Sujeet Kumar: ସାଂସଦଙ୍କ ଦଳତ୍ୟାଗ: ନବୀନ ନୀରବ, ସୁଲତାଙ୍କ ଅରଣ୍ୟ ରୋଦନ
Advertisement
Article Detail0/zeeodisha/odisha2423211

Sujeet Kumar: ସାଂସଦଙ୍କ ଦଳତ୍ୟାଗ: ନବୀନ ନୀରବ, ସୁଲତାଙ୍କ ଅରଣ୍ୟ ରୋଦନ

Sujeet Kumar: ବିଜଦ ନେତା ରାଜ୍ୟସଭା ସାଂସଦ ସୁଜିତ୍ କୁମାର ସାଂସଦ ପଦ ସହିତ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ପରେ ଦଳ ସଭାପତି ନବୀନ ପଟ୍ଟନାୟକ ଅତ୍ୟନ୍ତ କଷ୍ଟରେ ଥିବା କଥା ସାଂସଦ ସୁଲତା ଦେଓ ସଠିକ୍ ଆକଳନ କରିଛନ୍ତି । ସେଥିପାଇଁ ସାଂସଦ ଶ୍ରୀମତୀ ଦେଓ ସାମାଜିକ ଗଣମାଧ୍ୟମରେ ବିଳାପ କରୁଛନ୍ତି ।

Sujeet Kumar: ସାଂସଦଙ୍କ ଦଳତ୍ୟାଗ: ନବୀନ ନୀରବ, ସୁଲତାଙ୍କ ଅରଣ୍ୟ ରୋଦନ
 
Sujeet Kumar: ବିଜଦ ନେତା ରାଜ୍ୟସଭା ସାଂସଦ ସୁଜିତ୍ କୁମାର ସାଂସଦ ପଦ ସହିତ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ପରେ ଦଳ ସଭାପତି ନବୀନ ପଟ୍ଟନାୟକ ଅତ୍ୟନ୍ତ କଷ୍ଟରେ ଥିବା କଥା ସାଂସଦ ସୁଲତା ଦେଓ ସଠିକ୍ ଆକଳନ କରିଛନ୍ତି । ସେଥିପାଇଁ ସାଂସଦ ଶ୍ରୀମତୀ ଦେଓ ସାମାଜିକ ଗଣମାଧ୍ୟମରେ ବିଳାପ କରୁଛନ୍ତି । ସୁଜିତ୍ କୁମାରଙ୍କ ଇସ୍ତଫା ଜନିତ ବିଳାପରେ ସାଂସଦ ଶ୍ରୀମତୀ ଦେଓ ଯେତେସବୁ ପ୍ରସଙ୍ଗ ଉଠାଇଛନ୍ତି ତାହାର ଉତ୍ତର ପାଇବା ପାଇଁ ସେ ନବୀନଙ୍କ ପୂର୍ବ କାର୍ଯ୍ୟକଳାପର ଇତିହାସ ଫର୍ଦ୍ଦକୁ ଓଲଟାଇବା ଉଚିତ ।
 
ବିଜଦ ରାଜ୍ୟଭସା ସାଂସଦ ଶ୍ରୀମତୀ ଦେଓ ତାଙ୍କ ବିଳାପରେ ଭାଜପାକୁ ପ୍ରଶ୍ନ କରିଛନ୍ତି ଅନ୍ୟଦଳର ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ଆଣି ନିଜ ଦଳରେ ସାମିଲ୍ କରିବା କେଉଁ ପ୍ରକାରର ସ୍ମାର୍ଟ କାମ । ଭାଜପା ଅଯୋଧ୍ୟାରେ ରାମମନ୍ଦିର କଥା କହୁଥିଲା । କିନ୍ତୁ ସେଠାରେ ସେମାନଙ୍କର କେଉଁ ପ୍ରକାରର ପତନ ହେଲା ସମସ୍ତେ ଜାଣିଛନ୍ତି ବୋଲି ସାଂସଦ ଶ୍ରୀମତୀ ଦେଓ କହିଛନ୍ତି ।
 
ବିଜଦ ରାଜ୍ୟସଭା ସାଂସଦ ଶ୍ରୀମତୀ ଦେଓ ଉପରୋକ୍ତ ଦୁଇଟି ପ୍ରଶ୍ନ ଉଠାଇ ନବୀନଙ୍କ ଅନୁକମ୍ପା ପାଇବା ପାଇଁ ଅପଚେଷ୍ଠା କରିଛନ୍ତି । ଏହାପୂର୍ବରୁ ନବୀନ ଅନ୍ୟ ଦଳକୁ କିପରି ଭାଙ୍ଗିଥିଲେ ତାହା ଉପରେ ସାଂସଦ ଶ୍ରୀମତୀ ଦେଓ ଥରେ ନଜର ପକାଇବା ଉଚିତ ଥିଲା । କାରଣ ୨୦୦୮ରେ ମେଣ୍ଟ ସରକାରରୁ ଭାଜପା ଓହରିବା ପରେ ନବୀନଙ୍କ ସରକାରକୁ ବଞ୍ଚାଇଥିବା ସିପିଆଇ ଓ ଜେଏମ୍‌ଏମ୍ ଦଳକୁ କିପରି ସମୂଳେ ବିନାଶ କରିଛନ୍ତି ତାହାକୁ ଲୋକମାନେ ଏ ପର୍ଯ୍ୟନ୍ତ ଭୁଲି ନାହାନ୍ତି । ଏହାପରେ ଓଜିପି, ଏନ୍‌ସିପି, ଆମ ଓଡ଼ିଶା ଭଳି ଦଳକୁ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ବିଜଦରେ ମିଶାଇ ଦେବା କାହାକୁ ଅଛପା ନୁହେଁ ।
 
