ଭିତର ଭଣ୍ଡାର ଜରାଜୀର୍ଣ୍ଣ; ବ୍ୟାପକ ମରାମତିର ଆବଶ୍ୟକତା ରହିଛି: ଜଷ୍ଟିସ୍ ରଥ
Advertisement
Article Detail0/zeeodisha/odisha2337629

ଭିତର ଭଣ୍ଡାର ଜରାଜୀର୍ଣ୍ଣ; ବ୍ୟାପକ ମରାମତିର ଆବଶ୍ୟକତା ରହିଛି: ଜଷ୍ଟିସ୍ ରଥ

Puri Ratna Bhandar: ୧୯୮୫ ମସିହାରେ ବଳଭଦ୍ରଙ୍କ ଚିତା ଲାଗି ପାଇଁ ଏହି ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିବା ରେକର୍ଡ ରହିଛି। ମନ୍ଦିରର ନିର୍ଦ୍ଧାରିତ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସମସ୍ତ ଆଲମିରା ଓ ବାକ୍ସ ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ଘରର କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିପାରିବ ନାହିଁ। ତେବେ ଚେମ୍ବର ଭିତରେ ପାଣି ଲିକ୍ ହେବାର କୌଣସି ଚିହ୍ନନଥିବା ସେ ଉଲ୍ଲେଖ କରିଛନ୍ତି। 

Ratna Bhandar

ଭୁବନେଶ୍ୱର: ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଅବସ୍ଥା ଭଲ ନାହିଁ।  ଛାତରୁ ପାଣିଗଳିବା, କାନ୍ଥର ରକ୍ଷଣାବେକ୍ଷଣ ଆବଶ୍ୟକ ହେବ ଆଦି ଏଠାରେ ମରାମତି କାର୍ଯ୍ୟକୁ ତୁରନ୍ତ ଆବଶ୍ୟକ କରୁଛି। ଏପରିକ କିଛି ଅନୁଧ୍ୟାନ କରିଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ପୂର୍ବତନ ବିଚାରପତି ବିଶ୍ୱନାଥ ରଥ। ଗତକାଲି ଭିତର ଭଣ୍ଡାରର ତିନିଟି ତାଲା କାଟି ୧୧ ଜଣିଆ ବିଶେଷଜ୍ଞ ପ୍ୟାନେଲ ରବିବାର ଭିତର କକ୍ଷଭିତରକୁ ପ୍ରବେଶ କରିଥିଲେ। ଚେମ୍ବର ଭିତରେ  ଇସ୍ପାତ ଓ କାଠ ତିଆରି କିଛି ଆଲମିରା, କାଠ ତିଆରି ବାକ୍ସ ବା ସିନ୍ଦୁକ ଥିବା ଏହି ଟିମ୍ ଦେଖିଥିଲା।

‘ଆମେ ଭିତର ରତ୍ନଭଣ୍ଡାର ଭିତରେ ଥିବା ସୀମିତ ସମୟ ମଧ୍ୟରେ, ଆମେ ଉଭୟ ଛାତ ଏବଂ ଚେମ୍ବରର ମହଲା ଯାଞ୍ଚ କରିଥିଲୁ ଏବଂ ତଳେ ଭଙ୍ଗା ପଥର ଦେଖିବାକୁ ପାଇଥିଲୁ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ଢାଞ୍ଚା ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି ଏବଂ ବ୍ୟାପକ ମରାମତିର ଆବଶ୍ୟକତା ରହିଛି । କିନ୍ତୁ ୧୯୮୫ ମସିହାପରଠାରୁ ଏହି ଭିତର ଚେମ୍ବର ଖୋଲାଯାଇ ନ ଥିବାରୁ କ୍ଷୟକ୍ଷତି ଏକ ସ୍ୱାଭାବିକ କଥା ବୋଲି ଜଷ୍ଟିସ୍ ରଥ କହିଛନ୍ତି।’

୧୯୮୫ ମସିହାରେ ବଳଭଦ୍ରଙ୍କ ଚିତା ଲାଗି ପାଇଁ ଏହି ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିବା ରେକର୍ଡ ରହିଛି। ମନ୍ଦିରର ନିର୍ଦ୍ଧାରିତ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସମସ୍ତ ଆଲମିରା ଓ ବାକ୍ସ ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ଘରର କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିପାରିବ ନାହିଁ। ତେବେ ଚେମ୍ବର ଭିତରେ ପାଣି ଲିକ୍ ହେବାର କୌଣସି ଚିହ୍ନନଥିବା ସେ ଉଲ୍ଲେଖ କରିଛନ୍ତି। ରତ୍ନ ଭଣ୍ଡାର ଛାତ ମରାମତି ହୋଇସାରିଛି। ତେଣୁ କେମିତି ପାଣି ଲିକ୍ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ମିଳିଥିବା ଥ୍ରୀଡି ଫଟୋରେ ରତ୍ନଭଣ୍ଡାର କାନ୍ଥରେ ଥିବା ଭୂପୃଷ୍ଠର ପାଣି ଜକଉଥିବା ଓ ଦୁର୍ବଳ ଚୂନ ପ୍ଲାଷ୍ଟରରେ ଅନେକ ସ୍ଥାନରେ ଫାଟ ଦେଖିବାକୁ ମିଳିଥିଲା। ଏହି ଫାଟ ଯୋଗୁଁ ରତ୍ନଭଣ୍ଡାରର ଭିତର କୋଠରୀରେ ପାଣି ପଶିଥାଇପାରେ ବୋଲି ଏଏସ୍ଆଇ ଅଧିକାରୀମାନେ ସେତେବେଳେ ସନ୍ଦେହ କରିଥିଲେ।

ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ମୂଲ୍ୟବାନ ଜିନିଷକୁ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବା ପରେ ଭିତାର ଭଣ୍ଡାର ମରାମତି ପାଇଁ ଏଏସ୍‍ଆଇକୁ ହସ୍ତାନ୍ତର କରାଯିବ। ରତ୍ନଭଣ୍ଡାରର ଢାଞ୍ଚାଗତ ସୁରକ୍ଷା ଆମର ପ୍ରାଥମିକତା। ଏଏସ୍ଆଇ ଏହାର ମରାମତି କାର୍ଯ୍ୟ ଶେଷ କରିବା ପରେ ଗହଣା ଓ ଅଳଙ୍କାରକୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ଏହା ପରେ ଗଣତି କରାଯିବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଶ୍ରୀଜିଉ ଶ୍ରୀମନ୍ଦିରରେ ପ୍ରବେଶ ପରେ ରତ୍ନ ଭଣ୍ଡାରରେ ଥିବା ଜିନିଷକୁ ସ୍ଥାନାନ୍ତରଣ କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।