Koraput News: ରାସନ୍ କାର୍ଡ ଏବଂ ଭତ୍ତା ପାଇଁ ଗୁରୁଣ୍ଡୁଛନ୍ତି ଦିବ୍ୟାଙ୍ଗ; କେବେ ପଶିବ ରାଜ୍ୟ ସରକାରଙ୍କ ଚେତା?
Advertisement
Article Detail0/zeeodisha/odisha1736728

Koraput News: ରାସନ୍ କାର୍ଡ ଏବଂ ଭତ୍ତା ପାଇଁ ଗୁରୁଣ୍ଡୁଛନ୍ତି ଦିବ୍ୟାଙ୍ଗ; କେବେ ପଶିବ ରାଜ୍ୟ ସରକାରଙ୍କ ଚେତା?

Pottangi Block Koraput: ରାସନ୍ କାର୍ଡ ଏବଂ ଭତ୍ତା ପାଇଁ ଗୁରୁଣ୍ଡୁଛନ୍ତି ଦିବ୍ୟାଙ୍ଗ। ତାଙ୍କର ଅସୁବିଧା ପାଇଁ ରାଜ୍ୟ ସରକାର କେଉଁ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।

 

Koraput News: ରାସନ୍ କାର୍ଡ ଏବଂ ଭତ୍ତା ପାଇଁ ଗୁରୁଣ୍ଡୁଛନ୍ତି ଦିବ୍ୟାଙ୍ଗ; କେବେ ପଶିବ ରାଜ୍ୟ ସରକାରଙ୍କ ଚେତା?

Koraput Disabled Women (ନୀରଜ ଶତପଥି): କେତେ ଆଉ କରୁଣ ଦୃଶ୍ୟ ଦେଖିଲେ ଚେତା ପଶିବ ରାଜ୍ୟ ସରକାରଙ୍କ? ବ୍ଲକ ପ୍ରଶାସନ ସବୁ ଦେଖି ନ ଦେଖିଲା ଭଳି ଅଭିନୟ କରୁଛି। ରାସନ୍ କାର୍ଡ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବ୍ଲକ କାର୍ଯ୍ୟାଳୟ ଧାଉଁଛନ୍ତି ଅସହାୟ ଦିବ୍ୟାଙ୍ଗ ମହିଳା। ତଥାପି ରାସନ୍ କାର୍ଡ ଖଣ୍ଡିଏ ଆଜି ଯାଏଁ ମିଳି ପାରି ନାହିଁ। ଯାହା ଫଳରେ କିଲୋ ପିଛା ୧୦/୧୨ ଟଙ୍କା ଦେଇ କିଣିବାକୁ ପଡ଼ୁଥିବା କହିଛନ୍ତି ଦିବ୍ୟାଙ୍ଗ ମହିଳା। ଅନ୍ୟ ପକ୍ଷରେ ବ୍ଲକ କାର୍ଯ୍ୟାଳୟରୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ପର୍ଯ୍ୟନ୍ତ ଗୁରୁଣ୍ଡି ଗୁରୁଣ୍ଡି ଯାଇଥିବା ବେଳେ, ମୁଖ୍ୟ ରାସ୍ତାରେ ଶହ ଶହ ଲୋକେ ଯାତାୟାତ କରୁଥିଲେ ମଧ୍ୟ ସମସ୍ତେ ଦେଖି ନ ଦେଖିଲା ପରି ଚାଲି ଯାଉଛନ୍ତି। 

ଏପରିକି ବ୍ଲକ କାର୍ଯ୍ୟାଳୟରେ କାହାରି ମାନବିକତା ଜାଗି ଉଠିଲାନି ଯେ, ସମ୍ପୃକ୍ତ ଦିବ୍ୟାଙ୍ଗ ମହିଳାଙ୍କୁ ବ୍ୟାଙ୍କ୍ ଯାଏଁ ଛାଡ଼ିବା ପାଇଁ। ମୁଖ୍ୟ ରାସ୍ତା ଉପରେ ଗୁରୁଣ୍ଡୁଥିବା ଏହି ଭିନ୍ନକ୍ଷମ ମହିଳା ଭତ୍ତା ଟଙ୍କା ଆଣିବା ପାଇଁ ଯାଇଥିଲେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍। ହେଲେ ବାରମ୍ବାର ବ୍ୟାଙ୍କ୍ ଯାଇଥିଲେ ମଧ୍ୟ ଟଙ୍କା ନ ଥିବା କହି ବ୍ୟାଙ୍କ୍ କର୍ମଚାରୀ ଫେରାଇ ଦେଇଥିବା କହିଛନ୍ତି ମହିଳା ଜଣକ। ଗୋଡ ଦୁଇଟି ଅକାମୀ। ଯାହା ଫଳରେ ଗୋଟିଏ ହାତରେ ତଳେ ଭରା ଦେଇ ଗୁରୁଣ୍ଡି ଗୁରୁଣ୍ଡି ଯିବା ଦୃଶ୍ୟ କାହାକୁ ବା ବ୍ୟଥିତ ନ କରିବ? ସବୁକିଛି ଦେଖିବା ବ୍ଲକ ପ୍ରଶାସନ କିମ୍ବା ବ୍ୟାଙ୍କ୍ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବା ନିଶ୍ଚିତ ଭାବରେ ଅମାନବିକତାର ପରିଚୟ।

ଏହି ଭିନ୍ନକ୍ଷମ ମହିଳା ଜଣକ ହେଉଛନ୍ତି ସିନ୍ଦେରି ହାର୍ଷା। କୋରାପୁଟ ଜିଲ୍ଲାର ପଟାଙ୍ଗି ଠାରୁ ପ୍ରାୟ ୫ କିଲୋମିଟର ଦୂରତା ରହିଥିବା କାରିଡି ନିକଟ ଗାଲିପାଡୁ ଗ୍ରାମରେ ରହିଛି ମହିଳାଙ୍କ ଘର। ଭତ୍ତା ଟଙ୍କା ଏବଂ ରାସନ୍ କାର୍ଡ ପାଇଁ ଦୀର୍ଘ ପଥ ଅତିକ୍ରମ କମାଣ୍ଡର ଯୋଗେ  ଟଙ୍କା ଖର୍ଚ୍ଚ କରି ପଟାଙ୍ଗି ଆସିଥିଲେ। ସେଠାରେ ପହଞ୍ଚିବା ପରେ ପୁଣି ବ୍ଲକ କାର୍ଯ୍ୟାଳୟରୁ ବ୍ୟାଙ୍କ୍ ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଯିବା ଆସିବା କରୁଥିବା ଏହି ଭିନ୍ନକ୍ଷମ ମହିଳା। ହେଲେ ତାଙ୍କର ଅସୁବିଧା ପାଇଁ ରାଜ୍ୟ ସରକାର କେଉଁ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।