କେନ୍ଦ୍ରାଞ୍ଚଳ ଆର୍‌ଡିସି ଦାୟିତ୍ବ ନେଲେ ବି. ପରମେଶ୍ୱରନ୍‌
Advertisement
Article Detail0/zeeodisha/odisha2397757

କେନ୍ଦ୍ରାଞ୍ଚଳ ଆର୍‌ଡିସି ଦାୟିତ୍ବ ନେଲେ ବି. ପରମେଶ୍ୱରନ୍‌

P paremeswarn: ଯୋଗଦେବା ପରେ ଶ୍ରୀ ପରମେଶ୍ୱରନ୍ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗ କାମନା କରିବା ସହିତ ନିଜ ନିଜର କର୍ତ୍ତବ୍ୟ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ।

କେନ୍ଦ୍ରାଞ୍ଚଳ ଆର୍‌ଡିସି ଦାୟିତ୍ବ ନେଲେ ବି. ପରମେଶ୍ୱରନ୍‌

କଟକ: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ବି. ପରମେଶ୍ୱରନ୍ କଟକସ୍ଥିତ କାର୍ଯ୍ୟାଳୟରେ ଯୋଗଦେଇଛନ୍ତି। ୨୦୦୮ ବ୍ୟାଚ୍‌ର ଆଇଏଏସ୍‌ ଶ୍ରୀ ପରମେଶ୍ବରନ୍ ପୂର୍ବରୁ ଭୁବନେଶ୍ବରରେ ବନ୍ଦୋବସ୍ତ କମିସନର ଭାବେ କାର୍ଯ୍ୟ କରୁଥିଲେ। ଯୋଗଦେବା ପରେ ଶ୍ରୀ ପରମେଶ୍ୱରନ୍ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗ କାମନା କରିବା ସହିତ ନିଜ ନିଜର କର୍ତ୍ତବ୍ୟ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ।

ଦାୟିତ୍ବ ନେବା ଅବସରରେ ଆର୍‌ଡିସି ଶ୍ରୀ ପରମେଶ୍ବରନଙ୍କୁ ଆର୍‌ଡିସିଙ୍କ ସଚିବ ତୁଷାରକାନ୍ତ ମହାନ୍ତି, ଅତିରିକ୍ତ ସଚିବ ଆଶୁତୋଷ ସାମଲ, ଯୁଗ୍ମ ନିର୍ଦ୍ଦେଶକ ପଦ୍ମଚରଣ ନାୟକ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ (କେନ୍ଦ୍ରାଞ୍ଚଳ) ହେମନ୍ତ କୁମାର ନାୟକ, ଅନୁସଚିବ ସଂକଳ୍ପ ସ୍ୱସ୍ତିକ ସାହୁ, ସହକାରୀ ବିତ୍ତ ପରାମର୍ଶଦାତା ତଥା ଅନୁଶାସନ ସଚିବ କାର୍ତ୍ତିକ କୁମାର ଦାଶ, ସହକାରୀ ସଚିବ ସ୍ନେହରତ୍ନ ମହାନ୍ତି, କୋର୍ଟ ଅଫିସର ଦିଲ୍ଲୀପ କୁମାର ନାଏକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ଦାସ, ପ୍ରଶାସନିକ ଅଧିକାରୀ ଅଞ୍ଜଳି ରାଉତରାୟ, ପ୍ରତିଷ୍ଠାନ ଅଧିକାରୀ ଅନ୍ନପୂର୍ଣ୍ଣା ଜେନା ପ୍ରମୁଖ ସ୍ବାଗତ କରିଥିଲେ।