Naveen Patnaik: ନବୀନ ବସିବେ କି ବିରୋଧୀ ଦଳ ନେତା ଆସନରେ, ୧୯ରେ ନିଷ୍ପତ୍ତି
Advertisement
Article Detail0/zeeodisha/odisha2296596

Naveen Patnaik: ନବୀନ ବସିବେ କି ବିରୋଧୀ ଦଳ ନେତା ଆସନରେ, ୧୯ରେ ନିଷ୍ପତ୍ତି

Naveen Patnaik: ନବ ଗଠିତ ସପ୍ତଦଶ ବିଧାନସଭାରେ କିଏ ବସିବେ ବିରୋଧୀ ଦଳ ନେତା ଆସନରେ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୪ ବର୍ଷ ଧରି ଟ୍ରେଜରୀ ବେଞ୍ଚର ମୁଖିଆ ଭାବେ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ଅଧ୍ୟକ୍ଷ ଏହି ପଦବୀ ମଣ୍ଡନ କରିବେ କି ନା ସ୍ୱାସ୍ଥ୍ୟଗତ କାରଣରୁ ଏଠାରେ ଆଉ କାହାକୁ ନେତା ପଦବୀ ଦିଆଯିବ? 

Naveen Patnaik: ନବୀନ ବସିବେ କି ବିରୋଧୀ ଦଳ ନେତା ଆସନରେ, ୧୯ରେ ନିଷ୍ପତ୍ତି

ଭୁବନେଶ୍ୱର: ନବ ଗଠିତ ସପ୍ତଦଶ ବିଧାନସଭାରେ କିଏ ବସିବେ ବିରୋଧୀ ଦଳ ନେତା ଆସନରେ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୪ ବର୍ଷ ଧରି ଟ୍ରେଜରୀ ବେଞ୍ଚର ମୁଖିଆ ଭାବେ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ଅଧ୍ୟକ୍ଷ ଏହି ପଦବୀ ମଣ୍ଡନ କରିବେ କି ନା ସ୍ୱାସ୍ଥ୍ୟଗତ କାରଣରୁ ଏଠାରେ ଆଉ କାହାକୁ ନେତା ପଦବୀ ଦିଆଯିବ? 

ଏ ପ୍ରଶ୍ନ ଗଲା କିଛିଦିନ ହେଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିବା ବେଳେ ଆସନ୍ତା ୧୯ ତାରିଖ ଦିନ ବିଜେଡି ଏହାର ବିଧାୟକ ଦଳ ବୈଠକ ଡାକିଛି। ଏହିଦିନ ଅପରାହ୍ଣ ସାଢ଼େ ୪ଟା ବେଳେ ଶଙ୍ଖ ଭବନଠାରେ ଦଳର  ନବ ନିର୍ବାଚିତ ବିଧାୟକମାନେ ଯୋଗ ଦେବେ। ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଓ ହିଞ୍ଜିଳି ବିଧାୟକ ବି ଯୋଗ ଦେବେ। ଏଠାରେ ନିଷ୍ପତ୍ତି ନିଆଯିବ କିଏ ହେବେ ବିରୋଧୀ ଦଳ ନେତା। 

ବିଧାନସଭାରେ ବିରୋଧୀ ଦଳ ନେତା ପଦବୀ କ୍ୟାବିନେଟ୍‍ ମନ୍ତ୍ରୀ ପାହ୍ୟାର ହୋଇଥାଏ। ଗଣତନ୍ତ୍ର ରକ୍ଷା ତଥା ଶାସକ ଦଳକୁ ବାଟକୁ ଆଣିବା ଲାଗି ବିରୋଧୀ ଦଳ ନେତାଙ୍କ ଯୁକ୍ତି ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହିକ୍ରମରେ ଜଣେ ଟାଣୁଆ ତଥା ସବୁବେଳେ ବିଧାନସଭା ଆଲୋଚନାରେ ଭାଗ ନେଉଥିବା ବ୍ୟକ୍ତିଙ୍କୁ ଏ ପଦବୀ ମଣ୍ଡିତ କରିଥିବା ପରମ୍ପରା ରହି ଆସିଛି। କିନ୍ତୁ ପୂର୍ବ ରେକର୍ଡ ଅନୁସାରେ  ନବୀନ ପଟ୍ଟନାୟକଙ୍କୁ ବିଧାନସଭାରେ କମ୍‍ ଉପସ୍ଥିତ ରହୁଥିବା ନଜର କରାଯାଇଆସିଛି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଗୃହରେ ଅନୁପସ୍ଥିତ ରହିବା କାରଣରୁ ଅନେକ ସମାଲୋଚନା କରିଛନ୍ତି। ଏହିକ୍ରମରେ ବିରୋ;ଧୀ ଦଳର ନେତା କିଏ ହେବେ ତାହାକୁ ନେଇ ଚର୍ଚ୍ଚା ହେଉଛି। 

ଏବେ ବିଧାନସଭାରେ ବିଜେଡିର ୫୧ଜଣ ସଦସ୍ୟ ରହିଛନ୍ତି। ଏକ ଶକ୍ତ ବିରୋଧୀ ଦଳ ଭାବେ ଏହି ସଂଖ୍ୟା ବିଶେଷ ଗୁରୁତ୍ୱପୂର୍ଣ୍ଣ। ପୁଣି ନବୀନ ନିଜେ ବିରୋଧୀ ଦଳ ନେତା ଆସନ ନରଖି ଜଣେ ଖାସ ବ୍ୟକ୍ତିଙ୍କୁ ଏ ଦାୟିତ୍ୱ ଦାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହିକ୍ରମରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ବି ସାମ୍ନାକୁ ଆସିଛି।