Advertisement
Article Detail0/zeeodisha/odisha2067072
Zee OdishaOdisha StateIT Raid: କୋଇଲା ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ: ବଡ଼ଧରଣର ଦୁର୍ନୀତି ହୋଇପାରେ ଉନ୍ମୋଚନ

IT Raid: କୋଇଲା ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ: ବଡ଼ଧରଣର ଦୁର୍ନୀତି ହୋଇପାରେ ଉନ୍ମୋଚନ

ପୁଣିଥରେ ଆୟ୍ରକ ବିଭାଗର ଏହି ଚଢ଼ଉ ବଡ଼ ଧରଣର ବ୍ୟବସାୟ-ରାଜନୀତିକ ସମ୍ପର୍କକୁ ଖୋଲିବା ସମ୍ଭାବନା ସୃଷ୍ଟି କରିଛି।

IT Raid: କୋଇଲା ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ: ବଡ଼ଧରଣର ଦୁର୍ନୀତି ହୋଇପାରେ ଉନ୍ମୋଚନ

IT Raid: ଭୁବନେଶ୍ୱର: ଦୁଇଦିନ ହେଲା ସୁନ୍ଦରଗଡ଼ର କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆ, ତାଙ୍କ ଭାଇ ବାବଲୁ ଡାଲମିଆ ଏବଂ ସହଯୋଗୀ ନନ୍ଦକିଶୋର ଅଗ୍ରଓ୍ୱାଲ୍‍ଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଚାଲିଛି। ଖାଲି ସୁନ୍ଦରଗଡ଼ ନୁହେଁ, ସୁନ୍ଦରଗଡ଼, ରାଉରକେଲା, ବରପାଲି ବରଗଡ଼, ଏବଂ ଛତିଶଗଡ଼ର ରାୟପୁର, ରାୟଗଡ, ବିଳାସପୁରରେ ଏକ ସଙ୍ଗେ ଚଢ଼ଉ ଜାରି ରହିଛି। ପ୍ରାୟ ୧୦୦ ଆୟକର ଅଧିକାରୀ ଏହି କାର୍ଯ୍ୟରେ ଲିପ୍ତ ଥିବା ସୂଚନା ମିଳିଛି। ଆୟକର ବିଭାଗ ପକ୍ଷରୁ ଏ ବାବଦରେ କୌଣସି ସୂଚନା ଦିଆଯାଇ ନାହିଁ।

କିଛିଦିନ ପୂର୍ବରୁ ଛତିଶଗଡ଼ରୁ  କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘର ଓ କାରଖାନାରେ ଆୟକ ଚଢ଼ାଉ କରିଥିଲେ। ତାଙ୍କର ମଦବ୍ୟବସାୟ ଓଡ଼ିଶାରେ ଥିବାରୁ ରାଜ୍ୟରେ ମଧ୍ୟ ଚଢ଼ଉ ହୋଇଥିଲା।  ଏଥିରେ ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିଲା। ଏହା ସେତେବେଳେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ପୁଣିଥରେ ଆୟ୍ରକ ବିଭାଗର ଏହି ଚଢ଼ଉ ବଡ଼ ଧରଣର ବ୍ୟବସାୟ-ରାଜନୀତିକ ସମ୍ପର୍କକୁ ଖୋଲିବା ସମ୍ଭାବନା ସୃଷ୍ଟି କରିଛି।

Add Zee News as a Preferred Source
About the Author