Advertisement
Article Detail0/zeeodisha/odisha2307634
Zee OdishaOdisha Stateଟ୍ରାଫିକ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ: ହଟିବ ରେଡଲାଇଟ, କମିବ ଭିଡ଼

ଟ୍ରାଫିକ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ: ହଟିବ ରେଡଲାଇଟ, କମିବ ଭିଡ଼

ରାଜ୍ୟ ବଜେଟ ସ୍ଥିତି ସମୀକ୍ଷା ପରେ ଦରକାର ପଡିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ। ଡବଲ ଇଞ୍ଜିନ ସରକାର ନିଶ୍ଚିତ ଏଥିପାଇଁ ଓଡିଶାକୁ ସହଯୋଗ କରିବେ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

ଟ୍ରାଫିକ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ: ହଟିବ ରେଡଲାଇଟ, କମିବ ଭିଡ଼

ଭୁବନେଶ୍ୱର: ରାଜଧାନୀରେ ବ୍ୟବସ୍ଥିତ ହେବ ଟ୍ରାଫିକ ବ୍ୟବସ୍ଥା। ଟ୍ରାଫିକରେ ଆଉ ଅତ୍ୟାଧିକ ସମୟ ବିତାଇବାକୁ ପଡ଼ିବ ନାହିଁ। ରାସ୍ତାର ରେଡ ଲାଇଟ ହଟାଇ ଦିଆଯିବ। ଓଭର ବ୍ରିଜ, ଆପ୍ରୋଚ ରୋଡ ବ୍ୟବସ୍ଥା କରାଯିବ। ଏନେଇ ସରକାର ଚିନ୍ତା କରୁଥିବା ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଏହାସହ ଟ୍ୱିନସିଟି ମଧ୍ୟରେ ଯାତାୟତ ସୁଗମ କରିବାକୁ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି କି ରାଜ୍ୟ ବଜେଟ ସ୍ଥିତି ସମୀକ୍ଷା ପରେ ଦରକାର ପଡିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ। ଡବଲ ଇଞ୍ଜିନ ସରକାର ନିଶ୍ଚିତ ଏଥିପାଇଁ ଓଡିଶାକୁ ସହଯୋଗ କରିବେ। ମେଟ୍ରୋ ଏକ ବଡ଼ ପ୍ରକଳ୍ପ। ତାକୁ କିଭଳି ତ୍ୱରାନ୍ୱିତ କରାଯିବ, ବର୍ଷା ଦିନରେ କିଭଳି କାମ ଚାଲିବ ସେନେଇ ମଧ୍ୟ ଅନୁଧ୍ୟାନ କରାଯିବ। ଏଥିପାଇଁ ଏକ ସମୀକ୍ଷା ବୈଠକରେ ଆଲୋଚନା ହେବା ପରେ ସବିଶେଷ ତଥ୍ୟ ସାମ୍ନାକୁ ଆସିବ ବୋଲି ମନ୍ତ୍ରୀ କହିଥିଲେ। ସେହିପରି ଭୁବନେଶ୍ୱରକୁ କିପରି ଅପରାଧ ମୁକ୍ତ କରାଯିବ ସେ ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଗଳିକନ୍ଦିରେ ସିସିଟିଭି କ୍ୟାମେରା ଲଗାଯିବ। ସବୁ ନିଗମକୁ ପୂର୍ଣ୍ଣ ଆଲୋକିକରଣ କରାଯିବ। ସେନେଇ ନଗର ଉନ୍ନୟନ ବିଭାଗ ଯୋଜନା ପ୍ରସ୍ତୁତ କରୁଛି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର।

Also Read- ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ, ରଥ ନୀତି ନିର୍ଘଣ୍ଟ ଧାର୍ଯ୍ୟ

Add Zee News as a Preferred Source

Also Read- Guru Gochar: ବାସ୍ ଆଉ ଏତିକି ସମୟ ବାକି, ବଦଳିଯିବ ୪ ରାଶିର ଭାଗ୍ୟ

About the Author