ଖାଇବା ପରେ କରନ୍ତୁନି ଏହି ୪ଟି ଭୁଲ୍, ଦୂର ହୋଇଯିବ ପେଟ ଯନ୍ତ୍ରଣା
Advertisement
Article Detail0/zeeodisha/odisha2420921

ଖାଇବା ପରେ କରନ୍ତୁନି ଏହି ୪ଟି ଭୁଲ୍, ଦୂର ହୋଇଯିବ ପେଟ ଯନ୍ତ୍ରଣା

ଖାଦ୍ୟପେୟ ସଠିକ୍ ସମୟରେ ନହେଲେ ଆମ ଶରୀରରେ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିସହ ଖାଦ୍ୟ ଖାଇବା ପରେ କିଛି କଥା ଧ୍ୟାନରେ ରଖିବା ଆବଶ୍ୟକ । ନଚେତ୍ ପେଟ ଜନିତ ସମସ୍ୟା ଦେଖାଦେଇଥାଏ ।

ଖାଇବା ପରେ କରନ୍ତୁନି ଏହି ୪ଟି ଭୁଲ୍, ଦୂର ହୋଇଯିବ ପେଟ ଯନ୍ତ୍ରଣା

Digestion Tips: ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଇଥାଏ । ଯେଉଁ କାରଣରୁ ଆମେ ସୁସ୍ଥ ଜୀବନ ଜିଇଁଥାଉ । ଶାରୀରିକ ଏବଂ ମାନସିକ କାର୍ଯ୍ୟକଳାପକୁ ସୁରୁଖୁରୁରେ କରିବା ପାଇଁ ଆମକୁ ସମସ୍ତ ଭିଟାମିନ ଯୁକ୍ତ ଖାଦ୍ୟର ଆବଶ୍ୟକତା ପଡିଥାଏ । ତେଣୁ ଆମ ଶରୀରର ହିତ ପାଇଁ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବାକୁ ଡାକ୍ତର ଏବଂ ଡାଏଟିସିଆନ ପରାମର୍ଶ ଦେଇଥାନ୍ତି । ଏହା ସହିତ, ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପର୍ଯ୍ୟନ୍ତ ସଠିକ୍ ସମୟରେ କରାଯିବା ନିହାତି ଜରୁରୀ, କାରଣ ଖାଦ୍ୟପେୟ ସଠିକ୍ ସମୟରେ ନହେଲେ ଆମ ଶରୀରରେ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିସହ ଖାଦ୍ୟ ଖାଇବା ପରେ କିଛି କଥା ଧ୍ୟାନରେ ରଖିବା ଆବଶ୍ୟକ । ନଚେତ୍ ପେଟ ଜନିତ ସମସ୍ୟା ଦେଖାଦେଇଥାଏ ।

ଖାଦ୍ୟ ଗ୍ରହଣ ପରେ ଅତି କମରେ ୧୫ ରୁ ୨୦ ମିନିଟ୍ ଚାଲିବା ପାଇଁ ପରାମର୍ଶ ଦିଆଯାଇଛି । ଏପରି କରିବା ଦ୍ୱାରା ହଜମ ପ୍ରକ୍ରିୟା ସଠିକ୍ ହୋଇଥାଏ । ଖାଦ୍ୟ ଖାଇବା ପରେ କିଛି ଲୋକ ପ୍ରାୟତଃ ପେଟ ଜନିତ ସମସ୍ୟା ତଥା- ପେଟ ଫୁଲିବା, ଗ୍ୟାସ ହେବା ପରି ସମସ୍ୟା ଭୋଗିଥାନ୍ତି । ଏହା ପଛରେ ଆପଣଙ୍କୁ ଛୋଟ ଛୋଟ ଭୁଲ୍ ରହିଥାଏ ।

ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଯେତେବେଳେ ଆପଣ ଖାଦ୍ୟ ଖାଉଛନ୍ତି ଏବଂ ଖାଇବା ପରେ ତତକ୍ଷଣାତ ଥଣ୍ଡା ପାଣି ପିଉଛନ୍ତି ଏହାଦ୍ୱାରା ହଜମ ପ୍ରକ୍ରିୟା ମନ୍ଥର ହୋଇଥାଏ । ଯେଉଁ କାରଣରୁ ଖାଦ୍ୟ ହଜମ ହେବା ଜନିତ ସମସ୍ୟା ଦେଖାଦେଇଥାଏ । କିଛି ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା ବଢିଥାଏ । ପେଟ ଓଜନିଆ ଲାଗିବା ସହ ଅମ୍ଳ ଭଳି ସମସ୍ୟା ଦେଖାଦିଏ ।

ଯେପରି ଖାଦ୍ୟ ଖାଇବା ପରେ ତତକ୍ଷଣାତ ପାଣି ପିଇବା ନିଷେଧ ଠିକ୍ ସେହିପରି ଖାଇବା ପରେ ତୁରନ୍ତ ଗାଧୋଇବା ଅନୁଚିତ । କାରଣ ଏହା ଶରୀରର ତାପମାତ୍ରାକୁ ହ୍ରାସ କରିଥାଏ, ଯେଉଁ କାରଣରୁ ହଜମ ପ୍ରକ୍ରିୟା ମଧ୍ୟ ହ୍ରାସ ହୋଇଥାଏ । ଏହି କାରଣରୁ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ବାନ୍ତି ଜନିତ ସମସ୍ୟା ଦେଖାଦେଇପାରେ । ତେଣୁ ସର୍ବଦା ଖାଦ୍ୟ ଖାଇବା ପୂର୍ବରୁ ଗାଧୋଇବା ଉଚିତ ।

ଖାଦ୍ୟ ଖାଇବା ପରେ ଯଦି ଆପଣଙ୍କର ତୁରନ୍ତ ଶୋଇବା କିମ୍ବା ବସିବାର ଅଭ୍ୟାସ ରହିଛି ତେବେ ଏଥିରୁ ନିବୃତ୍ତ ରୁହନ୍ତୁ । କାରଣ ଏହା କେବଳ ହଜମ ଶକ୍ତିକୁ ନଷ୍ଟ କରେ ତାହା ନୁହେଁ ବରଂ ମେଦବହୁଳତା ହେବାର ସମ୍ଭାବନାକୁ ବଢାଇଥାଏ । ଖାଇବା ପରେ କିଛି ସମୟ ଚଲାବୁଲା କରିବା ଶରୀର ପାଇଁ ଭଲ ।

ଖାଦ୍ୟ ଗ୍ରହଣ ପରେ ଯଦି ଆପଣ ଚା କିମ୍ବା କଫି ପିଇବାର ଅଭ୍ୟାସ ରଖିଛନ୍ତି ତେବେ ଏହି ଅଭ୍ୟାସ ତୁରନ୍ତ ଛାଡନ୍ତୁ । କାରଣ ଏହା ପେଟରେ ଅମ୍ଳତା ସୃଷ୍ଟି କରିପାରେ ଯେଉଁ କାରଣରୁ ହୃଦଘାତ, ଆମ୍ୱିଳ ହାକୁଡି ଜନିତ ସମସ୍ୟା ସୃଷ୍ଟି କରିଥାଏ । ଏଥିସହ ଖାଦ୍ୟ ଖାଇବା ପରେ ତୁରନ୍ତ ମିଠା ଜନିତ ଖାଦ୍ୟ ଖାଇବାରୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ହିତକର ।

Also Read- Weekly Financial Horoscope: ଆସନ୍ତା ସପ୍ତାହରେ କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି ? ପଢନ୍ତୁ ରାଶିଫଳ

Also Read- Guru Gochar 2024: ନବରାତ୍ରୀ ସମୟରେ ବୃହସ୍ପତି ଚଳନ, ଫିଟିବ ୩ ରାଶିର ଭାଗ୍ୟ