Keonjhar Rath Height: ବିଶ୍ୱର ବୃହତ୍ତମ କାଠ ରଥ; ଶିଆଳି ଲତାରୁ ପ୍ରସ୍ତୁତ ଦଉଡି ହୁଏ ରଥ ଟଣା
Advertisement
Article Detail0/zeeodisha/odisha1736726

Keonjhar Rath Height: ବିଶ୍ୱର ବୃହତ୍ତମ କାଠ ରଥ; ଶିଆଳି ଲତାରୁ ପ୍ରସ୍ତୁତ ଦଉଡି ହୁଏ ରଥ ଟଣା

Keonjhar Chariot Festival: ବିଶ୍ବର ସର୍ବବୃହତ ରଥ କେନ୍ଦୁଝର ର ନନ୍ଦିଘୋଷ ରଥ ଶିଆଳି ଦଉଡିରେ ଟଣା ହେବାର ରହିଛି ନିଆରା ପରମ୍ପରା। ଯାହାକୁ କେନ୍ଦୁଝରରେ ରଥା ଯାତ୍ରା ଆରମ୍ଭ ହେବା ଦିନ ଠାରୁ ଜୁଆଙ୍ଗ ଏବଂ ଭୂୟାଁ ସମ୍ପ୍ରଦାୟର ଲୋକେ ଯୋଗାଇ ଆସୁଥିଲେ। ହେଲେ ସମୟକ୍ରମେ ଏବେ କେବଳ ଭୂୟାଁ ସମ୍ପ୍ରଦାୟର ଲୋକେ ଏହି ଦୌଡ଼ି ଯୋଗାଇ ଆସୁଛନ୍ତି।

Keonjhar Rath Height: ବିଶ୍ୱର ବୃହତ୍ତମ କାଠ ରଥ; ଶିଆଳି ଲତାରୁ ପ୍ରସ୍ତୁତ ଦଉଡି ହୁଏ ରଥ ଟଣା

Keonjhar Rath Yatra: ବିଶ୍ବର ସର୍ବ ବୃହତ ରଥ ଭାବରେ ଜଣାଶୁଣା କେନ୍ଦୁଝର ରଥର ନିଆରା ପରମ୍ପରା। ଶିଆଳି ଲଟାର ଛାଲିରୁ ପ୍ରସ୍ତୁତ ଦଉଡିରେ ଟଣା ହୁଏ ରଥ ଟଣା ହୁଏ। ଏହି ଦଉଡ଼ିକୁ ରାଜାରାଜୁଡା ସମୟରୁ ଯୋଗାଇ ଦେଇ ଆସୁଛନ୍ତି କେନ୍ଦୁଝର ଭୂଆଁ ସର୍ଦ୍ଦାର। ଦେଖିବା ବିଶ୍ୱର ବୃହତ୍ତମ କାଠ ରଥର ମାନ୍ୟତା ପାଇ ଥିବା କେନ୍ଦୁଝର ନନ୍ଦିଘୋଷ ରଥର ଐତିହ୍ୟ ଏବଂ ପରମ୍ପରାକୁ ନେଇ ଏକ ରିପୋର୍ଟ।

