ସାଇବର ଥାନାରେ ଅଭିନେତା ମନୋଜ ମିଶ୍ର, କାହିଁକି ଥାନାର ଦ୍ୱାରସ୍ଥ ହେଲେ ଜାଣନ୍ତୁ...
Advertisement
Article Detail0/zeeodisha/odisha2427789

ସାଇବର ଥାନାରେ ଅଭିନେତା ମନୋଜ ମିଶ୍ର, କାହିଁକି ଥାନାର ଦ୍ୱାରସ୍ଥ ହେଲେ ଜାଣନ୍ତୁ...

Actor Manoj Mishra: ତାଙ୍କ ବ୍ୟକ୍ତିଗତ, ବୈବାହିକ ଓ ପାରିବାରିକ ଜୀବନକୁ ନେଇ କିଛିଲୋକ ତାଙ୍କ ସମ୍ମାନହାନି କରୁଥିବା ନେଇ ଅଭିଯୋଗ କରିଛନ୍ତି। 

ସାଇବର ଥାନାରେ ଅଭିନେତା ମନୋଜ ମିଶ୍ର, କାହିଁକି ଥାନାର ଦ୍ୱାରସ୍ଥ ହେଲେ ଜାଣନ୍ତୁ...

ଭୁବନେଶ୍ଵର: ଆଇନସମ୍ମତ ଭାବେ ସେ ଦ୍ୱିତୀୟ ବିବାହ କରିଛନ୍ତି ଅଭିନେତା ମନୋଜ ମିଶ୍ର। ପ୍ରଥମ ପତ୍ନୀ ସହ ବିବାହ ବିଛେଦ ପରେ ସେ ଦ୍ୱିତୀୟ ବିବାହ କରିଛନ୍ତି। କିନ୍ତୁ ତାକୁ ନେଇ ନିର୍ଦ୍ଦିଷ୍ଟ ଏକ ୱେବ୍ ଚାନେଲ୍ ଏବଂ କିଛି ୟୁଟ୍ୟୁବର୍ସ ଆପତ୍ତିଜନକ ଟିପ୍ପଣୀ ଦେଉଛନ୍ତି। ଏହାକୁ ନେଇ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି। ମନୋଜ ମିଶ୍ରଙ୍କ ଓ ପତ୍ନୀ ମମତା ନନ୍ଦ ଦ୍ବାରସ୍ଥ ହୋଇଛନ୍ତି। କିଛି ୟୁଟ୍ୟୁବ ଚ୍ୟାନେଲ ଓ ୱେବ ଚ୍ୟାନେଲ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମନୋଜ। ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ନେଇ ଅଭିଯୋଗ କରିଛନ୍ତି ମନୋଜ ମିଶ୍ର ଓ ମମତା ନନ୍ଦ। ତାଙ୍କ ବ୍ୟକ୍ତିଗତ, ବୈବାହିକ ଓ ପାରିବାରିକ ଜୀବନକୁ ନେଇ କିଛିଲୋକ ତାଙ୍କ ସମ୍ମାନହାନି କରୁଥିବା ନେଇ ଅଭିଯୋଗ କରିଛନ୍ତି। 

ନିର୍ଦ୍ଦିଷ୍ଟ ଏକ ୱେବ୍ ଚାନେଲ୍ ଏବଂ କିଛି ୟୁଟ୍ୟୁବର୍ସ ଆପତ୍ତିଜନକ ଟିପ୍ପଣୀ ଦେଉଛନ୍ତି। ଏପରିକି ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି। ସାଇବର ପୁଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜ୍ଜୁ କରିଛି।