Heat Wave: ଫେବୃଆରୀ ନ ସରୁଣୁ ଡରାଇଲାଣି ତାତି, ୩୫ ଡିଗ୍ରୀ ଉପରେ ୪ ଜିଲ୍ଲାର ତାପମାତ୍ରା
Advertisement
Article Detail0/zeeodisha/odisha2117329

Heat Wave: ଫେବୃଆରୀ ନ ସରୁଣୁ ଡରାଇଲାଣି ତାତି, ୩୫ ଡିଗ୍ରୀ ଉପରେ ୪ ଜିଲ୍ଲାର ତାପମାତ୍ରା

Heat Wave: ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ ଜାରି ରହିଛି । ଯାହା ଫଳରେ ରାଜ୍ୟରେ ତାତି ବଢିବାରେ ଲାଗିଛି ।

ଫେବୃଆରୀ ନସରୁଣୁ ଶୀତ ଉଭାନ ହୋଇଯାଇଥିବା ବେଳେ ରାତିରେ ଆଉ ଥଣ୍ତା ମଧ୍ଯ ଅନୁଭୂତ ହେଉନାହିଁ  । ଅନ୍ୟପଟେ ୩୫ ଡିଗ୍ରୀ ଉପରେ ରହିଛି ୪ ଜିଲ୍ଲାର ପାରଦ । ରବିବାର ଭବାନୀପାଟଣାରେ ୩୫.୪ ଡିଗ୍ରୀ, ଟିଟିଲାଗଡ଼, ବୌଦ୍ଧ ଓ ପାରଲାଖେମୁଣ୍ତିରେ ୩୫ ଡିଗ୍ରୀ ତାପମାତ୍ରା ରେର୍କଡ଼ କରାଯାଇଛି। ତେବେ ଆଗାମୀ ୨ ଦିନରେ ରାତି ତାପମାତ୍ରା ଆହୁରି ୨ ଡିଗ୍ରୀ ବଢିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏଥିସହ ଆଗାମୀ ୬ରୁ ୭ ଦିନ ଯାଏଁ ଘନ କୁହୁଡ଼ି ପ୍ରଭାବ ରହିବ । ଏହି ସମୟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହୁଥିବାରୁ ଜାତୀୟ ରାଜପଥରେ ଯାତାୟତ କରୁଥିବା ଯାନବାହନଗୁଡ଼ିକ ଚଳାଚଳରେ ବାଧ୍ୟା ଉପୁଜିବାର ସମ୍ଭାବନା ରହିଛି । ତେଣୁ ଏଥିପ୍ରତି ସର୍ତକ ରହିବାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୋମବାର ଉପକୂଳ ଓଡିଶା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣ କୁହୁଡି ଦେଖାଯାଇପାରେ । ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, ନୟାଗଡ଼, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ଅନୁଗୁଳ, ଢେଙ୍କନାଳ, ନୟାଗଡ଼, ଗଜପତି, କନ୍ଧମାଳ, ସୁନ୍ଦରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତା ୨୩ରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।  ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରିଣ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Also Read-Puri International Airport: ନିର୍ମାଣ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର, ଜାଣନ୍ତୁ କେତେ ରହିଛି ବଜେଟ୍?