Advertisement
Article Detail0/zeeodisha/odisha2303954
Zee OdishaOdisha StateGajanana Besha : ହାତୀବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

Gajanana Besha : ହାତୀବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

Hati vesh after grand royal bath ; ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ ସାରି ହାତୀବେଶରେ ସଜ୍ଜିତ ହୋଇଥିଲେ ମହାପ୍ରଭୁ।ଆଉ ଶ୍ରୀଜିଉଙ୍କ ଏ ଦୁର୍ଲଭ ବେଶ ଦର୍ଶନ ପରେ ଅଭିଭୂତ ହୋଇପଡ଼ିଥିଲେ ଅଗଣିତ ଭକ୍ତ।

Gajanana Besha
Gajanana Besha

Gajanana Besha  :  ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଅଧରପୋଛା ସହ ଅନ୍ୟାନ୍ୟ ନୀତି ପରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଗଜବେଶରେ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର।ପାଗ ଅନୁକୂଳ ଥିବା ସହ ଶାନ୍ତି ଶୃଙ୍ଖଳା ଓ ସୁରୁଖରୁରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା।

 ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଓ ଚତୁର୍ଧାମୂରତିଙ୍କ ଦିବ୍ୟ ହାତୀ ବେଶ ଦର୍ଶନ କରି କୃତ କୃତ୍ୟ ହେଉଛନ୍ତି  ଅଗଣିତ ଭକ୍ତ। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ ସାରି ଶ୍ରୀଜିଉଙ୍କ ଶ୍ରୀଚରଣ ତଳେ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଛେରା ପହଁରା ସରିବା ପରେ ହାତୀବେଶରେ ସଜ୍ଜିତ ହୋଇଥିଲେ ମହାପ୍ରଭୁ।ଆଉ ଶ୍ରୀଜିଉଙ୍କ ଏ ଦୁର୍ଲଭ ବେଶ ଦର୍ଶନ ପରେ ଅଭିଭୂତ ହୋଇପଡ଼ିଥିଲେ ଅଗଣିତ ଭକ୍ତ।

ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଓ ହଳଦିଆ ରଙ୍ଗର ଗଜବେଶରେ ବଡ଼ଠାକୁର ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ‌ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଭକ୍ତମାନେ ଏହି ବେଶ ଦର୍ଶନ କରି ବହୁତ ଖୁସି ଅନୁଭବ କରିଛନ୍ତି।

Add Zee News as a Preferred Source
About the Author