Weather Update: ଏହି ଦିନ ତାତିରୁ ମିଳିବ ଆଶ୍ବସ୍ତି, ସେପଟେ ଅଶୁଂଘାତରେ ମୃତ୍ୟୁ ହେଲେ ସରକାର ଦେବେ ଏତିକି ଟଙ୍କା!
Advertisement
Article Detail0/zeeodisha/odisha1742632

Weather Update: ଏହି ଦିନ ତାତିରୁ ମିଳିବ ଆଶ୍ବସ୍ତି, ସେପଟେ ଅଶୁଂଘାତରେ ମୃତ୍ୟୁ ହେଲେ ସରକାର ଦେବେ ଏତିକି ଟଙ୍କା!

Weather Update: ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ଗତ କିଛି ଦିନ ହେବ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ଆର୍ଦ୍ରତା ଯୋଗୁଁ ଉପକୂଳ ଓଡ଼ିଶାରେ ଗୁଳିଗୁଳିର ମାତ୍ର ବଢିଛି । ତେବେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ତାତିରୁ ନିସ୍ତାର ମିଳିବା ନେଇ ଆଶା କ୍ଷଣ ରହିଛି ।

ସୌ(ସୋସିଆଲ ମିଡିଆ)

Weather Update: ଜାରି ରହିଛି ଗ୍ରୀଷ୍ମ ପ୍ରବାହ (Heat Wave) । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଗତ କିଛି ଦିନ ହେବ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ଗତ କିଛି ଦିନ ହେବ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ଆର୍ଦ୍ରତା ଯୋଗୁଁ ଉପକୂଳ ଓଡ଼ିଶାରେ ଗୁଳିଗୁଳିର ମାତ୍ର ବଢିଛି । ତେବେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ତାତିରୁ (Heat Wave)  ନିସ୍ତାର ମିଳିବା ନେଇ ଆଶା କ୍ଷଣ ରହିଛି ।

ସୂଚନା ଅନୁଯାୟୀ, ଗତ ଦୁଇ ଦିନ ହେବ ବିସ୍ଫୋରକ ରୂପ ନେଇଛି ତାତି । ଗତକାଲି ଅର୍ଥାତ୍ ଶନିବାର ଦିନ ୪୪ ଡିଗ୍ରୀ ଉପରେ ରହିଥିଲା ୫ଟି ସହରର ତାପମାତ୍ରା । ଆଗାମୀ ୩ ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । କିନ୍ତୁ ଆସନ୍ତା ୨ ଦିନରେ ତାପମାତ୍ରା ୩ରୁ ୫ ଡି଼ଗ୍ରୀ କମିବା ନେଇ ବିଭାଗ ଆକଳନ କରିଛି । ସେପଟେ ଆସନ୍ତା ୨୦ ତାରିଖ ଲାଗି ବରଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲ୍ଲାକୁ ହିଟ୍ ୱେବ ଜାରି କରାଯାଇଛି । ଚଳିତ ବର୍ଷ ମୌମୁମୀ ଆସିବା ବିଳମ୍ବ ହୋଇଛି । ଜୁନ୍ ମାସ ଅଧା ହୋଇସାରିଥିବା ବେଳେ ମୌସୁମୀର (Monsoon) ଦେଖାନାହିଁ । ଜୁନ୍‌ ପହିଲାରେ ମୌସୁମୀ କେରଳ ଛୁଇଁବା ପରେ ଏହାର ୧୦ରୁ ୧୨ଦିନ ମଧ୍ୟରେ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିଥାଏ । କିନ୍ତୁ ଏଥରକ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଯଦି ଦୁଇ ଦିନ ମଧ୍ୟରେ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ହେବ ତେବେ ୨୦ ଓ ୨୧ ତାରିଖ ଆଡ଼କୁ ମୌସୁମୀ ଓଡ଼ିଶା ଛୁଇଁପାରେ । ବର୍ତ୍ତମାନ ସ୍ଥିତିରେ ୨୩ ବା ୨୪ ଆଡ଼କୁ ମୌସୁମୀ (Monsoon ) ଓଡିଶା ଛୁଇଁପାରେ ବୋଲି ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Also Read- ରେଳ ବିଭାଗରେ ବ୍ୟବସାୟ କରିବେ ଗୌତମ ଆଦାନୀ: IRCTC ସହ ହେବ ପ୍ରତିଦ୍ୱନ୍ଦ୍ୱିତା

Also Read-Balangir News: ପୋଲିସ୍ ବାବୁଙ୍କ ରାସଲିଳା! ପ୍ରେମିକା ସହ ଅସଞ୍ଜତ ଅବସ୍ଥାରେ ଧରି ପକାଇଲେ ପତ୍ନୀ, ଆଉ ତା'ପରେ...

ସେପଟେ ପ୍ରଚଣ୍ତ ରୌଦ୍ରତାପ ଯୋଗୁଁ ରାଜ୍ୟରେ ଏଯାବତ୍ ପ୍ରାୟ ୨୦ ଜଣଙ୍କର ଅଶୁଂଘାତରେ ମୃତ୍ୟ ହୋଇଥିବା ଅଭିଯୋଗ ହୋଇଛି । ଅଶୁଂଘାତ ସ୍ଥିତି ନେଇ  ସ୍ବତନ୍ତ୍ର ରିଲିଫ କମିଶନର (Special relief commissioner odisha) ସତ୍ୟବ୍ରତ ସାହୁଙ୍କ (Satyabrata Sahu) ଅଧ୍ଯକ୍ଷତାରେ ବସିଥିବା ଏହି ବୈଠକରେ ଏନେଇ ସୂଚନା ଦିଆଯାଇଛି । ତେବେ ମୃତ ୨୦ ଜଣଙ୍କର ମୃତ୍ୟୁ ଅଶୁଂଘାତ ଜନିତ ନା ନାହିଁ ସେ ନେଇ ତଦନ୍ତ କରାଯାଉଛି । ତେବେ ଅଶୁଂଘାତରେ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ସରକାର ମୃତକକଙ୍କ ପରିବାରକୁ ୫୦ ହଜାର ଟଙ୍କା ଆର୍ଥିକ ଅନୁକମ୍ପା ଦେବା ଲାଗି ଘୋଷଣା କରିଛନ୍ତି । ଅନ୍ୟପଟେ ସକାଳ ୧୦ଟା ପରେ ଲୋକଙ୍କୁ ଅତି ଜରୁରୀ କାମ ନ ପଡ଼ିଲେ ବାହାରକୁ ନ ଯିବା ଲାଗି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାର୍ମଶ ଦିଆଯାଇଛି ।