ବାରଙ୍ଗ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମହାନଦୀରେ ବନ୍ୟାଜଳ ଅଧିକ ପ୍ରବାହିତ ହେଉଥିବା କାରଣରୁ ଭରା ନଦୀରେ ସେମାନଙ୍କୁ ଠାବ କରିବା ସମ୍ଭବପର ହେଉନାହିଁ । ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିବା ସମୟରେ ପୋଲିସ ଭିଡ ନିୟନ୍ତ୍ରଣ କରୁଥିବା ସୂଚନା ମିଳିଛି ।
Trending Photos
କଟକ: ତ୍ରିଶୁଳିଆ ବ୍ରିଜ୍ରୁ ଭରା ନଦୀକୁ ଡେଇଁଛନ୍ତି ପତି-ପତ୍ନୀ । ପାରିବାରିକ କଳହ ଉଗ୍ର ରୂପ ନେବାରୁ ବାଙ୍କୀ ବାଆଁରା ରାମଚନ୍ଦ୍ର ଅଞ୍ଚଳର ଦମ୍ପତ୍ତି କାଠଯୋଡୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବାରଙ୍ଗ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମହାନଦୀରେ ବନ୍ୟାଜଳ ଅଧିକ ପ୍ରବାହିତ ହେଉଥିବା କାରଣରୁ ଭରା ନଦୀରେ ସେମାନଙ୍କୁ ଠାବ କରିବା ସମ୍ଭବପର ହେଉନାହିଁ । ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିବା ସମୟରେ ପୋଲିସ ଭିଡ ନିୟନ୍ତ୍ରଣ କରୁଥିବା ସୂଚନା ମିଳିଛି ।
ସୂଚନା ମୁତାବକ, କଟକରେ ରହି ଏକ ଘରୋଇ ଟ୍ରାଭେଲ ଏଜେନ୍ସିର କାର ଚଳାଇ ପରିବାର ଭରଣ ପୋଷଣ କରନ୍ତି ଶତ୍ରୁଘ୍ନ ଲେଙ୍କା । ସନ୍ଧ୍ୟା ସମୟରେ ପତ୍ନୀଙ୍କ ସହ ତ୍ରିଶୁଳିଆ ବ୍ରିଜ୍ କାଠଯୋଡି ନିକଟକୁ ଆସିଥିଲେ ଶତ୍ରୁଘ୍ନ ଏବଂ ତାଙ୍କ ପତ୍ନୀ । ସେଠାରେ ଉଭୟଙ୍କ ମଧ୍ୟରେ କିଛି ସମୟ କଥାକଟାକଟି ଟାଲିବା ପରେ ଉଭୟେ ନଦୀକୁ ଡେଇଁ ପଡିଛନ୍ତି । ତେବେ ଘଟଣାସ୍ଥଳରୁ ଉଭୟଙ୍କ ମୋବାଇଲ୍ ଏବଂ ଆଧାରକାର୍ଡ ଜବତ ହୋଇଥିବା ଜଣାପଡିଛି ।
ଆପଣଙ୍କୁ କହିରଖୁଛୁ ଯେ, ଗତ ୪ ତାରିଖ ଦିନ ଯୋବ୍ରା ବ୍ୟାରେଜ ନିକଟରେ ମହାନଦୀକୁ ଡେଇଁଥିଲେ ଜଣେ ମହିଳା । କାମିନୀ ସ୍ୱାଇଁ ନାମକ ଜଣେ ମହିଳା ଆଜି ଅପରାହ୍ଣ ସମୟରେ ବ୍ୟାରେଜ ନିକଟରେ ପହଞ୍ଚି କିଛି ସମୟ ଛିଡା ହୋଇଥିଲେ । ପରେ ବ୍ରିଜ୍ ଉପରେ ନିଜ ଆସବାବପତ୍ର ରଖି ସିଧା ମହାନଦୀକୁ ଡେଇଁ ପଡିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଯୋବ୍ରା ବିଜ୍ ନିକଟରେ ଭିଡ ଲଗାଇଥିଲେ । କେହି ଜଣେ ମହାନଦୀକୁ ଡେଇଁବା ଦେଖି ସେଠାରେ ଥିବା କିଛି ମତ୍ସ୍ୟଜୀବୀ କିଛି ସମୟ ମଧ୍ୟରେ ଭରା ମହାନଦୀରୁ ମହିଳାଙ୍କୁ ଉଦ୍ଧାର କରିଥିଲେ । ପରେ ମହିଳାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଯୋବ୍ରା ବ୍ରିଜରୁ ମହିଳାଙ୍କ ଆଧାରକାର୍ଡ, ଜୋତା, ମୋବାଇଲ ଏବଂ ଭ୍ୟାନିଟ ବ୍ୟାଗ ଉଦ୍ଧାର କରାଯାଇଥିଲା । ତେବେ କେଉଁ କାରଣରୁ ମହିଳା ଜଣକ ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁଲେ ସେ ସମ୍ପର୍କରେ ଜଣା ପଡିନାହିଁ । କିନ୍ତୁ ସାଧାରଣ ଲୋକଙ୍କ କହିବା କଥା ହୁଏତ ପାରିବାରିକ କଳହ କାରଣରୁ ସେ ଏପରି କରିଥାଇ ପାରନ୍ତି ।
ସୂଚନାଯୋଗ୍ୟ, କିଛିଦିନ ମଧ୍ୟରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ବୃଦ୍ଧି ପାଇଛି । ଖବର ମୁତାବକ ୧ ମାସ ମଧ୍ୟରେ ୬ଜଣ ମହାନଦୀକୁ ଡେଇଁଛନ୍ତି । ୩୧ ଜୁଲାଇରେ କଟକ ମହାନଦୀକୁ ଡେଇଁଥିଲେ ୨ ଜଣ । ପ୍ରଥମେ ଶିକ୍ଷୟତ୍ରୀ ମମତା ସାହୁ କାଠଯୋଡିକୁ ଡେଇଁବା ଦିନଠାରୁ ଏପର୍ଯ୍ୟନ୍ତ ସେ ନିଖୋଜ ଥିବା ଜଣାପଡ଼ିଛି । ସେହିପରି ଭୁବନେଶ୍ୱରର ଯୁବକ ତୁଷାର ଭଟ୍ଟ ତ୍ରିଶୁଳିଆ ବ୍ରିଜ୍ ଉପରୁ ଡେଇଁଥିଲେ । ଅନ୍ୟପଟେ, ହୀରାକୁଦ ଡ୍ୟାମରେ ଗେଟ୍ ଖୋଲିବା ପରେ ମହାନଦୀର ଜଳସ୍ତର ବଢିବାରେ ଲାଗିଛି ।
Also Read - Lucky Zodiac Sign: ୧୦ ଅଗଷ୍ଟରେ ଅଧି ଯୋଗର ଶୁଭ ସଂଯୋଗ, ୫ଟି ରାଶିର ଭାଗ୍ୟ ଉଜ୍ୱଳ
Also Read - କଟକ SCBରେ ବଡ଼ ଅଘଟଣ, ୩ ଗୁରୁତର