ବିଶ୍ବର ସର୍ବବୃହତ ରଥ କେନ୍ଦୁଝର ର ନନ୍ଦିଘୋଷ ରଥ ଶିଆଳି ଦଉଡିରେ ଟଣା ହେବାର ରହିଛି ନିଆରା ପରମ୍ପରା। ଯାହାକୁ କେନ୍ଦୁଝରରେ ରଥା ଯାତ୍ରା ଆରମ୍ଭ ହେବା ଦିନ ଠାରୁ ଜୁଆଙ୍ଗ ଏବଂ ଭୂୟାଁ ସମ୍ପ୍ରଦାୟର ଲୋକେ ଯୋଗାଇ ଆସୁଥିଲେ। ହେଲେ ସମୟକ୍ରମେ ଏବେ କେବଳ ଭୂୟାଁ ସମ୍ପ୍ରଦାୟର ଲୋକେ ଏହି ଦୌଡ଼ି ଯୋଗାଇ ଆସୁଛନ୍ତି। ଅନେକ କଷ୍ଟ ସହି ଜଙ୍ଗଲରୁ ଶିଆଳି ଲତା ସଂଗ୍ରହ କରି ସେଥିରୁ ବକଳ ବାହାର କରି ଦଉଡି ପ୍ରସ୍ତୁତ କରି ପ୍ରଭୁଙ୍କ ପ୍ରତି ରହିଥିବା ଗଭୀର ଭକ୍ତି ଭାବର ପ୍ରତୀକ ଭାବରେ ଭୂୟାଁ ସମ୍ପ୍ରଦାୟର ଲୋକ ଏହି ଦଉଡି ଯୋଗାଇ ଆସୁଛନ୍ତି। କେଉଁଠି ଏବଂ କିଭଳି ଭାବେ ପ୍ରଭୁଙ୍କ ରଥ ପାଇଁ ତିଆରି ହେଉଛି ଏହି ଶିଆଳି ରଥ ଦଉଡି ସେ ସମ୍ପର୍କରେ ଜାଣନ୍ତୁ।

ଓଡ଼ିଶାରେ ବିଭିନ୍ନ ଜିଲାରେ ଆୟୋଜିତ ହେଉଥିବା ରଥଯାତ୍ରାର ରହିଛି ଅଲଗା ଅଲଗା ପରମ୍ପରା ରହିଛି। ଯେପରି ବାରିପଦାରେ ସୁଭଦ୍ରାଙ୍କ ରଥକୁ ମହିଳା ଟାଣନ୍ତି। ସେହିପରି କେନ୍ଦୁଝରର ନନ୍ଦିଘୋଷ ରଥ ଟାଣିବା ପାଇଁ ଶିଆଳି ଲଟାର ଛାଲିରୁ ପ୍ରସ୍ତୁତ ଦଉଡି ବ୍ୟବହାର କରାଯିବାର ପରମ୍ପରା ରହିଛି ।

କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ ଅଧିନରେ ଅବସ୍ଥିତ ରହିଛି ଦଅଁଳା ଗାଁ। ଏହି ଗ୍ରାମର ଅଧିକାଂଶ ପରିବାର ହେଉଛନ୍ତି ଭୂୟାଁ ସମ୍ପ୍ରଦାୟର। ଏହି ଗ୍ରାମର ଭୂୟାଁ ସମ୍ପ୍ରଦାୟର ଲୋକେ ବିଶ୍ବର ସର୍ବ ବୃହତ ରଥ ଭାବରେ ପରିଚିତି କେନ୍ଦୁଝର ରଥ ଯେବେ ଠାରୁ ପ୍ରଥମେ ଆରମ୍ଭ ହୋଇଥିଲା ସେହି ସମୟରୁ ଆଜି ପର୍ଯ୍ୟନ୍ତ ଦଉଡ଼ି ଯୋଗାଇ ଆସୁଛନ୍ତି। ଏବେ ଏହି ଗ୍ରାମର ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଦଉଡ଼ି ନିର୍ମାଣରେ ଲାଗି ପଡ଼ିଛନ୍ତି। ଅକ୍ଷୟ ତୃତୀୟା ଠାରୁ ଦଅଁଳା ଗ୍ରାମର ଲୋକେ ଗନ୍ଧମାର୍ଦନ ପାହାଡ଼ରୁ ଶିଆଳି ଲତାରୁ ଛେଲି ସଂଗ୍ରହ କରିଥାନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଆଜ୍ଞା ମାଳ ପାଇଲା ପରେ ରଥ ଦଉଡି ତିଆରି କାମ ଆରମ୍ଭ କରିଥାନ୍ତି। 

