Advertisement
Article Detail0/zeeodisha/odisha2290172
Zee OdishaOdisha Stateପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ ପରେ ମେ’ ୨୫ ତାରିଖ ଦିନ ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରିଥିଲା। 

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

ଭୁବନେଶ୍ୱର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ଜାମିନ ମିଳିଛି । ମାମଲାର ଶୁଣାଣି କରିବା ପରେ ହାଇକୋର୍ଟ ପ୍ରଶାନ୍ତଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଯାହାକୁ ନେଇ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଶାନ୍ତଙ୍କ ସମର୍ଥକ ଖୁସି ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ ପୋଲିଂ ବୁଥରେ ହୋଇଥିବା ଏକ ଗଣ୍ଡଗୋଳ କାରଣରୁ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ପୋଲିସ । ପୂର୍ବରୁ ୩ ଦିନ ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । ବର୍ତ୍ତମାନ ତାଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନିୟମିତ ଜାମିନ୍ ମଞ୍ଜୁର ହୋଇଛି ।

ଆପଣଙ୍କୁ କହିରଖୁଛୁ ଯେ, ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚଳିତ ୨୦୨୪ ନିର୍ବାଚନରେ ଖୋର୍ଦ୍ଧା ବିଧାନସଭାରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଟିକଟ୍ ଦେଇଥିଲା । ନିର୍ବାଚନ ଦିନ ପ୍ରଶାନ୍ତ ବୋଲଗଡର କାଉଁରିପାଟଣା ୧୧୪ ନମ୍ୱର ବୁଥ୍‌କୁ ଭୋଟ୍‌ ଦେବା ପାଇଁ ପହଞ୍ଚିଥିଲେ । ସେଠାରେ ପ୍ରଶାନ୍ତ ଇଭିଏମ୍‌ ଭଙ୍ଗିଥିବା ଅଭିଯୋଗ ହୋଇଥିଲା । ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ ପରେ ମେ’ ୨୫ ତାରିଖ ଦିନ ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରିଥିଲା। କୋର୍ଟରୁ ଫେରି ଖୋର୍ଦ୍ଧା ଜେଲ୍‌ରେ ଥିବା ସମୟରେ ମେ’ ୨୮ ତାରିଖ ଦିନ ଅସୁସ୍ଥ ଅନୁଭବ କରିଥିଲେ ପ୍ରଶାନ୍ତ । ଫଳରେ ମେ ୨୯ ତାରିଖ ଦିନ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ୧୧ ଦିନ ରହିବା ପରେ ଡିସ୍‌ଚାର୍ଜ ହୋଇଥିଲେ ପ୍ରଶାନ୍ତ ।

Also Read- Trigrahi Yog: ତ୍ରିଗ୍ରାହୀ ଯୋଗର ପ୍ରଭାବ, ୫ ରାଶିରେ ହେବ ଏହି ପରିବର୍ତ୍ତନ

Add Zee News as a Preferred Source
About the Author