Advertisement
Article Detail0/zeeodisha/odisha2474636
Zee OdishaOdisha Stateଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତକାଣ୍ଡ: ଘରୋଇ କଳହରୁ ସ୍ତ୍ରୀ ଓ ପୁତୁରାକୁ ହାଣିଲା

ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତକାଣ୍ଡ: ଘରୋଇ କଳହରୁ ସ୍ତ୍ରୀ ଓ ପୁତୁରାକୁ ହାଣିଲା

Husband attacked: ସେହି ସମୟରେ କାଳୁଙ୍କ ଦେଢ଼ ଶାଶୁର ପୁଅ ଆସି ତାଙ୍କୁ ଅଟକାଇଥିଲା। କାଳୁ ମଧ୍ୟ ତାଙ୍କୁ ଛାଡ଼ି ନଥିଲେ। ପୁତୁରାକୁ ମଧ୍ୟ ଆକ୍ରମଣ କରିଥିଲେ। କାଳୁଙ୍କ ସ୍ତ୍ରୀଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। 

ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତକାଣ୍ଡ: ଘରୋଇ କଳହରୁ ସ୍ତ୍ରୀ ଓ ପୁତୁରାକୁ ହାଣିଲା

ବ୍ରହ୍ମଗିରି: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶ୍ୱଶୁର ଘରେ ସ୍ତ୍ରୀ ଓ ପୁତୁରା ଦେଢ଼ ଶାଶୁଙ୍କ ପୁଅଙ୍କୁ ଜ୍ୱାଇଁ। ପରେ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଅଟକ ରଖିଛନ୍ତି। ଖବର ପାଇ ବ୍ରହ୍ମଗିରି ପୋଲିସ ଅଭିଯୁକ୍ତଙ୍କୁ ଉଦ୍ଧାର କରିଛି।

ସୂଚନା ଅନୁସାରେ ଆଜି ସକାଳେ କୌଣସି କଥାକୁ ନେଇ ଗୁଣ୍ଡିଚା ପ୍ରଧାନ ଓ ତାଙ୍କ ସ୍ତ୍ରୀ ସହ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା । ପରେ ଗୁଣ୍ଡିଚା ପ୍ରଧାନ ଏକ ଧାରୁଆ ଅସ୍ତ୍ର ଆଣି ନିଜ ସ୍ତ୍ରୀକୁ ଆକ୍ରମଣ କରିଥିଲେ। ସେହି ସମୟରେ କାଳୁଙ୍କ ଦେଢ଼ ଶାଶୁର ପୁଅ ଆସି ତାଙ୍କୁ ଅଟକାଇଥିଲା। କାଳୁ ମଧ୍ୟ ତାଙ୍କୁ ଛାଡ଼ି ନଥିଲେ। ପୁତୁରାକୁ ମଧ୍ୟ ଆକ୍ରମଣ କରିଥିଲେ। କାଳୁଙ୍କ ସ୍ତ୍ରୀଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିସହ କାଳୁଙ୍କୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ।

Add Zee News as a Preferred Source
About the Author