ଦଉଡି ତିଆରି କରୁଥିବା ଲୋକଙ୍କ କହିବା ଅନୁସାରେ ସବୁ ଶିଆଳି ଲତାରୁ ଦଉଡି ପ୍ରସ୍ତୁତ ହୁଏ ନାହିଁ। ଯେଉଁ ଗଛରେ କୌଣସି ଚଢେଇ ବସା କରିନଥିବ ଏବଂ ଶିଆଳି ଲତା ଗଛ ଉପରୁ ତଳକୁ ଲମ୍ବି ଥିବ କେବଳ ସେହି ଲତାକୁ କଟାଯାଇ ସେଥିରୁ ବକଳ ବାହାର କରିଯାଇଥାଏ। ପରେ ଏହି ବକଳକୁ ମୋଡି ମୋଡି ଦଉଡି ନିର୍ମାଣ କରିଯାଏ। ଏହି ଦଉଡିର ଲମ୍ବା ୧୦୮ ହାତ ହୋଇଥିବା ବେଳେ ମୋଟେଇ ୬ ଇଞ୍ଚ ରହିଥାଏ କହିଛନ୍ତି ରଥ ଦଉଡି ତିଆରି କରୁଥିବା ଭୂୟାଁ ସମ୍ପ୍ରଦାୟ। ଏସବୁ କାମକୁ ସମଗ୍ର ଗ୍ରାମର ଲୋକେ ବଡ଼ ଆଗ୍ରହର ସହିତ କରିଥାନ୍ତି। ରାଜା ରାଜୁଡା ଅମଳରୁ ଏହି ଭୀୟାଁ ସମ୍ପ୍ରଦାୟର ଲୋକ ନିଷ୍ଠାର ସହ ବିଶ୍ଵର ସର୍ବବୃହତ ରଥ ପାଇଁ ଦଉଡ଼ି ଯୋଗାଇଥାନ୍ତି।

ଏହି ଦଉଡିର ଅନେକ ବୈଶିଷ୍ଟ ରହିଛି। ଲୋକଶୃତି ଏବଂ ଗବେଷକଙ୍କ ମତରେ ଏହି ଦଉଡି ରଥରେ ଲାଗିଲା ପରେ ଏହା ଦେବତା ପାଲଟି ଯାଇଥାଏ। ଏହାକୁ ଛୁଇଲେ ଜନ୍ମ ଜନ୍ମର ପାପ ନାସ ହେବାର ବିଶ୍ବାସ ରହିଛି। ଏହି ରଥ ଦଉଡିକୁ ନେଇ ରଖିଲେ ଲୋକ ଙ୍କୁ ଅନେକ ଶୁଭ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।

ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଶିଆଳି ଲତାରେ ଦୋଳି ଖେଳୁଥିଲା ବେଳେ ଜରା ଶବର ଶ୍ରୀକୃଷ୍ଣଙ୍କ ପାଦକୁ ହରିଣ ଭାବି ଶର ବିଧ କରିଥିଲା। ଯାହା ପରେ ଶ୍ରୀକୃଷ୍ଣ ଦେହ ତ୍ୟାଗ କରିଥିଲେ। ପ୍ରଭୁ ଜଗନ୍ନାଥ ଶ୍ରୀକୃଷ୍ଣଙ୍କ ଅବତାର। ଯେହେତୁ ଶ୍ରୀକୃଷ୍ଣ ଏହି ଶିଆଳି ଗଛରେ ଥିବା ବେଳେ ଦେହତ୍ୟାଗ କରିଥିଲେ। ଏହି ଗଛର ଛାଲିରେ ନିର୍ମିତ ଦଉଡ଼ିରେ ରଥ ଟାଣିଲେ ଭକ୍ତ ସ୍ଵର୍ଗ ପ୍ରାପ୍ତି ହୋଇଥାଏ। ଏହି ବିଶ୍ୱାସକୁ ଆଖି ଆଗରେ ରଖି ଆଦିବାସୀଙ୍କୁ ଯେତେବେଳେ ରଥ ଦଉଡି ତିଆରି ପାଇଁ କେନ୍ଦୁଝର ରାଜା ପ୍ରଥମେ ନିର୍ଦ୍ଦେଶ ଦେଇଥିଲେ, ସେତେବେଳ ଆଦିବାସୀ କୃଷ୍ଣଙ୍କ ଅଂଶ ରହିଥିବା ଶିଆଳି ଲତାରେ ପ୍ରସ୍ତୁତ ହେଉଥିବା ଦଉଡି ତିଆରି କରିଥିଲେ। ସେବେ ଠାରୁ ଏହି ପରମ୍ପରା ରହି ଆସିଛି।