Varanasi News: ଚାରିପଟେ ମୁସଲିମ ଘର, ମଝିରୁ ଉଦ୍ଧାର ହେଲା ୨୫୦ ବର୍ଷର ଶିବ ମନ୍ଦିର
Advertisement
Article Detail0/zeeodisha/odisha2562326

Varanasi News: ଚାରିପଟେ ମୁସଲିମ ଘର, ମଝିରୁ ଉଦ୍ଧାର ହେଲା ୨୫୦ ବର୍ଷର ଶିବ ମନ୍ଦିର

ମନ୍ଦିର ଖୋଲିବା ଏବଂ ସେଠାରେ ପୂଜାପାଠ କରିବା ପାଇଁ ସନାତନ ଧର୍ମ ରକ୍ଷକ ଦଳ ପୋଲିସ ନିକଟରେ ଆବେଦନ କରିଛନ୍ତି। ମନ୍ଦିର ନିକଟରେ ଥିବା ଘରର ମୁସଲମାନ ଲୋକେ ଦାବି କରିଛନ୍ତି ଯେ, ଏହା ତାଙ୍କର ସମ୍ପତ୍ତି ଏବଂ ତାଙ୍କ ପିତା 1931 ମସିହାରେ ଏହାକୁ କିଣିଥିଲେ।

Varanasi News: ଚାରିପଟେ ମୁସଲିମ ଘର, ମଝିରୁ ଉଦ୍ଧାର ହେଲା ୨୫୦ ବର୍ଷର ଶିବ ମନ୍ଦିର

Varanasi News: ବାରାଣାସୀର ମୁସଲିମ ପ୍ରାଧାନ୍ୟ ଅଞ୍ଚଳ ମଦନପୁରା ଅଞ୍ଚଳରେ ଏକ ମନ୍ଦିର ଦେଖିବାକୁ ମିଳିଛି । ମନ୍ଦିର ଲୋକଲୋଚନକୁ ଆସିବା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ମନ୍ଦିର ଖୋଲିବା ଏବଂ ସେଠାରେ ପୂଜାପାଠ କରିବା ପାଇଁ ସନାତନ ଧର୍ମ ରକ୍ଷକ ଦଳ ପୋଲିସ ନିକଟରେ ଆବେଦନ କରିଛନ୍ତି। ମନ୍ଦିର ନିକଟରେ ଥିବା ଘରର ମୁସଲମାନ ଲୋକେ ଦାବି କରିଛନ୍ତି ଯେ, ଏହା ତାଙ୍କର ସମ୍ପତ୍ତି ଏବଂ ତାଙ୍କ ପିତା 1931 ମସିହାରେ ଏହାକୁ କିଣିଥିଲେ।

ବାରାଣାସୀର ଦଶ୍ୱାସମେଧ ଥାନା ଅଞ୍ଚଳର ମଦନପୁରା ଅଞ୍ଚଳର ଗୋଲ ଚାବୁତ୍ରା ନିକଟରେ ମୁସଲମାନମାନଙ୍କ ଘର ନିକଟରେ ଏକ ମନ୍ଦିର ଅଛି। ଏହା ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ବୋଲି କୁହାଯାଉଛି । ଏହା ପ୍ରାୟ ଦୁଇଶହ ପଚାଶ ବର୍ଷର ପୁରୁଣା ବୋଲି ଦାବି କରାଯାଇଛି । କିନ୍ତୁ ଗତ କିଛି ଦଶନ୍ଧି ଧରି ଏହି ମନ୍ଦିର ବନ୍ଦ ରହିଥିବା ସୂଚନା ରହିଛି ।

ସନାତନ ଧର୍ମ ରକ୍ଷକ ଦଳ ପକ୍ଷରୁ ଥାନାରେ ଆବେଦନ କରାଯାଇଥିଲା । ଯାହା ପରେ ପୋଲିସ ପ୍ରଶାସନ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ଦିର ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଥିଲା । ସୂଚନା ଅନୁଯାୟୀ, ମନ୍ଦିର ଏବଂ ଏହାର ଆଖପାଖ ଜମିରେ ମୁସଲମାନ ପରିବାରମାନେ ବସବାସ କରୁଛନ୍ତି । ସେଠାରେ ଏହାକୁ ପୂଜା କରାଯାଇପାରିବ ନାହିଁ ବୋଲି ସେମାନେ ଏହାକୁ ବନ୍ଦ କରି ରଖିଛନ୍ତି ।

ମନ୍ଦିର ନିକଟରେ ଯେଉଁ ଘର ରହିଛି ତାହାର ମାଲିକ ହେଉଛନ୍ତି ମହମ୍ମଦ ଜାକି । ତାଙ୍କ କହିବା ଅନୁଯାୟୀ, 1931 ମସିହାରେ ତାଙ୍କ ପିତା ଏହି ସମ୍ପତ୍ତି କିଣିଥିଲେ । ଯେଉଁଥିରେ ତାଙ୍କ ଘର ଏବଂ ମନ୍ଦିର ରହିଥିଲା। କେବଳ ଏତିକି ନୁହେଁ ମୁସଲମାନ ପରିବାର ମଧ୍ୟ ସମୟ ସମୟରେ ମନ୍ଦିରର ମରାମତି, ସଫା କରିବା ଏବଂ ଚିତ୍ର କରିବା କାର୍ଯ୍ୟ କରୁଛନ୍ତି।

ସେ କହିଛନ୍ତି ଯେ, ଆମ ଚାରିପାଖରେ ହିନ୍ଦୁ ଜନବସତି ରହିଛି । ସମସ୍ତ ଲୋକ ଏକାଠି ରୁହନ୍ତି। ବନାରସରେ ରାସ୍ତା ଚଉଡା ହେବା ସମୟରେ ଅନେକ ମନ୍ଦିର ଭାଙ୍ଗି ଦିଆଯାଇଥିଲା କିନ୍ତୁ ସେତେବେଳେ କେହି କିଛି କହି ନ ଥିଲେ। ଯଦି ଲୋକଙ୍କର ବିଶ୍ୱାସ ଅଛି ତେବେ ଏଠାକୁ ଆସି ପୂଜା କରିପାରିବେ ସେଥିରେ ଅସୁବିଧା କ’ଣ?

Also Read- Shukra Gochar 2024: ଶୁକ୍ରଙ୍କ ଚଳନ ପ୍ରଭାବ, ୫ ରାଶି ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ

Also Read- Chandra Grahan 2025: ନୂଆ ବର୍ଷରେ ଏହି ଦିନ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ତାରିଖ ସହ ସମୟ