ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ
Advertisement
Article Detail0/zeeodisha/odisha2384317

ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ

ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ଲୋକଙ୍କୁ ଅଭିଯାନରେ ଅଂଶଗ୍ରହଣ କରିବାକୁ ତଥା ଉତ୍ସାହିତ କରିବା ପାଇଁ ବିଭିନ୍ନ ରେଳ ଷ୍ଟେସନ୍ ରେ 'ହର ଘର ତ୍ରିରଙ୍ଗା' ଅଭିଯାନରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ଲୋକଙ୍କୁ ଅଭିଯାନରେ ଅଂଶଗ୍ରହଣ କରିବାକୁ ତଥା ଉତ୍ସାହିତ କରିବା ପାଇଁ ବିଭିନ୍ନ ରେଳ ଷ୍ଟେସନ୍ ରେ 'ହର ଘର ତ୍ରିରଙ୍ଗା' ଅଭିଯାନରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅଭିଯାନର ଏକ ଅଂଶ ଭାବରେ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍ ଏବଂ ଟ୍ରେନ୍ ରେ ହର୍ ଘର୍ ତ୍ରିରଙ୍ଗା ସଙ୍ଗୀତ ପରିବେଷିତ ହୋଇଛି।

ଏଥିସହ ସେଲ୍ଫି କର୍ଣ୍ଣର ସ୍ଥାପନ କରାଯାଇଛି। ରେଳ ଷ୍ଟେସନ୍ ରେ ଘୋଷିତ ଏବଂ ଟିକଟ ବାର୍ତ୍ତା ପ୍ରଦର୍ଶିତ ହୋଇ ଯାତ୍ରୀମାନଙ୍କୁ ସେମାନଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କରି ହର୍ ଘର୍ ତିରଙ୍ଗା ଅଭିଯାନରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯାଇଛି। ଅଭିଯାନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ ଏସ ବାଜ୍ଵା ଅଂଶଗ୍ରହଣ କରି ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସେ ଖୋର୍ଦ୍ଧାରୋଡ୍ ମଣ୍ଡଳର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି।