ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଖବରଦାତା, ସାମ୍ବାଦିକଙ୍କ ବିଭିନ୍ନ ଦାବି ସଂକ୍ରାନ୍ତରେ ନିଆଯିବ ଉପଯୁକ୍ତ ପଦକ୍ଷେପ
Advertisement
Article Detail0/zeeodisha/odisha2354814

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଖବରଦାତା, ସାମ୍ବାଦିକଙ୍କ ବିଭିନ୍ନ ଦାବି ସଂକ୍ରାନ୍ତରେ ନିଆଯିବ ଉପଯୁକ୍ତ ପଦକ୍ଷେପ

Odisha journalist: ବିଧାନସଭାର କକ୍ଷରେ ଆଜି ସାମ୍ବାଦିକମାନଙ୍କ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନୂତନ ବଜେଟ ଲାଗି ଅଭିନନ୍ଦନ ଜଣାଇବା ସହ ସାମ୍ବାଦିକମାନଙ୍କର ବିଭିନ୍ନ ଦାବି ସଂକ୍ରାନ୍ତରେ ଆଲୋଚନା କରିଥିଲେ। 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଖବରଦାତା, ସାମ୍ବାଦିକଙ୍କ ବିଭିନ୍ନ ଦାବି ସଂକ୍ରାନ୍ତରେ ନିଆଯିବ ଉପଯୁକ୍ତ ପଦକ୍ଷେପ

ଭୁବନେଶ୍ୱର: ସାମ୍ବାଦିକଙ୍କ ବିଭିନ୍ନ ଦାବି ସଂକ୍ରାନ୍ତରେ ସରକାର ସଂପୂର୍ଣ୍ଣ ଅବଗତ ଅଛନ୍ତି। ଖୁବ୍ ଶୀଘ୍ର ଏ ବାବଦରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିଶ୍ରୁତି ଦେଇଛନ୍ତି। ବିଧାନସଭାର କକ୍ଷରେ ଆଜି ସାମ୍ବାଦିକମାନଙ୍କ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନୂତନ ବଜେଟ ଲାଗି ଅଭିନନ୍ଦନ ଜଣାଇବା ସହ ସାମ୍ବାଦିକମାନଙ୍କର ବିଭିନ୍ନ ଦାବି ସଂକ୍ରାନ୍ତରେ ଆଲୋଚନା କରିଥିଲେ। 

ଦାବି ଅନୁସାରେ, ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଅନ୍ୟ କୌଣସି ଯୋଜନାରେ ସାମିଲ ନକରି ଅବିକୃତ ଭାବେ ଲାଗୁକରିବା, ବୀମାର ଆକାରକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରି ଏଥିରେ ସାମ୍ବାଦିକଙ୍କ ବାପା, ମାଙ୍କୁ ସାମିଲ କରିବା, ଅନ୍ୟ ରଜ୍ୟ ଭଳି ଅବସରପ୍ରାପ୍ତ ସାମ୍ବାଦିକଙ୍କ ଲାଗି ପେନସନ୍ ବ୍ୟବସ୍ଥା କରିବା, ଦୀର୍ଘ ୧୫ବର୍ଷରୁ ଅଧିକ କାଳ ଅକାମୀ ଅବସ୍ଥାରେ ଥିବା ଅଧିସ୍ବୀକୃତି କମିଟିର ପୁନର୍ଗଠନ କରି ଅଧିସ୍ବୀକୃତି ନିୟମର ସଂଶୋଧନ କରିବା ଓ ବିଭିନ୍ନ ରାଜ୍ୟରେ ସାମ୍ବାଦିକଙ୍କୁ ମିଳୁଥିବା ସୁବିଧା ସୁଯୋଗକୁ ଅନୁଧ୍ୟାନ କରି ସେସବୁକୁ ଓଡ଼ିଶାରେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଦାବି କରି ପ୍ରତିନିଧି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ଦାବି ବାବଦରେ ସରକାର ଅବଗତ ଅଛନ୍ତି ଓ ଆଗାମୀ ଅତିରିକ୍ତ ବଜେଟ ବେଳକୁ ସେସବୁ ବାବଦରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା ସାମ୍ବାଦିକ ୟୁନିୟନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତିଙ୍କ ସମେତ ଜିତେନ୍ଦ୍ର ପଟ୍ଟନାୟକ, ପ୍ରଦୀପ୍ତ ମହାପାତ୍ର, ହରିହର ଚାନ୍ଦ, ପ୍ରଶାନ୍ତ ସ୍ୱାଇଁ, ପ୍ରୀତିକାନ୍ତ ନାୟକ, ସୁଜିତ୍ ବିଷୋୟୀ, ଦେବାଶିଷ ସାମଲ, ବିଶ୍ଵରଞ୍ଜନ ମହାପାତ୍ର ଓ ସୌମ୍ୟରଞ୍ଜନ ସାହୁ ପ୍ରମୁଖ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏହି ପ୍ରତିନିଧି ଦଳରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।