ଟ୍ରେନ୍ ସମ୍ମୁଖକୁ ଡେଇଁ ଯାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ
Advertisement
Article Detail0/zeeodisha/odisha2418363

ଟ୍ରେନ୍ ସମ୍ମୁଖକୁ ଡେଇଁ ଯାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ

Khordharoad: ଷ୍ଟେସନ୍ ରେ ଟ୍ରେନ୍ ରହଣି ଲାଗି ଗତି ମନ୍ଥର ଥିବା ବେଳେ ଟ୍ରେନ୍ ଟ୍ରାକ୍ କୁ ଜଣେ ବ୍ୟକ୍ତି ଡେଇଁବା ଦେଖି ଚାଳକ ବ୍ରେକ୍ ମାରିଦେଇ ଥିଲେ।

ଟ୍ରେନ୍ ସମ୍ମୁଖକୁ ଡେଇଁ ଯାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ

ଖୋର୍ଦ୍ଧା: ଖୋର୍ଦ୍ଧାରୋଡ୍ ରେଳଷ୍ଟେସନ୍ ରେ ଆଜି ଜଣେ ଯାତ୍ରୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରେ ଯାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି କରିଛି। ଯାତ୍ରୀ ଜଣଙ୍କ ହେଲେ ଝାଡ଼ଖଣ୍ଡ ରାଜ୍ୟର ବେଲଚମ୍ପାର ଚନ୍ଦନ କୁମାର (୩୪)। 

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ ର ୩ନଂ ପ୍ଲାଟଫର୍ମରେ ଚନ୍ଦନ ଗତକାଲିଠାରୁ ବୁଲା ବୁଲି କରୁଥିଲେ। ପ୍ଲାଟଫର୍ମରେ ନିୟୋଜିତ ପୁଲିସ ତାଙ୍କୁ ପଚାରିବାରୁ ସେ ଜଣେ ସମ୍ପର୍କୀୟଙ୍କୁ ଅପେକ୍ଷା କରିଥିବା କହି ଆସୁଥିଲେ। ଆଜି ସକାଳେ ମଧ୍ୟ ଷ୍ଟେସନ୍ ରେ ବୁଲାବୁଲି କରୁଥିଲେ। ପୁଲିସ ସନ୍ଦେହ କରି ଯାଞ୍ଚ କରିବାରୁ ତାଙ୍କ ନିକଟରୁ କେବଳ ପଲାସା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଗୋଟିଏ ଟିକଟ ମିଳିଥିଲା। ମଧ୍ୟାହ୍ନ ସମୟରେ ଚନ୍ଦନ ୩ନଂ ପ୍ଲାଟଫର୍ମରେ ଦକ୍ଷିଣ ଲାଇନ୍ ପଟୁ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ। ଷ୍ଟେସନ୍ ରେ ଟ୍ରେନ୍ ରହଣି ଲାଗି ଗତି ମନ୍ଥର ଥିବା ବେଳେ ଟ୍ରେନ୍ ଟ୍ରାକ୍ କୁ ଜଣେ ବ୍ୟକ୍ତି ଡେଇଁବା ଦେଖି ଚାଳକ ବ୍ରେକ୍ ମାରିଦେଇ ଥିଲେ। ଫଳରେ ବ୍ୟକ୍ତିଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଥିଲେ। ଘଟଣାସ୍ଥଳରେ ଆରପିଏଫ୍ ଓ ଜିଆରପି ପୁଲିସ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରି ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଯାଇଥିଲେ। ସେଠାରେ ଗୁରୁତର ହେବାରୁ କ୍ୟାପିଟାଲ୍ ହସ୍ପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରୀତ କରାଯାଇଥିବା ସୂଚନା ମିଳିଛି।