MO BUS: ୧୩ଟି ନୂଆ ରୁଟ୍‌ରେ ଗଡ଼ିବ ‘ମୋ ବସ’, ଜାଣନ୍ତୁ କେବେ ଓ କେଉଁଠି ଆରମ୍ଭ ହେବ ସେବା
Advertisement
Article Detail0/zeeodisha/odisha1760287

MO BUS: ୧୩ଟି ନୂଆ ରୁଟ୍‌ରେ ଗଡ଼ିବ ‘ମୋ ବସ’, ଜାଣନ୍ତୁ କେବେ ଓ କେଉଁଠି ଆରମ୍ଭ ହେବ ସେବା

MO BUS Service:  ଏହି ନୂଆ ରୁଟ୍ ସବୁ ଭୁବନେଶ୍ବର, କଟକ ଓ ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉପଲବ୍ଧ ହେବ । ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥାରେ କାକଟପୁର, ସାତପଡ଼ା ଓ ଡ଼େଲାଙ୍ଗ ଯୋଡ଼ି ହୋଇଛି । 

ସୌ(ସୋସିଆଲ ମିଡିଆ)

MO BUS: ବସ ଯାତ୍ରୀ ପାଇଁ ଖୁସି ଖବର । ଏଣିକି ରାଜ୍ୟର ଆଉ ୧୩ଟି ନୂଆ ରୁଟ୍ ରେ ଗଢିବ ‘ମୋ ବସ୍’ (MO BUS) । ଜୁଲାଇ ୧ ତାରୁଖ ଅର୍ଥାତ୍ ଶନିବାର ଦିନଠାରୁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ( କ୍ରୁଟ) ପକ୍ଷରୁ ‘ମୋ ବସ’ ୧୩ଟି ନୂଆ ରୁଟରେ ସେବା ପ୍ରଦାନ କରିବ । ଏହି ରୁଟରେ ସରକାରୀ ବସ ଚଳାଚଳ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । ଲୋକଙ୍କ ଦାବି ଓ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ୧୩ଟି ରୁଟରେ ବସ୍ ଚଳାଚଳ ନେଇ କ୍ରୁଟ (CRUT) ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଏହି ନୂଆ ରୁଟ୍ ସବୁ ଭୁବନେଶ୍ବର, କଟକ ଓ ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉପଲବ୍ଧ ହେବ । ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥାରେ କାକଟପୁର, ସାତପଡ଼ା ଓ ଡ଼େଲାଙ୍ଗ ଯୋଡ଼ି ହୋଇଛି । ଏହି ନୂଆ ରୁଟ୍ ଗୁଡ଼ିକରେ ‘ମୋ ବସ’(MO BUS) ସେବା ଦ୍ବାରା ରାଜଧାନୀ ତଥା ଅନ୍ୟ ସବୁ ଅଞ୍ଚଳର ସାଧାରଣ ପରିବହନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ । ଏହି ସେବା ଦ୍ବାରା ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ଯ ବିଶେଷ ଉପକୃତ ହେବେ । ଏହିସବୁ ଅଞ୍ଚଳର ପ୍ରମୁଖ ହବ ଗୁଡ଼ିକୁ ସଂଯୋଗ କରୁଥିବା ଏହି ରୁଟ୍ ସବୁ ନିରନ୍ତର ସାଧାରଣ ପରିବହନ ସେବା ସୁନିଶ୍ଚିତ କରିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି । ପ୍ରକାଶ ଥାଉ କି, ଗତ ମଇ ମାସରେ ବ୍ଲକରୁ ପଞ୍ଚାୟତକୁ ମୋ ବସ୍ ଗଡ଼ିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଲକ୍ଷ୍ମୀ ସ୍କିମ୍ ରେ ଗ୍ରାମଞ୍ଚଳରେ ପରିବହନ ସୁବିଧା ପାଇଁ ମୋ ବସ ଚଳାଚଳ ନେଇ ପରିବହନ ବିଭାଗ (Transport department of odisha) ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତ ନିଆଯାଇଥିଲା । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ତି ଓ ଗଜପତି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଥିଲା । ଏହା ପରେ ପରିବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତକୁ ମୋ ବସ ଚାଲିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

fallback

Also Read-Nabarangpur Road Accident: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଚାଲିଗଲା ୩ ଜୀବନ

"ମୋ ବସ୍" ସେବା (Mo Bus Service) ୨୦୧୮ ମସିହା ନଭେମ୍ବର ୬ ତାରିଖରେ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (Capital Region Urban Transport) କ୍ରୁଟ୍ (CRUT) ଅଧୀନରେ ରାଜଧାନୀ ଭୁବନଶ୍ବରରୁ ଆରମ୍ଭ ହୋଇଥିଲା। ପ୍ରାୟ ୩୯୦ ବସ୍ ସହିତ ଦୈନିକ ୨.୩ ଲକ୍ଷ ଯାତ୍ରୀଙ୍କ ସହ ଖୋର୍ଦ୍ଧା (Khordha), କଟକ (Cuttack) ଓ ପୁରୀ (Puri) ଜିଲ୍ଲାରେ ସର୍ବ ପ୍ରଥମେ ସେବା ଯୋଗାଇବା ଆରମ୍ଭ କରିଥିଲା । ପରେ  "ମୋ ବସ୍" ସେବାକୁ ସମ୍ବଲପୁର (Sambalpur), ଝାରସୁଗୁଡା (Jharsuguda) ଓ ଗଞ୍ଜାମ (Ganjam) ଜିଲ୍ଲାକୁ ସମ୍ପ୍ରସାରଣ କରାଯାଇଥିଲା । ଫଳରେ ଗତ ମଇ ମାସରେ ୯ ସହର ତଥା ସମ୍ବଲପୁର, ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ଼, ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ହିଞ୍ଜିଳିକାଟୁ ଓ ଦିଗପହଣ୍ଡରେ "ମୋ ବସ୍" ସେବାକୁ ଆରମ୍ଭ କରାଯାଇଥିଲା । ଏହି ସମ୍ପ୍ରସାରଣ ଜିଲ୍ଲାର ପ୍ରାୟ ୧୧ ଲକ୍ଷ ୬୧ ହଜାର ସହରାଞ୍ଚଳ ଜନସାଧାରଣଙ୍କୁ ସାଧାରଣ ପରିବହନ ସେବା ଯୋଗାଇବାରେ ସାହାଯ୍ୟ କରିଛି।

Also Read-ସୁନାବେଶ ବେଳେ ଅଘଟଣ: ଅଣନିଶ୍ବାସୀ ହୋଇ ଯୁବତୀ ମୃତ, ସେପଟେ ଭକ୍ତଙ୍କ ଉପରକୁ ହଠାତ୍ ମାଡ଼ି ଆସିଲା ଆମ୍ବୁଲାନ୍ସ

Also Read-Adharapana 2023: କାହିଁକି ଓ କିପରି ହୁଏ ମହାପ୍ରଭୁଙ୍କ ଅଧରପଣା ନୀତି, କ’ଣ ରହିଛି ଏହା ପଛର ପୌରାଣିକ କଥା