ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ ଅଭିଯୋଗରେ ସେବାୟତ ଗିରଫ
Advertisement
Article Detail0/zeeodisha/odisha2121198

ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ ଅଭିଯୋଗରେ ସେବାୟତ ଗିରଫ

ପର୍ଯ୍ୟଟକ ଜଣକ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସି ବିଭିନ୍ନ ସ୍ଥାନ ବୁଲି ଦେଖୁଥିବା ସମୟରେ ସେବାୟତ କୁଣ୍ଡୁ ମହାପାତ୍ରଙ୍କ ସହ ତାଙ୍କର ଦେଖା ହୋଇଥିଲା । ମନ୍ଦିର ସମ୍ପର୍କରେ ବିଶେଷ ତଥ୍ୟ ଜଣାଇବା କହି ସେବାୟତ ମହିଳା ପର୍ଯ୍ୟଟକଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ । ସେଠାରେ ବାହାନା କରି ପର୍ଯ୍ୟଟକଙ୍କ ସହ ଅସଦାଚରଣ କରିଥିଲେ ।

ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ ଅଭିଯୋଗରେ ସେବାୟତ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ନିକଟରେ ଜଣେ ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ଆସିଛି । ପର୍ଯ୍ୟଟକ ଜଣକ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସି ବିଭିନ୍ନ ସ୍ଥାନ ବୁଲି ଦେଖୁଥିବା ସମୟରେ ସେବାୟତ କୁଣ୍ଡୁ ମହାପାତ୍ରଙ୍କ ସହ ତାଙ୍କର ଦେଖା ହୋଇଥିଲା । ମନ୍ଦିର ସମ୍ପର୍କରେ ବିଶେଷ ତଥ୍ୟ ଜଣାଇବା କହି ସେବାୟତ ମହିଳା ପର୍ଯ୍ୟଟକଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ । ସେଠାରେ ବାହାନା କରି ପର୍ଯ୍ୟଟକଙ୍କ ସହ ଅସଦାଚରଣ କରିଥିଲେ । ତେବେ ମହିଳା ପର୍ଯ୍ୟଟକ ଏହାର ପ୍ରତିବାଦ କରିବା ପରେ ସେବାୟତ ତାଙ୍କୁ ଏହା ଆମର ସଂସ୍କୃତି ଏବଂ ପରମ୍ପରା ବୋଲି କହିଥିଲେ ।

ପର୍ଯ୍ୟଟକ ଜଣକ ସେଠାରୁ ଫେରି ସ୍ଥାନୀୟ ଲିଙ୍ଗରାଜ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବା ସହ ସେବାୟତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଅଭିଯୋଗ ପରେ ପୋଲିସ ତୁରନ୍ତ ଘଟଣାରେ ହସ୍ତକ୍ଷପ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସେବାୟତଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସୂଚନା ଅନୁସାରେ ସେବାୟତ କୁଣ୍ଡୁ ମହାପାତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣା ବାବଦରେ ସେବାୟତ ସଂଘ ଏବଂ ମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ଅନ୍ୟପଟେ ଗିରଫ ହୋଇଥିବା ସେବାୟତଙ୍କ ନାମରେ ପୂର୍ବରୁ ମଧ୍ୟ ଏପରି ଅଭିଯୋଗ ଥିବା ଜଣାପଡିଛି ।

Also Read- ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେଓଙ୍କ ଦ୍ବାଦଶାହରେ ଯୋଗ ଦେଲେ 5ଟି ଅଧ୍ୟକ୍ଷ

Also Read- Fake Pregnancies: ସରକାରୀ ଯୋଜନାର ଫାଇଦା ନେବାକୁ ୧୭ ଥର ହୋଇଥିଲେ ଗର୍ଭବତୀ, ଧରାପଡିଲା ସତ