଷ ମଧ୍ଯ ଏହି ଯାତ୍ରା ପାଳନ ହୋଇନାହିଁ। ପୂର୍ବ ବର୍ଷ ପରି ଏହି ବର୍ଷ ମଧ୍ଯ ଏହି ଯାତ୍ରା ବନ୍ଦ ହେବା ସହ ଶ୍ରୀଲିଙ୍ଗରାଜ ଓଳିଏ ଖାଡ଼ା ଉପାସ ରହିଛନ୍ତି । ଯାତ୍ରା ପୂଜାର ଅବ୍ୟବହିତ ପୂର୍ବରୁ ଦ୍ବିପ୍ରହର ବଲ୍ଲଭ ଧୂପରୁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ ହୋଇଥିଲା । ସେବାୟତମାନଙ୍କ ଅସହଯୋଗରୁ ହାଣ୍ତିଭଙ୍ଗା ଯାତ୍ରା ହୋଇପାରୁନାହିଁ । ଦୀର୍ଘ ୯ ବର୍ଷ ଧରି ଏଭଳି ଅଘଟଣ ଘଟି ଆସୁଥିଲେ ମଧ୍ଯ ମନ୍ଦିର ପ୍ରଶାସନ ଏହାର ସମାଧାନ ପାଇଁ ଆଗ୍ରହ ପ୍ରକାଶ ନ କରୁନଥିବା ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ମହାଶିବରାତ୍ରୀ ପରେ ପରେ ପଡୁଥିବା ଶନିବାର ଦିନ ହାଣ୍ତିଭଙ୍ଗା ଯାତ୍ରା ପାଳିତ ହୋଇଥାଏ । କିନ୍ତୁ ୨ ସେବାୟତ ଗୋଷ୍ଠୀ ଭିତରେ ଲାଗିଥିବା ବିବାଦର ସମାଧାନ ହୋଇପାରୁନଥିବାରୁ ଏହି ପ୍ରସିଦ୍ଧ ଯାତ୍ରା ଦୀର୍ଘ ୯ ବର୍ଷ ହେଲା ବନ୍ଦ ରହିଛି । ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ଯାତ୍ରା ପାଳନ ନେଇ ହାଇକୋର୍ଟଙ୍କ ନିଷ୍ପତ୍ତି ଓ ଜିଲ୍ଲପାଳଙ୍କ ଚେତାବନୀ ପରେ ବି ଏହି ଯାତ୍ରାକୁ ପାଳନ କରାଯାଇନାହିଁ । ସେବାୟତମାନେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ଯାତ୍ରା ବନ୍ଦ ହେବା ଫଳରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ କପିଳେଶ୍ବର ମହାଦେବଙ୍କ ମିଳନ ହୋଇପାରୁନାହିଁ । ଯାତ୍ରାରେ ସେବାୟତମାନେ ଅଂଶଗ୍ରହଣ କରି ନଥିବାରୁ ଶନିବାର ଦିନ ଲିଙ୍ଗରାଜ ମନ୍ଦିରରେ ସନ୍ଧ୍ୟା ୫ଟାରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ତେଣୁ ପ୍ରଭୁ ଶ୍ରୀଲିଙ୍ଗରାଜ ଗୋଟେ ଓଳି ଖାଡ଼ା ଉପାସ ରହିଛନ୍ତି ।

Also Read- Weather Update: ରାଜ୍ୟରେ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଶନିବାର ସକାଳ ନୀତି ପରେ ସାହାଣ ମେଲା ଦର୍ଶନ ହୋଇଥିଲା । ଏହାପରେ ବଲ୍ଲଭ ନୀତି ଓ ପରେ ଠାକୁରଙ୍କ ଯାତ୍ରାପୂଜା ହୋଇଥାନ୍ତା । ଯାତ୍ରାପୂଜା ପରେ ଶ୍ରୀଲିଙ୍ଗରାଜ, କପିଳେଶ୍ବର ମନ୍ଦିରକୁ ଯାତ୍ରା କରିଥାନ୍ତେ । ତେବେ ଯାତ୍ରା ହେବ ନାହିଁ ଜାଣିବା ପରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପାଳିଆ ସେବାୟତମାନେ ଆଉ ନୀତି କରିନଥିଲେ । କାରଣ ଯଦି ସନ୍ଧ୍ୟାରେ ଅନ୍ୟ ନୀତି ହୋଇଥାନ୍ତା, ତେବେ ହାଣ୍ତିଭଙ୍ଗା ଯାତ୍ରା ପରମ୍ପରା ରହିବ ନାହିଁ । ଏଣୁ ଆଜି ଲିଙ୍ଗରାଜଙ୍କ ସବୁ ସାନ୍ଧ୍ୟାନୀତି ବନ୍ଦ ରହିବା ସହ ପ୍ରଭୁ ଉପାସରେ ରହିଛନ୍ତି । ପ୍ରକାଶ ଥାଉ କି, ୨୦୧୫ରୁ କପିଳେଶ୍ବର ଜିଉଙ୍କ ୨ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହେବାରୁ ୯ ବର୍ଷ ହେଲାଣି ହାଣ୍ତିଭଙ୍ଗା ଯାତ୍ରା ବନ୍ଦ ରହିଛି । ଏଥି ଯୋଗୁଁ ଶୀତଳ ଷଷ୍ଠୀ ଓ ଅନେକ ପୂଜା ପର୍ବାଣୀରେ ଦୁଇ ଦିଅଁଙ୍କ ମଧ୍ଯରେ ଥିବା ସମ୍ପର୍କ ବିଚ୍ଛିନ୍ନ ହୋଇ ରହିଛି ।