Kerala Landslide: ମିଳିଲା ନିଖୋଜ ଓଡିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ, ଏବେବି ଆଉ ଜଣେ...
Advertisement
Article Detail0/zeeodisha/odisha2362544

Kerala Landslide: ମିଳିଲା ନିଖୋଜ ଓଡିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ, ଏବେବି ଆଉ ଜଣେ...

Kerala Landslide: କେରଳ ୱାୟନାଡ ଭୂସ୍ଖଳନ ସାରା ବିଶ୍ବକୁ ଦୋହଲାଇ ଦେଇଛି। ମୃତ୍ୟୁ ସଂଖ୍ୟା ୧୬୭ ରେ ପହଞ୍ଚିଛି। ତେବେ, ଏ-ହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ରାଜ୍ୟବାସୀଙ୍କୁ ଚକିତ କରିଦେଇଛି। କାହିଁକିନା ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ପୁଅ । ନିଖୋଜ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ ଉଦ୍ଧାର ହୋଇଛି। 

Kerala Landslide: ମିଳିଲା ନିଖୋଜ ଓଡିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ, ଏବେବି ଆଉ ଜଣେ...

Kerala Landslide: କେରଳ ୱାୟନାଡ ଭୂସ୍ଖଳନ ସାରା ବିଶ୍ବକୁ ଦୋହଲାଇ ଦେଇଛି। ମୃତ୍ୟୁ ସଂଖ୍ୟା ୧୬୭ ରେ ପହଞ୍ଚିଛି। ତେବେ, ଏ-ହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ରାଜ୍ୟବାସୀଙ୍କୁ ଚକିତ କରିଦେଇଛି। କାହିଁକିନା ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ପୁଅ । ନିଖୋଜ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେପଟେ,  ବିଷ୍ଣୁଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ତେବେ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେବି ତାଙ୍କ ବନ୍ଧୁ ଡାକ୍ତର  ସ୍ୱାଧୀନ ପଣ୍ଡା ନିଖୋଜ ଅଛନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ବିଷ୍ଣୁ ହାଇଟେକ୍ ମେଡିକାଲ ମେଡିସିନ ବିଭାଗର ଡାକ୍ତର ଥିଲେ । 

ALSO READ : Weather Update: ଆଜି ପ୍ରବଳ ବର୍ଷା ନେଇ ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ALSO READ : Today Horoscope: ସତର୍କ ରୁହନ୍ତୁ ଏହି ରାଶିର ଲୋକେ, କର୍ମକ୍ଷେତ୍ରରେ ଦେଖାଦେଇପାରେ ବିବାଦ

ସୂଚନ ଥାଉକି,  ଗତ ୨୬ ତାରିଖରେ ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କର ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲ, ଡାକ୍ତର ସ୍ୱାଧୀନ ଓ ତାଙ୍କ ପତ୍ନୀ ସ୍ୱୀକୃଥି ମହାପାତ୍ର ବେଙ୍ଗାଲୁରୁ ବୁଲିବାକୁ ଯାଇଥିଲେ । ସେମାନେ ସେଠାରୁ କେରଳ ଯାଇ ୱାୟନାଡର ଲିନରା ଭିଲ୍ଲାରେ ରହିଥିଲେ । ଦୁର୍ଭାଗ୍ୟ ବସତଃ ଗତ ୨୯ ତାରିଖ ରାତିରେ ମୋପ୍ପାଡି, ମୁବାଡକାଇ ଚୁରାଲ ମାଲା ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା ।  ଫଳରେ ସମସ୍ତେ ପାଣିର ସ୍ରୋତରେ ଭାସି ଯାଇଥିଲେ । ତେବେ ପ୍ରିୟଦର୍ଶିନୀ ଓ ସ୍ୱୀକୃତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବଂ ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି।