ସକାଳୁ ସକାଳୁ ରାଜଧାନୀରେ ପବନ ସହ ପ୍ରବଳ ବର୍ଷା
Advertisement
Article Detail0/zeeodisha/odisha2394670

ସକାଳୁ ସକାଳୁ ରାଜଧାନୀରେ ପବନ ସହ ପ୍ରବଳ ବର୍ଷା

Rain in Bbsr: ଇସ୍କନ ମନ୍ଦିର ସାମ୍ନା ରାସ୍ତା ବର୍ଷା ପାଣିରେ ବଡ଼ିଯାଇଛି। ରାସ୍ତାରେ ୫ଫୁଟ୍‌ ଉଚ୍ଚର ପାଣି ଜମିଥିବାରୁ କିଛି ଗାଡ଼ି ବୁଡ଼ି ରହିଥିବା ଦେଖିବାକୁ ମିଳିଛି।

ସକାଳୁ ସକାଳୁ ରାଜଧାନୀରେ ପବନ ସହ ପ୍ରବଳ ବର୍ଷା

ଭୁବନେଶ୍ଵର: ଆଜି ସକାଳୁ ସକାଳୁ ରାଜଧାନୀରେ ସାମାନ୍ୟ ପବନ ସହ ପ୍ରବଳ ବର୍ଷା ହୋଇଛି। ବର୍ତ୍ତମାନ ବି ବର୍ଷା ଲାଗି ରହିଛି। ତେବେ ଗତକାଲି ସନ୍ଧ୍ୟାରେ ଅସରାଏ ବର୍ଷିଥିଲା। କିଛି ସମୟ ପରେ ଛାଡିଯାଇଥିଲା। କିନ୍ତୁ ଆକାଶ ମେଘାଚ୍ଛନ୍ନ ଥିଲା। ରାତି ସାରା ବର୍ଷା ବନ୍ଦ ଥିବା ବେଳେ ପୁଣି ସକାଳୁ ବର୍ଷା ଲାଗି ରହିଛି।

ବର୍ଷା ଯୋଗୁ ରାଜଧାନୀ ରାଜରାସ୍ତା ଶୂନଶାନ ହୋଇଯାଇଛି। ବର୍ଷାରେ ପାଣିର ସୁଅ ଚାଲିଛି। ସେହିପରି ଜାତୀୟ ରାଜପଥରେ ଯେଉଁ ଫ୍ଲାଇ ଓଭର ହୋଇଛି ସେଥିରୁ ପାଣି ଆସି ପାର୍ଶ୍ବ ରୋଡରେ ସୁଅ ଛୁଟୁଛି। ଯାତାୟାତରେ ବାଧା ସୃଷ୍ଟି ହୋଇଛି। 

ଅନ୍ୟପଟେ ଇସ୍କନ ମନ୍ଦିର ସାମ୍ନା ରାସ୍ତା ବର୍ଷା ପାଣିରେ ବଡ଼ିଯାଇଛି। ରାସ୍ତାରେ ୫ଫୁଟ୍‌ ଉଚ୍ଚର ପାଣି ଜମିଥିବାରୁ କିଛି ଗାଡ଼ି ବୁଡ଼ି ରହିଥିବା ଦେଖିବାକୁ ମିଳିଛି। ତେବେ ରାଜଧାନୀରେ ଟିକେ ବର୍ଷା ହେଲେ ମଧ୍ୟ ଇସ୍କନ ମନ୍ଦିର ସାମ୍ନା ରାସ୍ତା ବୁଡ଼ିଯାଏ। ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ବି ଏହାର ସ୍ଥାୟୀ ପ୍ରତିକାର ହେଇପାରୁନାହିଁ। ଏହାଛଡ଼ା ରାଜଧାନୀରେ ଜଳ ନିଷ୍କାସନ ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।