ନବୀନଙ୍କର ଦଳଭଙ୍ଗା ଯୋଜନାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳନେତାଙ୍କ ସମେତ ଅନେକ ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଲୋଭନ ଦେଖାଇ ନବୀନ ସେମାନଙ୍କୁ ବିଜଦରେ ମିଶାଇ ଥିଲେ । ଏପରିକି ଭାଜପା ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା, ଭାଗିରଥୀ ସେଠୀ, ରଘୁନନ୍ଦନ ଦାସ ଦଳୀୟ ଟିକଟ ପାଇସାରିଥିଲେ ହେଁ ସେମାନଙ୍କୁ କିପରି ବିଜଦରେ ମିଶାଇ ଦଳୀୟ ପ୍ରାର୍ଥୀ କରି ନବୀନ କେଉଁ ସ୍ମାର୍ଟ କାମ କରିଥିଲେ ତାହା ରାଜ୍ୟସଭା ସାଂସଦ ଶ୍ରୀମତୀ ଦେଓ କହିଥିଲେ ଭଲ ହୋଇଥାନ୍ତା ।
ଅଯୋଧ୍ୟାରେ ରାମମନ୍ଦିର ନାମରେ ରାଜନୀତି କରି ଭାଜପା ହାରିବା କଥା  ରାଜ୍ୟସଭା ସାଂସଦ ଶ୍ରୀମତୀ ଦେଓ ତାଙ୍କ ବିଳାପରେ ଉଠାଇଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ କରି ବିଜଦ ନିର୍ବାଚନୀ ଫାଇଦା ପାଇବ ବୋଲି ନବୀନ ଯେଉଁ ଆକଳନ କରିଥିଲେ ତାହା ମଧ୍ୟ ଫସର ପାଟିଛି । ବିଜଦ ପୁରୀ ଲୋକସଭା ସମେତ, ବ୍ରହ୍ମଗିରି, ସତ୍ୟବାଦୀ,ନିମାପଡ଼ା ଓ ପିପିଲି ବିଧାନସଭା ଆସନରେ ପରାଜିତ ହୋଇଥିବା କଥା କିପରି ରାଜ୍ୟସଭା ସାଂସଦ ଶ୍ରୀମତୀ ଦେଓ ଭୁଲିଗଲେ ।
 
କେବଳ ସେତିକି ନୁହେଁ ନବୀନଙ୍କୁ ରାଜନୀତିକୁ ଆଣିଥିବା ବିଜୟ ମହାପାତ୍ର, ନଳିନୀ ମହାନ୍ତି, ତାଙ୍କ ମାର୍ଗଦର୍ଶକ ପ୍ୟାରୀ ମୋହନ ମହାପାତ୍ରଙ୍କ ସହିତ ଯେଉଁ ଧୋକ୍କାବାଜୀ କଲେ ତାହା କ’ଣ ସ୍ମାର୍ଟ କାମ ଥିଲା କି? ଏପରି ବିଜଦ ଜନ୍ମଜାତକ ଲେଖି ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ କରିଥିବା ଭାଜପା ସହିତ କିପରି ବ୍ୟବହାର କରିଛନ୍ତି ତାହା ରାଜ୍ୟସଭା ସାଂସଦ ଶ୍ରୀମତୀ ଦେଓ ଭୁଲିବା ଉଚିତ ନୁହେଁ । ତେଣୁ ଶେଷରେ ଏତିକି କୁହାଯାଇପାରେ ଅନ୍ୟକୁ ସମାଲୋଚନା କରିବା ପୂର୍ବରୁ ନିଜ ଦଳର ନେତାଙ୍କ ଅତୀତକୁ ପ୍ରଥମେ ଦେଖିବା ଦରକାର । ବିଳାପ ଶେଷରେ ସାଂସଦ ଶ୍ରୀମତୀ ଦେଓ ଭାଜପା ତା’ର କର୍ମଫଳ ପାଇବ ବୋଲି କହିଛନ୍ତି । କିନ୍ତୁ ସେ ଭୁଲି ଯାଉଛନ୍ତି ଯେ, ନବୀନ ଏବେ ଯାହା ଭୋଗୁଛନ୍ତି ଏହା ତାଙ୍କ ପୂର୍ବ କର୍ମର ଫଳ ।