ଆଇଆଇଟିରେ ଓପନ୍ ଇନୋଭେସନ୍ କର୍ମଶାଳା
Advertisement
Article Detail0/zeeodisha/odisha2431417

ଆଇଆଇଟିରେ ଓପନ୍ ଇନୋଭେସନ୍ କର୍ମଶାଳା

IIT Bhubaneswar; କାର୍ଯ୍ୟକ୍ରମରେ ଏନଟିପିସି, ଟାଟା ଷ୍ଟିଲ୍, ଗ୍ରୀଡ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ ଏବଂ ବଜାଜ୍ ଇଲେକ୍ଟ୍ରିକାଲ୍ସ ଭଳି କମ୍ପାନି ଗୁଡ଼ିକର କର୍ପୋରେଟ୍ ନେତା, ଅଭିନବ ପରିଚାଳକ ଏବଂ ଗବେଷଣା ଓ ବିକାଶ ଦଳ ଏକତ୍ରିତ ହୋଇଥିଲେ।

ଆଇଆଇଟିରେ ଓପନ୍ ଇନୋଭେସନ୍ କର୍ମଶାଳା

ଭୁବନେଶ୍ଵର: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ର ଅନୁସନ୍ଧାନ ଏବଂ ଉଦ୍ୟୋଗ ପାର୍କ ପକ୍ଷରୁ ଦୁଇଦିନିଆ ଓପନ୍ ଇନୋଭେସନ୍ କର୍ମଶାଳା ଉଦ୍ ଯାପିତ ହୋଇଯାଇଛି। ଇଣ୍ଡିଆ ଆକ୍ସିଲେଟ୍ ର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାରେ କର୍ପୋରେଟ୍ ଏବଂ ଉଦ୍ୟୋଗୀମାନଙ୍କୁ ଓପନ୍ ଇନୋଭେସନ୍ ପ୍ରଣାଳୀର ସାମ୍ପ୍ରତିକ ଶିଳ୍ପ ସମ୍ବନ୍ଧରେ କୁହାଯାଇଛି। କାର୍ଯ୍ୟକ୍ରମରେ ଏନଟିପିସି, ଟାଟା ଷ୍ଟିଲ୍, ଗ୍ରୀଡ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ ଏବଂ ବଜାଜ୍ ଇଲେକ୍ଟ୍ରିକାଲ୍ସ ଭଳି କମ୍ପାନି ଗୁଡ଼ିକର କର୍ପୋରେଟ୍ ନେତା, ଅଭିନବ ପରିଚାଳକ ଏବଂ ଗବେଷଣା ଓ ବିକାଶ ଦଳ ଏକତ୍ରିତ ହୋଇଥିଲେ। ଏହି ଅବସରରେ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କର୍ମାଲକର ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି କହିଥିଲେ। ଏଥିସହ, ଆଇଆଇଟିର ସିଇଓ ଶୁଭଙ୍କର ପତି, 

 ଆଇଆଇଟିର ଡିନ୍ ପ୍ରଫେସର ପି. ଦିନକର, ଆସୋସିଏଟ୍ ପ୍ରଫେସର ଦେବୀ ପ୍ରସାଦ ଡୋଗ୍ରା ଯୋଗଦେଇ ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ କର୍ପୋରେଟ୍ ଇନୋଭେସନ୍ ହେଡ୍ ଅରିନ୍ଦମ୍ ମୁଖୋପାଧ୍ୟାୟଙ୍କ ଦ୍ୱାରା 'ଓପନ୍ ଇନୋଭେସନର ପରିଚୟ', ଇଣ୍ଡିଆ ଆକ୍ସିଲେଟର ଏବଂ ଆଇଏ ଲ୍ୟାବର ସହ-ପ୍ରତିଷ୍ଠାତା ଦୀପକ ଶର୍ମାଙ୍କ ଦ୍ୱାରା 'ଷ୍ଟାର୍ଟ ଅପ୍ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମର ବ୍ୟାଖ୍ୟା', ଶିଳ୍ପ ବିଶେଷଜ୍ଞ ଶାନ୍ତମ୍ ଶୁକ୍ଲାଙ୍କ ଦ୍ୱାରା 'ବାସ୍ତବ ଦୁନିଆରେ ଓପନ୍ ଇନୋଭେସନ୍', ଇଣ୍ଡିଆ ଆକ୍ସିଲେଟରର ଲିଡ୍ ପାର୍ଟନରସିପ୍ ନିଖିଲ ସୂତାରଙ୍କ ଦ୍ୱାରା 'ସହଭାଗିତା ପାଇଁ ରଣନୀତି' ଆଦି ଅଧିବେଶନ ଅଂଶଗ୍ରହଣକାରୀମାନଙ୍କୁ ଉଦ୍ୟମିତା ଓ ଅଭିନବତ୍ଵର ବିଭିନ୍ନ ପ୍ରସଙ୍ଗ ଉପରେ ସଚେତନ କରାଯାଥିଇଲା।