Kendrapara: ଏଣିକି ସହଜ ହେବ ତାରିଣୀ ପୀଠରୁ ଶ୍ରୀ ସିଦ୍ଧବଳଦେବ ଜୀଉଙ୍କ ଦର୍ଶନ
Advertisement
Article Detail0/zeeodisha/odisha2139734

Kendrapara: ଏଣିକି ସହଜ ହେବ ତାରିଣୀ ପୀଠରୁ ଶ୍ରୀ ସିଦ୍ଧବଳଦେବ ଜୀଉଙ୍କ ଦର୍ଶନ

Kendrapara: ଜିଲ୍ଲା ଦେଇ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍ । ଫଳରେ ଉପକୃତ ହେବେ ଯାତ୍ରୀଠାରୁ ବ୍ୟବସାୟୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ପାରାଦୀପ, ହରିଦାସପୁର ଓ କେନ୍ଦୁଝର ମଧ୍ୟରେ ଗଡ଼ିବ ମେମୁ ଟ୍ରେନ୍ ।

Kendrapara: ଏଣିକି ସହଜ ହେବ ତାରିଣୀ ପୀଠରୁ ଶ୍ରୀ ସିଦ୍ଧବଳଦେବ ଜୀଉଙ୍କ ଦର୍ଶନ

Kendrapara: ପୂରଣ ହେବ ଦୀର୍ଘ ଦିନର ଆଶା । ଘଟିବ ବହୁ ପ୍ରତୀକ୍ଷାର ଅନ୍ତ । ଜିଲ୍ଲା ଦେଇ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍ । ଫଳରେ ଉପକୃତ ହେବେ ଯାତ୍ରୀଠାରୁ ବ୍ୟବସାୟୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ପାରାଦୀପ, ହରିଦାସପୁର ଓ କେନ୍ଦୁଝର ମଧ୍ୟରେ ଗଡ଼ିବ ମେମୁ ଟ୍ରେନ୍ ।

ସୂଚନା ଅନୁଯାୟୀ, ଚଳିତ ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ତିଖୋଲ କାର୍ଯ୍ୟକ୍ରମରେ ମେମୁ ଟ୍ରେନର ଉଦ୍ଦଘାଟନ କରିବେ ବୋଲି ଖୋର୍ଦ୍ଧା ରେଳବାଇ ଉପଖଣ୍ତ ରେଳବାଇ ମ୍ୟାନେଜର  ଏଚ. ଏସ୍. ବାଜୱା ସୂଚନା ଦେଇଛନ୍ତି । ଏନେଇ ଏକ ଟିମ୍ ସହ  ବାଜୱା ରେଳପଥର ନିରାପତ୍ତା ଯାଞ୍ଚ କରିଛନ୍ତି ।ଏନେଇ ସେ କହିଛନ୍ତି, ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ପାରାଦୀପ ହରିଦାସପୁର ରେଳପଥରେ ମେମୁ ଟ୍ରେନ୍ କୁ ଉଦ୍ଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏନେଇ ଆଇନଗତ ଭାବେ ରେଳବାଇ କମିଶନଙ୍କ ଅନୁମତି ଜରୁରୀ । ବିଭାଗୀୟ ଅଧିକାରୀ ନିରାପତ୍ତା ଯାଞ୍ଚ କରି ରିପୋର୍ଟ ଦେବା ପରେ ହିଁ ମେମୁ ଟ୍ରେନ୍ ଚାଲିବ । ଦୁଇ ଦିନର ସୁରକ୍ଷା ଯାଞ୍ଚ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ । ଏଥିପାଇଁ ସିଆରପିଙ୍କ ତରଫରୁ ଯାଞ୍ଚ ରିପୋର୍ଟ ଦିଆଯିବ । ମାର୍ଚ୍ଚ ୫ ତାରିଖରେ ଏହି ଟ୍ରେନ୍ ଗଡ଼ିବ । ପରେ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି ସମୟ ସାରଣୀ ସ୍ଥିର କରାଯିବ ।

Also Read- Weather Update: ତାତିରେ କଲବଲ ସାରା ଓଡ଼ିଶା, ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା

ଏହି ଟ୍ରେନ୍ ଚଳାଚଳ କଲେ ଯାତ୍ରୀ ପରିବହନ ସହ ମାଆ ତାରିଣୀଙ୍କ ପୀଠରୁ ତୁଳସୀ କ୍ଷେତ୍ର ଶ୍ରୀ ସିଦ୍ଧବଳଦେବ ଜୀଉଙ୍କ ପୀଠକୁ ଯାତାୟତ ସୁଗମ ହେବ । ଏହାସହ ଜିଲ୍ଲାର ଅର୍ଥନୈତିକ, ସାମାଜିକ ଓ ଗମନାଗମନ ବ୍ୟବସ୍ଥାରେ ଲୋକେ ଉପକୃତ ହେବେ ।