ରାଜମହଲ ଛକରେ ଦୁର୍ଘଟଣା, ଅଟୋକୁ ଧକ୍କାଦେଲା ମୋ ବସ୍
Advertisement
Article Detail0/zeeodisha/odisha2167287

ରାଜମହଲ ଛକରେ ଦୁର୍ଘଟଣା, ଅଟୋକୁ ଧକ୍କାଦେଲା ମୋ ବସ୍

Mo Bus Accident News: ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ଅଟୋଟି କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଅଟୋଟି ଦୁର୍ଘଟଣାର ସମ୍ମୁକୀନ ହେବା ପୂର୍ବରୁ ଯାତ୍ରୀମାନେ ଅଟୋରୁ ଓହ୍ଲାଇ ପଡିଥିଲେ ବୋଲି ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । 

ରାଜମହଲ ଛକରେ ଦୁର୍ଘଟଣା, ଅଟୋକୁ ଧକ୍କାଦେଲା ମୋ ବସ୍

ଭୁବନେଶ୍ୱର: ଆଜି ସକାଳୁ ରାଜଧାନୀରେ ପୁଣି ଥରେ ଆଉ ଏକ 'ମୋ ବସ୍' ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ଅଟୋଟି କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଅଟୋଟି ଦୁର୍ଘଟଣାର ସମ୍ମୁକୀନ ହେବା ପୂର୍ବରୁ ଯାତ୍ରୀମାନେ ଅଟୋରୁ ଓହ୍ଲାଇ ପଡିଥିଲେ ବୋଲି ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବର୍ତ୍ତମାନ କ୍ୟାପିଟାଲ ଥାନା ପୋଲିସ ଘଟଣା ସମ୍ପର୍କରେ 'ମୋ ବସ୍' ଡ୍ରାଇଭରଙ୍କୁ ପଚରା ଉଚରା କରୁଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଅନେକ ସମୟରେ 'ମୋ ବସ୍' ଦୁର୍ଘଟଣା ଘଟାଉଥିବା ଚିତ୍ର ସାମ୍ନାକୁ ଆସୁଛି । ଫେବୃଆରୀ ୪ ତାରିଖ ଦିନ ରାତି ୮ଟା ସମୟରେ ଶିଖରଚଣ୍ଡୀ ବିହାର ନିକଟରେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା 'ମୋ ବସ୍' । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ବସ ଭଙ୍ଗାରୁଜା କରିଥିଲେ । ସେହିପରି ଜାନୁଆରୀ ୧୬ ତାରିଖ ଦିନ ଏକ କାର ସହିତ 'ମୋ ବସ୍' ଧକ୍କା ହେବା ଫଳରେ କାରଟିର କିଛି ଅଂଶ ଭାଙ୍ଗି ଯାଇଥିଲା । ବାରଙ୍ଗ ପୋଲିସ ଉଭୟ କାର୍ ସମେତ ବସକୁ ଜବତ କରିଥିଲା । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ।

Also Read- Budhaditya Yog: ଆଜି ବୁଦ୍ଧାଦିତ୍ୟ ଯୋଗ, ୫ଟି ରାଶିକୁ ମିଳିବ ଶୁଭଫଳ

Also Read- ISISର ଭାରତ ମୁଖ୍ୟକୁ ଗିରଫ କଲା STF