Naba Kishore Das Murder Case: ବିଜେପି ଖୋଲିବ ନବ ଦାସ ଫାଇଲ, ତଦନ୍ତ ହେବ ବିଜେଡି ସମୟର ଚର୍ଚ୍ଚିତ ହତ୍ୟାକାଣ୍ଡ
Advertisement
Article Detail0/zeeodisha/odisha2382037

Naba Kishore Das Murder Case: ବିଜେପି ଖୋଲିବ ନବ ଦାସ ଫାଇଲ, ତଦନ୍ତ ହେବ ବିଜେଡି ସମୟର ଚର୍ଚ୍ଚିତ ହତ୍ୟାକାଣ୍ଡ

ଭୁବନେଶ୍ୱର: ଯେଉଁ ହତ୍ୟାକାଣ୍ଡଗୁଡ଼ିକୁ ନେଇ ଏକଦା ରାଜ୍ୟ ରାଜନୀତି ପଡ଼ୁଥିଲା ଉଠୁଥିଲା ଆଜି ପୁଣିଥରେ ସେଗୁଡ଼ିକର ନଥି ଖୋଲିବାକୁ ଯାଉଛି। ରାଜ୍ୟ ଆଇନ ମନ୍ତ୍ରୀ ଏନେଇ ସବୁଜ ସଙ୍କେତ ଦେଇଥିବା ସୂଚନା ମିଳିଛି।  ସର୍ବପ୍ରଥମେ ଝାରସୁଗୁଡ଼ା ବିଧାୟକ ତଥା ତତ୍‍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ପୁଣିଥରେ ତ

Naba Kishore Das Murder Case: ବିଜେପି ଖୋଲିବ ନବ ଦାସ ଫାଇଲ, ତଦନ୍ତ ହେବ ବିଜେଡି ସମୟର ଚର୍ଚ୍ଚିତ ହତ୍ୟାକାଣ୍ଡ

Naba Kishore Das Murder Case: ଭୁବନେଶ୍ୱର: ଯେଉଁ ହତ୍ୟାକାଣ୍ଡଗୁଡ଼ିକୁ ନେଇ ଏକଦା ରାଜ୍ୟ ରାଜନୀତି ପଡ଼ୁଥିଲା ଉଠୁଥିଲା ଆଜି ପୁଣିଥରେ ସେଗୁଡ଼ିକର ନଥି ଖୋଲିବାକୁ ଯାଉଛି। ରାଜ୍ୟ ଆଇନ ମନ୍ତ୍ରୀ ଏନେଇ ସବୁଜ ସଙ୍କେତ ଦେଇଥିବା ସୂଚନା ମିଳିଛି।  ସର୍ବପ୍ରଥମେ ଝାରସୁଗୁଡ଼ା ବିଧାୟକ ତଥା ତତ୍‍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ପୁଣିଥରେ ତଦନ୍ତ ହେବା ନେଇ ରାସ୍ତା ଉନ୍ମୁକ୍ତ ହୋଇଛି। ଜାନୁୟାରୀ ୨୯, ୨୦୨୩ ମସିହାରେ  ତତ୍‍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଏକ ସଭାରେ ଯୋଗ ଦେବାକୁ ଆସୁଥିବାବେଳେ ତାଙ୍କ ଉପରକୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ଥିବା ଏଏସ୍‍ଆଇ ଗୋପାଳ ଦାସ ଗୁଳି ମାରିଥିଲେ। ତାଙ୍କୁ ପୁଲିସ ଗିରଫ କରିଥିଲେ ମଧ୍ୟ ଏଯାଏ ସେ କାହିଁକି ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲେ ତାହାର କୌଣସି କାରଣ ସାମ୍ନାକୁ ଆସି ନାହିଁ।

ସେତେବେଳେ ଏହି ଘଟଣାରେ ସରକାରୀ ଷଡ଼ଯନ୍ତ୍ର ଥିବା ଆଶଙ୍କା କରିଥିଲେ ବିଜେଡି। ଏପରିକି ଏ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲା। ହେଲେ ସରକାରୀ ଦଳ ଏହାକୁ ଆଇନକୁ ତା’ ବାଟରେ ଯିବ ବୋଲି  କହିଥିଲା। ଏପରିକି ଅତ୍ୟାଧୁନିକ ଟେକ୍ନୋଲୋଜି ସହାୟତାରେ ଏହାର ତଦନ୍ତ ଆରମ୍ଭ କରିଥିଲା। ଅହମ୍ମଦାବାଦରେ ଗୋପାଳର ନାର୍କୋ ଆନାଲିଟିକ୍ସ କରାଯାଇଥିଲା। ଏହି  ତଦନ୍ତ ପ୍ରକ୍ରିୟା ସ୍ୱଚ୍ଛତାର ସହ ଅବଲମ୍ବନ କରାଯାଉଥିବା ନେଇ ପୁଲିସ କହୁଥିଲେ ବି ଏଥିରେ ସନ୍ଦେହ ପ୍ରକଟ କରିଥିଲା ମୁଖ୍ୟ ବିରୋଧୀ ବିଜେପି। ଏବେ ଶାସନକୁ ଆସିବା ପରେ  ବିଜେପି ପକ୍ଷରୁ ଏସବୁ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡକୁ ପୁଣିଥରେ ଖୋଲିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। 

କେବଳ ନବଦାସ ହତ୍ୟା କାଣ୍ଡ ନୁହେଁ, ୨୦୦୮ ରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର  ରହସ୍ୟ ଉନ୍ମୋଚନ କରିବା ଲାଗି ସରକାର ପାଦେ ଆଗକୁ ବଢ଼ିଛନ୍ତି। ସେତେବଳେ ମେଣ୍ଟ ସରକାର ସମୟରେ ସ୍ୱାମୀ ଲକ୍ଷ୍ମଣାନନନ୍ଦଙ୍କୁ ତାଙ୍କ ଚକାପାଦସ୍ଥିତ ଆଶ୍ରମରେ ହତ୍ୟା କରାଯାଇଥିଲା।  ଏହି ହତ୍ୟାକାଣ୍ଡ ପରେ କନ୍ଧମାଳ ଦଙ୍ଗା ଓ ହିଂସାକାଣ୍ଡ ଉପୁଜିଥିଲା। ଏପରିକି ବିଜେଡି ବିଜେପି ହାତ ଛାଡ଼ି ୨୦୦୯ ମସିହାରେ ଏକାକୀ ନିର୍ବାଚନ ଲଢ଼ିଥିଲା। ଏହାପରଠାରୁ ବିଜେପି ରାଜ୍ୟରେ କ୍ଷମତା ପାଇବା କଷ୍ଟକର ହୋଇପଡ଼ିଥିଲା।

ବିଗତ ସରକାର ସମୟରେ ଚର୍ଚ୍ଚିତ ଅପରାଧ ଗୁଡ଼ିକ ଭିତରେ ୨୦୨୨ ମମତା ମେହେର ଘଟଣାର ବି ତଦନ୍ତ ପାଇଁ ବିଜେପି ସେତେବଳେ ଦାବି କରି ଆସୁଥିଲା। ଏବେ ତାହାର ଫାଇଲ ଖୋଲିପାରେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।