ଚିକିଟି ବିଷାକ୍ତ ମଦ ପ୍ରସଙ୍ଗ, ମନ୍ତ୍ରୀ କହିଲେ ନିଆଯିବ ଏଭଳି କାର୍ଯ୍ୟାନୁଷ୍ଠାନ...
Advertisement
Article Detail0/zeeodisha/odisha2392136

ଚିକିଟି ବିଷାକ୍ତ ମଦ ପ୍ରସଙ୍ଗ, ମନ୍ତ୍ରୀ କହିଲେ ନିଆଯିବ ଏଭଳି କାର୍ଯ୍ୟାନୁଷ୍ଠାନ...

Odisha News: ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। 

ଚିକିଟି ବିଷାକ୍ତ ମଦ ପ୍ରସଙ୍ଗ, ମନ୍ତ୍ରୀ କହିଲେ ନିଆଯିବ ଏଭଳି କାର୍ଯ୍ୟାନୁଷ୍ଠାନ...

ଭୁବନେଶ୍ଵର: ଗତକାଲି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁରଠାରେ ଦେଶୀ ମଦ ପିଇ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ୫ଜଣଙ୍କୁ ବାନ୍ଧିଛି ପୁଲିସ। ଗିରଫ ୫ଜଣ ମାଉନ୍ଦପୁର ଗାଁର ବୋଲି ଜଣପଡ଼ିଛି। ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଚୋରା ମଦ କାରବାରକୁ କିପରି ରୋକି ହେବ ସେ ନେଇ ପଦକ୍ଷେପ ନୂଆ ଅବକାରୀ ନୀତିରେ ସାମିଲ କରାଯିବ। ତେବେ ଚିକିଟିରେ ଯେଉଁମାନେ ମଦ ପିଇ ଅସୁସ୍ଥ ସେମାନଙ୍କ ସ୍ୱାସ୍ୟାବସ୍ଥା ଭଲ ଅଛି। ୨୦ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିଲା, ତାଙ୍କ ସ୍ବାସ୍ଥ୍ୟଅବସ୍ଥାରେ ସୁଧାର ଆସିବାରେ ଲାଗିଛିି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ, ଗତକାଲି ମଦ ପିଇ କରବାଲୁଆ ଓ ଜେନାପୁରର ୧୫ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସମସ୍ତଙ୍କୁ ପ୍ରଥମେ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।