ପିଲାଙ୍କୁ କପି ଯୋଗାଇ ଧରାପଡିଲେ ପିଅନ, ଥାନାରେ ଅଟକ
Advertisement
Article Detail0/zeeodisha/odisha2129733

ପିଲାଙ୍କୁ କପି ଯୋଗାଇ ଧରାପଡିଲେ ପିଅନ, ଥାନାରେ ଅଟକ

ଭଦ୍ରକାଳୀ ସରକାରୀ ଉଚ୍ଚବିଦ୍ୟାଳୟରେ କପି ହେବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।  ସ୍କୁଲର ପିଅନ ମ୍ୟାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବା ଅଭିଯୋଗରେ ଥାନାରେ ଅଟକ ରହିଛନ୍ତି । ପୋଲିସ ପିଅନଙ୍କୁ ପଚରା ଉଚରା କରୁଥିବା ସୂଚନା ମିଳିଛି ।

ପିଲାଙ୍କୁ କପି ଯୋଗାଇ ଧରାପଡିଲେ ପିଅନ, ଥାନାରେ ଅଟକ

ଭଦ୍ରକ: ଭଦ୍ରକାଳୀ ସରକାରୀ ଉଚ୍ଚବିଦ୍ୟାଳୟରେ କପି ହେବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।  ସ୍କୁଲର ପିଅନ ମ୍ୟାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବା ଅଭିଯୋଗରେ ଥାନାରେ ଅଟକ ରହିଛନ୍ତି । ପୋଲିସ ପିଅନଙ୍କୁ ପଚରା ଉଚରା କରୁଥିବା ସୂଚନା ମିଳିଛି ।

ଖବର ମୁତାବକ, ସ୍କୁଲରେ କିଛି ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ କପି ମିଳିବା ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକମାନେ ସ୍କୁଲ୍ ଗେଟରେ ତାଲା ପକାଇବା ସହ ହୋହଲ୍ଲା କରିଥିଲେ । ୩ ଜଣ ପିଅନ କିଛି ପିଲାଙ୍କୁ କପି ଯୋଗାଇବାର ଅଭିଯୋଗ ଆଣିଥିଲେ ଛାତ୍ରଛାତ୍ରୀ । ଉତ୍ତେଜନା ବଢିବା ପରେ ଘଟଣାସ୍ଥଳରେ ବ୍ଲକ୍ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ଏବଂ ଭଦ୍ରକ ପୋଲିସ୍ ସ୍କୁଲ୍ ନିକଟରେ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ଆଜି ଗଣିତ ପରୀକ୍ଷା ଥିବା ସମୟରେ ରାଜ୍ୟର ବିଭିନ୍ନ ସ୍କୁଲରେ କପି କରିବା କାରଣରୁ ଅନେକ ଛାତ୍ରଛାତ୍ରୀ ଧରାପଡିଛନ୍ତି । ପ୍ରାୟ ୫୧ ଜଣ ପରୀକ୍ଷାର୍ଥୀ ଏମପି ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ କେନ୍ଦୁଝରରେ ୨ଟି ସେଟ୍ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଥିବା ସମୟରେ ଏନେଇ ତଦନ୍ତ ଚାଲିଛି ।

Also Read- Guru-Shukra Gochar 2024: ଗଜଲକ୍ଷ୍ମୀ ରାଜଯୋଗ ପ୍ରଭାବରୁ ୩ ରାଶିକୁ ବଡ଼ ଲାଭ

Also Read- ନୂଆ ଏନ୍‌ଏସି ଘୋଷଣାର ସାମ୍ବିଧାନିକ ବୈଧତା ନାହିଁ: ପିତାମ୍ବର ଆଚାର୍ଯ୍ୟ