ଆହତ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ରଘୁକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।
Trending Photos
Bhubaneswar Crime News: ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ରାଜଧାନୀରେ ଗର୍ଜିଛି ବନ୍ଧୁକ। ନୂଆବର୍ଷକୁ ଅପରାଧମୁକ୍ତ କରିବା ପାଇଁ କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଏହି କ୍ରମରେ କୁଖ୍ୟାତ ଅପରାଧିଙ୍କୁ କାବୁ କରିବାକୁ ପ୍ରୟାସ ଆରମ୍ଭ କରିଛି। ତେବେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୟାଳକୁ ଏନକାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ ପୋଲିସ।
ସୂଚନାଯୋଗ୍ୟ ରଘୁ ନାଁରେ ୧୫ଟି ଥାନାରେ ଏକାଧିକ ମାମଲା ରହିଛି। ଏହା ମଧ୍ୟରୁ ବେଆଇନ ବନ୍ଧୁକ ବ୍ୟବହାର ଓ କାରବାର ଭଳି କିଛି ଗୁରୁତର ମାମଲା ମଧ୍ୟ ରହିଥିବା ସୂଚନା ରହିଛି। ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାର ଜଣେ ସହଯୋଗୀଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖିଥିଲେ।
ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ ରଘୁ ଓ ତାର ସହଯୋଗୀ ପୁନିଆ ନାୟକ। ଫଳରେ ସେମାନଙ୍କ ଗୁଳିର ଜବାବ ଦେବାକୁ ଯାଇ ମଞ୍ଚେଶ୍ୱର ପୋଲିସ ପାଲଟା ଗୁଳି ମାଡ଼ କରିଥିଲା। ଫଳରେ ପୋଲିସ ଗୁଳିରେ ରଘୁ ଆହତ ହୋଇଥିବା ନେଇ ସୂଚନା ରହିଛି। ରଘୁର ଗୋଡ଼ରେ ଗୁଳି ବାଜିଥିବା ନେଇ ପୋଲିସ ସୂଚନା ପ୍ରଦାନ କରିଛି। ରଘୁ ନିକଟରୁ ୭.୫ ଏମଏମ ପିସ୍ତଲ ଜବତ ହୋଇଛି। ଆହତ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ରଘୁକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।