Fake Pregnancies: ସରକାରୀ ଯୋଜନାର ଫାଇଦା ନେବାକୁ ୧୭ ଥର ହୋଇଥିଲେ ଗର୍ଭବତୀ, ଧରାପଡିଲା ସତ
Advertisement
Article Detail0/zeeodisha/odisha2119655

Fake Pregnancies: ସରକାରୀ ଯୋଜନାର ଫାଇଦା ନେବାକୁ ୧୭ ଥର ହୋଇଥିଲେ ଗର୍ଭବତୀ, ଧରାପଡିଲା ସତ

Fake Pregnancies: ମିଛ ବାହାନା କରି ଜଣେ ମହିଳା ପ୍ରାୟ ୨୪ ବର୍ଷ ହେବ ନିଜର ଅଫିସକୁ ଠକିବା ସହିତ ସରକାରୀ ଯୋଜନାର ଲାଭ ଉଠାଉଥିଲେ । କିନ୍ତୁ କଥାରେ ଅଛି ସତ କେବେ ଲୁଚି ରହେନା...  ଶେଷରେ ମହିଳାଙ୍କର ସବୁ କାରନାମା ପଦାକୁ ଆସିଛି ।

Fake Pregnancies: ସରକାରୀ ଯୋଜନାର ଫାଇଦା ନେବାକୁ ୧୭ ଥର ହୋଇଥିଲେ ଗର୍ଭବତୀ, ଧରାପଡିଲା ସତ

Fake Pregnancies: ଅନେକ ବ୍ୟକ୍ତି ଛୋଟମୋଟ ମିଛ କଥା କହି ଛୁଟି ନେବା ବିଷୟରେ ଆପଣ ଶୁଣିଥିବେ କିନ୍ତୁ ବର୍ତ୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଖୁବ୍ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ୧୭ ଥର ମିଛରେ ଗର୍ଭବତୀ ହେବାର ବାହାନା କରିଥିଲେ । ସେ ନିଜ ପୋଷାକ ତଳେ ଗୋଟେ ଛୋଟ ତକିଆ ରଖି ଅନ୍ୟମାନଙ୍କୁ ଗର୍ଭବତୀ ଥିବାର କହିବୁଲୁଥିଲେ । ବର୍ତ୍ତମାନ ଉକ୍ତ ମହିଳା ଜଣକ ଜେଲରେ ଅଛନ୍ତି । କେବଳ ସେତିକି ନୁହେଁ, ବିଭିନ୍ନ ଉପାୟରେ ମହିଳା ଜଣକ ୯୮ ଲକ୍ଷ ଟଙ୍କା ଠକେଇ କରିଛନ୍ତି। ଏଥିସହ ଗର୍ଭବତୀଙ୍କୁ ମିଳୁଥିବା ସରକାରୀ ଯୋଜନାର ମଧ୍ୟ ଲାଭ ଉଠାଇଛନ୍ତି ମହିଳା ଜଣକ । ମହିଳାଙ୍କ ବୟସ ୫୦ ବର୍ଷ ଓ ତାଙ୍କ ନାମ ବାର୍ବାରା ଆୟୋଲେ ବୋଲି ଜଣାପଡିଛି। ମିଛରେ ଗର୍ଭବତୀ ହେବାର ବାହାନା କରି ସେ ନିଜ ଅଫିସରୁ ଲମ୍ବା ସମୟ ଧରି ଛୁଟି ମଧ୍ୟ ନେଉଥିଲେ । ୨୦୦୦ ମସିହାରୁ ସେ ଏପରି ଡ୍ରାମା କରୁଥିବା ଜଣାପଡିଛି । ଅର୍ଥାତ୍ ମହିଳା ଜଣକ ୨୪ ବର୍ଷ ଧରି ଏପରି କାମ କରିଆସୁଥିଲେ ।

ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ଆୟୋଲେଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ ଏହା କହିଥିଲେ ଯେ, ତାଙ୍କର ମାତ୍ର ୫ଟି ଗର୍ଭଧାରଣ ସଫଳ ହୋଇଛି । ସମୁଦାୟ ସେ ୧୨ଥର ଗର୍ଭଧାରଣ କରିଥିବା କହିଛନ୍ତି । ଏଥିସହ ସେ ଏକଥା ମଧ୍ୟ କହିଥିଲେ ଯେ, ଗତ ବର୍ଷ ଡିସେମ୍ବର ମାସରେ ସେ ଶେଷ ଥର ପାଇଁ ଗର୍ଭବତୀ ହୋଇଥିଲେ। ଘଟଣାର ତଦନ୍ତ ସମୟରେ ପୋଲିସ ପକ୍ଷରୁ କୁହାଯାଇଛି ଯେ, ମହିଳା ଜଣକ ମିଛ କହୁଛନ୍ତି । ଦୀର୍ଘ ୯ ମାସ ହେବ ପୋଲିସ ମହିଳାଙ୍କ ଗତୀବିଧି ଉପରେ ନଜର ରଖିଥିଲା। ଓକିଲଙ୍କ କହିବାନୁଯାୟୀ ଏପରି ଜାଲିଆତି କରିବା ପାଇଁ ଜାଲିଆତି ପେପର ବ୍ୟବହାର କରାଯାଇଥିଲା । ଏଥିସହ ଇଟାଲୀ ରାଜଧାନୀର ଏକ କ୍ଲିନିକରୁ ଜନ୍ମ ପ୍ରମାଣପତ୍ର ଚୋରି ହୋଇଛି। ବାର୍ବାର ଆୟୋଲେ ନିଜ ପେଟରେ ଏକ ତକିଆ ଲଗାଇଥିବାର ଅଭିଯୋଗ ହୋଇଥିଲା ଯାହା ଦ୍ୱାରା ଲୋକମାନେ ଭାବୁଥିଲେ ଯେ, ଆୟୋଲେ ଗର୍ଭବତୀ ଅଛନ୍ତି ।

ବାର୍ବାରାଙ୍କ ଜୀବନସାଥୀ ତଥା ୫୫ ବର୍ଷୀୟ ଡେଭିଡ ପିଜିନାଟୋ ପୋଲିସ ଆଗରେ କହିଛନ୍ତି ଯେ, ତାଙ୍କ ପତ୍ନୀ ସତରେ ଗର୍ଭବତୀ ହୋଇନଥିଲେ। ତେବେ ଏହି ଠକେଇ ମାମଲାରେ କାହାର ସମ୍ପୃକ୍ତି ଅଛି ସେନେଇ ଅଧିକ ତଦନ୍ତ ଚାଲିଛି । ବର୍ତ୍ତମାନ ବାର୍ବାରାଙ୍କୁ ଦେଢ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅଧିକ ପଚରାଉଚରା ପାଇଁ ପୋଲିସ ତାଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।

Also Read- 9th National Human Rights Conclave: ଜାତୀୟ ପୁରସ୍କାର ପାଇଲେ ୨ ଓଡ଼ିଆ ଉଦ୍ୟୋଗୀ

Also Read- Garlic Price: ମାଲାମାଲ୍ ହେଲେ ରସୁଣ ଚାଷୀ, ଦର ବୃଦ୍ଧି କାରଣରୁ କ୍ଷେତରେ ଲଗାଇଲେ CCTV