Advertisement
Article Detail0/zeeodisha/odisha2173356
Zee OdishaOdisha StateOdisha News: କୃତ୍ରିମ ବୁଦ୍ଧିମତ୍ତା ଓ ଯାନ୍ତ୍ରିକ ଶିକ୍ଷା ଦ୍ୱାରା ଜଳବାୟୁ ପରିବର୍ତ୍ତନ ହ୍ରାସ ସମ୍ପର୍କରେ ଆନ୍ତର୍ଜାତିକ ସମ୍ମିଳନୀ

Odisha News: କୃତ୍ରିମ ବୁଦ୍ଧିମତ୍ତା ଓ ଯାନ୍ତ୍ରିକ ଶିକ୍ଷା ଦ୍ୱାରା ଜଳବାୟୁ ପରିବର୍ତ୍ତନ ହ୍ରାସ ସମ୍ପର୍କରେ ଆନ୍ତର୍ଜାତିକ ସମ୍ମିଳନୀ

କଟକ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ଯାନ୍ତ୍ରିକ ଶିକ୍ଷା (ଏମ୍ଏଲ୍) ଦ୍ୱାରା କିଭଳି ଜଳବାୟୁ ପରିବର୍ତ୍ତନ ସମ୍ଭବ ହୋଇପାରିବ, ସେ ସମ୍ପର୍କରେ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଅତିଥି ଓ ବକ୍ତାମାନେ ମତ ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟର ଯାନ୍ତ୍ରିକ ଓ ପ୍ରଯୁକ୍ତି ତଥା ବିଜ୍ଞାନ ବିଭାଗ ପକ୍ଷରୁ ଆ

Odisha News: କୃତ୍ରିମ ବୁଦ୍ଧିମତ୍ତା ଓ ଯାନ୍ତ୍ରିକ ଶିକ୍ଷା ଦ୍ୱାରା ଜଳବାୟୁ ପରିବର୍ତ୍ତନ ହ୍ରାସ ସମ୍ପର୍କରେ ଆନ୍ତର୍ଜାତିକ ସମ୍ମିଳନୀ

Odisha News: କଟକ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ଯାନ୍ତ୍ରିକ ଶିକ୍ଷା (ଏମ୍ଏଲ୍) ଦ୍ୱାରା କିଭଳି ଜଳବାୟୁ ପରିବର୍ତ୍ତନ ସମ୍ଭବ ହୋଇପାରିବ, ସେ ସମ୍ପର୍କରେ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଅତିଥି ଓ ବକ୍ତାମାନେ ମତ ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟର ଯାନ୍ତ୍ରିକ ଓ ପ୍ରଯୁକ୍ତି ତଥା ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଅଭିନବ ପ୍ରଯୁକ୍ତି ବିଦ୍ୟାର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା।

ବୈଶ୍ୱିକ ଜଳବାୟୁ ପରିବର୍ତ୍ତନକୁ କିଭଳି ରୋକାଯାଇପାରିବ, ସେ ସମ୍ପର୍କରେ ଏହି ସମ୍ମିଳନୀରେ ଉପସ୍ଥିତ ଅତିଥି ଓ ବକ୍ତାମାନେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ (ଏଆର ଏବଂ ଇ) ବିଭାଗର ଡିନ୍ ପ୍ରାଧ୍ୟାପକ ଡଃ. ଅନିଲ ଶର୍ମା, ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଭାଗର ଡିନ୍ ପ୍ରାଧ୍ୟାପକ ଡଃ. ରବିନାରାୟଣ ଶତପଥୀ, ବିଜ୍ଞାନ ବିଭାଗର ଡିନ୍ ଡଃ. ଅମରେନ୍ଦ୍ର ନାରାୟଣ ମିଶ୍ର, କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ପ୍ରମୁଖ ଜଳବାୟୁ ପରିବର୍ତ୍ତନ ହ୍ରାସ କରିବା ଦିଗରେ କୃତ୍ରିମ ବୁଦ୍ଧିମତ୍ତା ଓ ଯାନ୍ତ୍ରିକ ଶିକ୍ଷାର ଭୂମିକା ବର୍ଣ୍ଣନା କରିଥିଲେ । 

ଏଥିସହ ଆମେରିକାର ନ୍ୟୁୟର୍କସ୍ଥିତ ସିଟି ବିଶ୍ୱବିଦ୍ୟାଳୟରୁ ଆସିଥିବା ପ୍ରାଧ୍ୟାପିକା ପାରମିତା ସେନ୍ ଏବଂ ନୀଲ୍ ଫିଲିପ୍ ଏହା ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରାଧ୍ୟାପିକା ପାରମିତା ସେନ୍ କହିଥିଲେ, ‘ଏହି ମାରାତ୍ମକ ଜଳବାୟୁ ପରିବର୍ତ୍ତନ ବାୟୁମଣ୍ଡଳର କେବଳ ଟ୍ରପୋସ୍ଫିୟର ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ । ଏହା ଷ୍ଟ୍ରାଟୋସ୍ଫିୟରକୁ ମଧ୍ୟ ବ୍ୟାପିଗଲାଣି । ଆଜି ଓଜନ୍ ସ୍ତର ଭୀଷଣ ଭାବରେ କ୍ଷତିଗ୍ରସ୍ତ ହୋଇ ସାରିଛି ।’ ଏଥିସହ ସେ ଏକ୍ସୋସ୍ଫିୟରକୁ ନେଇ ଉପଗ୍ରହ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ସହ ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ଥିବା ସମ୍ପର୍କ କଥା କହିଥିଲେ । ପ୍ରାଧ୍ୟାପକ ଫିଲିପ ମଧ୍ୟ ଏ ବିଷୟରେ ଅତ୍ୟନ୍ତ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନ୍ୟୁୟର୍କସ୍ଥିତ ଆଇବିଏମର ଡାଟାବିଜ୍ଞାନୀ ଶ୍ରୀ ଫୈକ୍ ସୁଲେମାନ୍, ଅମିନ୍ ଆବୋଉ-ଗଲାଲା କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ କରି ଜଳବାୟୁ ପରିବର୍ତ୍ତନ ହ୍ରାସ ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ଏସଏନଡିଟି ମହିଳା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡଃ. ସଞ୍ଜୟ ସିଠୋଲେ ଏଥିରେ ଯାନ୍ତ୍ରିକ ଶିକ୍ଷାର ପ୍ରୟୋଗ କଥା କହିଥିଲେ। 

Add Zee News as a Preferred Source

ପରିଶେଷରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ସତ୍ୟଜିତ ଆର୍ଯ୍ୟ ସମସ୍ତ ଅତିଥି ବକ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପରି ଏକ ବିଷୟକୁ ନେଇ ସଫଳତାର ସହ ସମ୍ମିଳନୀଟି ଆୟୋଜନ କରାଯାଇ ପାରିଥିବାରୁ ସମସ୍ତେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ ।

About the Author