ନିର୍ବାଚନରେ ଅନିୟମିତତା ଅଭିଯୋଗରେ ଦୁଇ ବିଧାୟକଙ୍କୁ ହାଇକୋର୍ଟର ନୋଟିସ୍‌
Advertisement
Article Detail0/zeeodisha/odisha2353914

ନିର୍ବାଚନରେ ଅନିୟମିତତା ଅଭିଯୋଗରେ ଦୁଇ ବିଧାୟକଙ୍କୁ ହାଇକୋର୍ଟର ନୋଟିସ୍‌

High court Odisha: ଉଭୟଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା ନିର୍ବାଚନୀ ଅନିୟମିତତା ମାମଲାରେ ନିଜର ପକ୍ଷ ରଖିବା ପାଇଁ ହାଇକୋର୍ଟଙ୍କ ଆଦେଶ ରହିଛି। 

ନିର୍ବାଚନରେ ଅନିୟମିତତା ଅଭିଯୋଗରେ ଦୁଇ ବିଧାୟକଙ୍କୁ ହାଇକୋର୍ଟର ନୋଟିସ୍‌

କଟକ: ଗତ ସାଧାରଣ ନିର୍ବାଚନରେ ଅନିୟମିତତା ଅଭିନିର୍ବାଚନରେ ଅନିୟମିତତା ଅଭିଯୋଗରେ ଦୁଇ ବିଧାୟକଙ୍କୁ ହାଇକୋର୍ଟର ନୋଟିସ୍‌ଯୋଗର ଦାଏର ମାମଲାର ପୃଥକ ଭାବେ ଶୁଣାଣି କରିଛନ୍ତି ହାଇକୋର୍ଟ। ଏଥିରେ ହାଇକୋର୍ଟ ଦୁଇ ଜଣ ବିଧାୟକଙ୍କୁ ଗତକାଲି ନୋଟିସ୍‌ ଜାରି କରିଛନ୍ତି। ତେବେ ଦୁଇ ବିଧାୟକ ହେଲେ ବାଲେଶ୍ୱର ଜିଲ୍ଲା ସୋର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ମାଧବ ଧଡ଼ା ଓ କଳାହାଣ୍ଡି ଜିଲା ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ନୋଟିସ୍‌ ଜାରି କରିଛନ୍ତି। 

ସୂଚନାଯୋଗ୍ୟ ଯେ, ସୋର ନିର୍ବାଚନମଣ୍ଡଳୀର ପରାଜିତ ଭାଜପା ପ୍ରାର୍ଥୀ ପର୍ଶୁରାମ ଧଡ଼ା ହାଇକୋର୍ଟରେ ମାମଲା ରୁଜ୍ଜୁ କରିଥିଲେ। ଏହି ନିର୍ବାଚନମଣ୍ଡଳୀର ବିଜୟୀ ବିଜେଡି ପ୍ରାର୍ଥୀ ମାଧବ ଧଡ଼ା ତାଙ୍କ ସତ୍ୟପାଠରେ ଭୁଲ୍‌ ତଥ୍ୟ ପ୍ରଦାନ କରିଛନ୍ତି। ବିଧାୟକଙ୍କ ନାମରେ ଥିବା ଆପରାଧିକ ମାମଲା ଓ ସରକାରୀ ଦେୟ ଅନାଦାୟ ଥିବା ସେ ସତ୍ୟପାଠରେ ଦର୍ଶାଇନାହାନ୍ତି। ଯାହାକି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି। 

ଅନ୍ୟପଟେ ନର୍ଲା ବିଧାନସଭାର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ନିର୍ବାଚନୀ ଅନିୟମିତତା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ନିର୍ବାଚନୀ ସତ୍ୟପାଠରେ ମନୋରମା ନିଜ ବୟସ ଓ ଶିକ୍ଷାଗତ ଯୋଗ୍ୟତା ଠିକ୍‌ ଭାବେ ଦର୍ଶାଇ ନାହାନ୍ତି। ଉଭୟଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା ନିର୍ବାଚନୀ ଅନିୟମିତତା ମାମଲାରେ ନିଜର ପକ୍ଷ ରଖିବା ପାଇଁ ହାଇକୋର୍ଟଙ୍କ ଆଦେଶ ରହିଛି।