Maa Mangala: ମଙ୍ଗଳବାର ନୀତି କାନ୍ତି ତୃତୀୟ ପାଳି ଝାମୁଯାତ୍ରା
Advertisement
Article Detail0/zeeodisha/odisha2195491

Maa Mangala: ମଙ୍ଗଳବାର ନୀତି କାନ୍ତି ତୃତୀୟ ପାଳି ଝାମୁଯାତ୍ରା

ଜାରି ହୋଇଥିବା ନୀତିକାନ୍ତି ତଥ୍ୟ ଅନୁଯାୟୀ, ସୋମବାର ରାତି ୧.୩୦ ସମୟରେ ମାଆଙ୍କ ମନ୍ଦିରରେ ଦ୍ୱାରଫିଟା ଓ ମଙ୍ଗଳ ଆରତୀ ନୀତି ଆରମ୍ଭ ହେବ । ତାପରେ ୧.୩୫ରୁ ୩ଟା ମଧ୍ୟରେ ସ୍ନାନ, ମାଜଣା, ବେଶ ଏବଂ ଚନ୍ଦନ ଲାଗି ହେବ । ଏହାପରେ...

Maa Mangala: ମଙ୍ଗଳବାର ନୀତି କାନ୍ତି ତୃତୀୟ ପାଳି ଝାମୁଯାତ୍ରା

ପୁରୀ: କାକଟପୁର ମାଆ ମଙ୍ଗଳାଙ୍କ ମନ୍ଦିରରେ ତୃତୀୟ ପାଳି ଝାମୁଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ତୃତୀୟ ପାଳି ଯାତ୍ରା ଏପ୍ରିଲ ୦୯ ତାରିଖ (ମଙ୍ଗଳବାର) ଦିନ ହେବାକୁ ଯାଉଛି ।

ନୀତିକାନ୍ତି ସମ୍ପର୍କ ମାଆ ମଙ୍ଗଳା ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଜାରି ହୋଇଥିବା ନୀତିକାନ୍ତି ତଥ୍ୟ ଅନୁଯାୟୀ, ସୋମବାର ରାତି ୧.୩୦ ସମୟରେ ମାଆଙ୍କ ମନ୍ଦିରରେ ଦ୍ୱାରଫିଟା ଓ ମଙ୍ଗଳ ଆରତୀ ନୀତି ଆରମ୍ଭ ହେବ । ତାପରେ ୧.୩୫ରୁ ୩ଟା ମଧ୍ୟରେ ସ୍ନାନ, ମାଜଣା, ବେଶ ଏବଂ ଚନ୍ଦନ ଲାଗି ହେବ । ଏହାପରେ ୩ଟା୩୦ ସମୟରେ ସୂର୍ଯ୍ୟପୂଜା ଏବଂ ୪ଟା ସମୟରେ ବଲ୍ଲଭ ପୂଜା ଅନୁଷ୍ଠିତ ହେବ । ତାପରେ ୪ଟା୩୦ ସମୟରେ ରାଧାକୃଷ୍ଣ (ପତିତପାବନ ମନ୍ଦିରକୁ ବିଜେ ଓ ପୂଜା) କରାଯିବ । ୪ଟା୪୫ରେ ସକାଳ ଧୂପ, ୫ଟା୩୦ରେ ସାହାଣମେଲା ଓ ସର୍ବସାଧାରଣ ଦର୍ଶନ ହେବ । ୩ଟା୩୦ରୁ ୪ଟା୩୦ ମଧ୍ୟରେ ଦ୍ୱିପହର ଧୂପ, ୫ଟାରୁ ୫ଟା୩୦ ମଧ୍ୟରେ ଭ୍ଣ୍ଡ ଦୂପ, ଦିନ ୫.୩୦ରୁ ୫ଟା.୪୫ ପହୁଡ, ସନ୍ଧ୍ୟା ୬ଟାରେ ଦ୍ୱାରଖୋଲା ସହ ସନ୍ଧ୍ୟା ଆରତୀ, ୧୦ଟାରୁ ୧୧ଟା ମଧ୍ୟରେ ମହାସ୍ନାନ ଓ ବେଶ (ରାତ୍ର) ଅନୁଷ୍ଠିତ ହେବ । ଏଥିସହ ୧୧ଟାରୁ ୧୧ଟା୩୦ ପର୍ଯ୍ୟନ୍ତ ମନ୍ଦିର ବେଢା ମଧ୍ୟରେ କାଳୀକା ନୃତ୍ୟ ଆୟୋଜନ ହେବ । ପରେ ୧୧ଟା୩୦ରୁ ୧୨ଟା୧୫ ମଧ୍ୟରେ ରାତ୍ର ଧୂପ, ୧୨ଟା୩୦ରେ ବଡ ସିଂହାର ବେଶ, ୧୨ଟା୪୫ରେ ଭ୍ରମଣୀ (ମଙ୍ଗଳା ଦୁର୍ଗା) ଏବଂ ରାତି ୧ଟାରେ ପହଡ ନୀତି କରାଯିବ । କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ଏବଂ ମଧବର୍ତୀକାଳୀନ ଟ୍ରଷ୍ଟି ଅଙ୍କିତା ଅନନ୍ଦିତା ଏନେଇ ସୂଚନା ଜାରି କରିଛନ୍ତି ।

Also Read- ଦୁର୍ଘଟଣାରେ ଶହୀଦ ହେଲେ ଓଡ଼ିଆ ଯବାନ

Also Read- Guru Nakshatra Gochar: ରାମ ନବମୀରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୃହସ୍ପତି, ୩ରାଶିଙ୍କ ଭାଗ୍ୟ ଉଜ୍ଜ୍ୱଳ