ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌
Advertisement
Article Detail0/zeeodisha/odisha2454879

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌

Mahanga double murder case: ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନା ୧୩ନମ୍ବର ମୁଦାଲା ଥିଲେ। ଚାର୍ଜସିଟ୍‌ରେ ପ୍ରତାପଙ୍କ ନାଁ ନ ଥିବାରୁ ପୁନଃତଦନ୍ତ ନିର୍ଦ୍ଦେଶ ହୋଇଥିଲା।ସାଲେପୁର କୋର୍ଟଙ୍କ ପୁନଃତଦନ୍ତ ନିର୍ଦ୍ଦେଶ ପରେ ପୁଲିସ ନାଁ ଯୋଡ଼ିଥିଲା। ତଳକୋର୍ଟରେ ତାଙ୍କ ନାଁ ଯୋଡ଼ାଯିବା ପରେ ପ୍ରତାପ ହାଇକୋର୍ଟ ଯାଇଥିଲେ।

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌

କଟକ: ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି। ଆଜି ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ପ୍ରତାପଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବା ନେଇ ରାୟ ପ୍ରଦାନ କରିଥିଲେ ତଳକୋର୍ଟ। ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରତାପ ଜେନା। ହାଇକୋର୍ଟଙ୍କ ଏହି ରାୟ ପରେ ପ୍ରତାପ ଏବେ ଦୋଷମୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନା ୧୩ନମ୍ବର ମୁଦାଲା ଥିଲେ। ଚାର୍ଜସିଟ୍‌ରେ ପ୍ରତାପଙ୍କ ନାଁ ନ ଥିବାରୁ ପୁନଃତଦନ୍ତ ନିର୍ଦ୍ଦେଶ ହୋଇଥିଲା।ସାଲେପୁର କୋର୍ଟଙ୍କ ପୁନଃତଦନ୍ତ ନିର୍ଦ୍ଦେଶ ପରେ ପୁଲିସ ନାଁ ଯୋଡ଼ିଥିଲା। ତଳକୋର୍ଟରେ ତାଙ୍କ ନାଁ ଯୋଡ଼ାଯିବା ପରେ ପ୍ରତାପ ହାଇକୋର୍ଟ ଯାଇଥିଲେ। ତେବେ ହାଇକୋର୍ଟ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି।