କୋଟିପତି କିରାଣୀ ପ୍ରଦୀପ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ
Advertisement
Article Detail0/zeeodisha/odisha2408167

କୋଟିପତି କିରାଣୀ ପ୍ରଦୀପ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

Vigilance Arrested: ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଶୁକ୍ରବାର ଦିନ ଏହି ଚଢ଼ଉ କରାଯାଇଛି।

କୋଟିପତି କିରାଣୀ ପ୍ରଦୀପ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

ବାଲେଶ୍ଵର: କୋଟିପତି କିରାଣୀ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ। ଆଜି ତାଙ୍କୁ କୋର୍ଟରେ ହାଜର କରିବ ଭିଜିଲାନ୍ସ। ଶୁକ୍ରବାର ଚଢ଼ାଉ ବେଳେ କୋଟିଏ ଟଙ୍କାର ମାର୍କେଟ କମ୍ପେ୍ଲକ୍ସ,‌ ୬ଟି ଦାମୀ ପ୍ଲଟ୍‌ ଠାବ ହୋଇଥିଲା। 

ତେବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରଦୀପ ଦାସଙ୍କ ଘର ସମେତ ୬ଟି ଠିକଣା ଉପରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ। ପ୍ରଦୀପ କୁମାର ଦାସଙ୍କ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାରେ ଥିବା ପୈତୃକ ଘର, ଅଙ୍ଗାରଗାଡ଼ିଆରେ ଥିବା ତିନି ମହଲା ବିଶିଷ୍ଟ କୋଠା, ସେରଗଡ଼ରେ ଥିବା ମାର୍କେଟ କଂପ୍ଲେକ୍ସ, ନୀଳଗିରି ଓ ଖନ୍ତାପଡ଼ାରେ ଥିବା ସମ୍ପର୍କୀୟଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଦୀର୍ଘ ଦିନ ହେଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ପ୍ରଦୀପ ଦାସଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଶୁକ୍ରବାର ଦିନ ଏହି ଚଢ଼ଉ କରାଯାଇଛି। ଚଢ଼ଉରେ ୨ ଜଣ ଏଏସପି, ୪ ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ଥିଲେ।

ଚଢ଼ାଉ ବେଳେ ୧ କୋଟି ୯ ଲକ୍ଷ ଟଙ୍କାର ମାର୍କେଟ କମ୍ପେ୍ଲକ୍ସ, ତାଙ୍କ ନାମରେ ଥିବା ୬ଟି ଦାମୀ ପ୍ଲଟ୍‌ ଠାବ କରାଯାଇଛି। ଏହାବ୍ୟତୀତ ତାଙ୍କ ନାମରେ ୧୧ ଲକ୍ଷ ୩୭ ହଜାର ୯୯୭ ଟଙ୍କାର ବ୍ୟାଙ୍କ୍‌ ଜମା ଓ ବୀମା ରାଶି, ୨ଟି ଦୁଇଚକିଆ ଯାନ, ୩ଲକ୍ଷ ଟଙ୍କାର ଘର ଆସବାବପତ୍ର ମଧ୍ୟ ଠାବ ହୋଇଥିଲା।