Kharagpur Train Service: ଆସନ୍ତାକାଲି ଠାରୁ ଖଡ଼ଗପୁରକୁ ଗଡ଼ିବ ଟ୍ରେନ୍‍
Advertisement
Article Detail0/zeeodisha/odisha1911004

Kharagpur Train Service: ଆସନ୍ତାକାଲି ଠାରୁ ଖଡ଼ଗପୁରକୁ ଗଡ଼ିବ ଟ୍ରେନ୍‍

Kharagpur Train Service News: ଆସନ୍ତା କାଳି ଠାରୁ ସ୍ୱାଭାବିକ ଭାବରେ ଖଡ଼ଗପୁର ଅଭିମୁଖେ ଚଳାଚଳା କରିବ ଟ୍ରେନ।

 Kharagpur Train Service: ଆସନ୍ତାକାଲି ଠାରୁ ଖଡ଼ଗପୁରକୁ ଗଡ଼ିବ ଟ୍ରେନ୍‍

Train Service for Kharagpur: ଭୁବନେଶ୍ୱର: ଖଡ଼ଗପୁର-ଭଦ୍ରକ ରେଳଖଣ୍ଡରେ ଆବଶ୍ୟକ ମରାମତି ହୋଇଛି। ଯାହା ଫଳରେ ମାଟି ଅତଡ଼ା ଧସି ଯିବା କାରଣରୁ ଏହି ରେଳମାର୍ଗ ଦେଇ ବାତିଲ୍‍ ହୋଇଥିବା ଟ୍ରେନ ଚଳାଚଳ ପୁଣିଥରେ ଆରମ୍ଭ କରାଯିବ। ଅକ୍ଟୋବର ୧୧ ତାରିଖ ଠାରୁ ବାତିଲ ହୋଇଥିବା ୮ ଯୋଡ଼ା ଟ୍ରେନ ପୁଣିଥରେ ସ୍ୱଭାବିକ ସମୟରେ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ଆସନ୍ତାକାଲି ଠାରୁ ଖଡ଼ଗପୁର ଅଭିମୁଖେ ଚଳାଚଳ କରିବାକୁ ଯାଉଥିବା ଟ୍ରେନ  ହେଉଛି ବାଲେଶ୍ୱର-ଭଦ୍ରକ ସ୍ୱତନ୍ତ୍ର ଟ୍ରେନ, ଖଡ଼ଗପୁର-ଯାଜପୁର ରୋଡ୍‍ ଏକ୍ସପ୍ରେସ, ଖଡ଼ଗପୁର-ଖୋର୍ଦ୍ଧା ଏକ୍ସପ୍ରେସ, ଖଡ଼ଗପୁର-ବାଲେଶ୍ୱର ସ୍ୱତନ୍ତ୍ର, ହାଓ୍ୱଡ଼ା-ଭଦ୍ରକ ଏକ୍ସପ୍ରେସ, ପୁରୀ ଜଳେଶ୍ୱର ସ୍ୱତନ୍ତ୍ର ଟ୍ରେନ୍, ବାଲେଶ୍ୱର-ବାରିପଦା ସ୍ୱତନ୍ତ୍ର ଟ୍ରେନ। ଉଭୟ ଅପ୍‍ ଏବଂ ଡାଉନ୍‍ ଲାଇନ୍‍ ଅର୍ଥାତ୍‍ ଯିବା-ଆସିବା ନିର୍ଦ୍ଧାରିତ ସମୟରେ ଛାଡ଼ିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। 

ଗତ ୪ ତାରିଖ ଦିନ ପ୍ରବଳ ବର୍ଷା ହେତୁ ବାଲେଶ୍ୱର ଏବଂ ହଳଦିପଦା ରେଳଷ୍ଟେସନ୍‍ ମଧ୍ୟବର୍ତ୍ତୀ ଅଞ୍ଚଳରେ ଟ୍ରେନ୍‍ ଲାଇନ ମାଟି ଅତଡ଼ା ଧସିବା କାରଣରୁ କ୍ଷତିଗ୍ରସ୍ତ ହୋଇଥିଲା। ଯାହା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ନଜରରେ ରଖି ଏହି ରେଳ ମାର୍ଗ ଦେଇ ଯାତ୍ରା କରୁଥିବା ଟ୍ରେନ ଚଳାଚଳ ଗତ ୪ ତାରିଖରୁ ବାତିଲ କରାଯାଇଥିଲା