• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today: ଅତି ସଂକ୍ଷେପରେ ଜାଣନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର

Written BySoubhagya Ranjan Mishra
Published: Jun 26, 2024, 04:00 PM IST|Updated: Jun 26, 2024, 04:00 PM IST
joinshare
Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

About the Author

Soubhagya Ranjan Mishra

Soubhagya Ranjan Mishra

Trending

  • News
  • Photos
  • Videos
Top 10 News: ଅଟକିଲା ୩ ରଥ, ସିଆଳିରେ ମାଡ଼ି ଆସିଲା ସମୁଦ୍ର ଓ ଅନ୍ୟ ଖବର

Top 10 News: ଅଟକିଲା ୩ ରଥ, ସିଆଳିରେ ମାଡ଼ି ଆସିଲା ସମୁଦ୍ର ଓ ଅନ୍ୟ ଖବର

top 10 news todayJul 16
2

Ratha Yatra 2026: କାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ହେବ ନାହିଁ

Ratha Yatra 2026Jul 16
3

Rath Yatra 2026: ବଡଦାଣ୍ଡରେ ଅଟକିଲା ୩ରଥ, କାଲି ପୁଣି ରଥ ଟଣା...

Happy Rath YatraJul 16
4

୭୫ଟି ଅମୃତ ଭାରତ ଷ୍ଟେସନ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

PM Narendra ModiJul 16
5

ଶ୍ରୀ ନନ୍ଦ କିଶୋର ଗୋଏଙ୍କାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ କେନ୍ଦ୍ର ଗୃହମନ୍ତ୍ରୀ

Odia NewsJul 16

Top 10 News Today:

01- ବାଚନିକ ଭୋଟ୍‌ରେ ବିରୋଧୀ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇବା ସହ ପୁଣିଥରେ ଲୋକସଭା ବାଚସ୍ପତି ହୋଇଛନ୍ତି ଓମ୍ ବିର୍ଲା । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଓମ୍ ବିର୍ଲାଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି । ଲୋକସଭାରେ ବାଚସ୍ପତି ପଦ ପାଇଁ ଭୋଟିଂ ହୋଇଥିଲା । ଓମ ବିର୍ଲାଙ୍କୁ ବାଚସ୍ପତି କରିବାକୁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ । ବିର୍ଲାଙ୍କୁ ସମର୍ଥନ ଜଣାଇଥିଲେ NDAର ସହଯୋଗୀ ଦଳ। 

02- ଖୁବ୍‌ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପୂର୍ବ ସରକାର ଟ୍ରିବ୍ୟୁନାଲକୁ ସାହାଯ୍ୟ କରୁନଥିଲେ ଏବଂ ବିବାଦର ସମାଧାନ ପାଇଁ ବିଶେଷ ଉଦ୍ୟମ କରି ନାହାନ୍ତି । ଏହି ବିବାଦକୁ ରାଜ୍ୟ ରାଜ୍ୟ ମଧ୍ୟରେ ଆଲୋଚନାରେ ସମାଧାନ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି, ଖୁବଶୀଘ୍ର ସବୁ ତଥ୍ୟ ଦାଖଲ କରିବୁ ବୋଲି କହିଥିଲେ ।

03- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢିଲା ଅଡ଼ୁଆ । ଇଡି ପରେ ଆଜି କେଜ୍ରିୱାଲଙ୍କୁ ଗିରଫ ରିଛି ସିବିଆଇ । ମଦ ଦୁର୍ନୀତି ମାମଲାରେ ବିଧିବଦ୍ଧ ଭାବେ ସିବିଆଇ ଗିରଫ କରିଛି । ଆଜି ସୁପ୍ରିମକୋର୍ଟରେ ଜାମିନ୍ ଆବେଦନର ଶୁଣାଣି ଥିବାବେଳେ ତା ପୂର୍ବରୁ ଗିରଫ ହୋଇଛନ୍ତି କେଜ୍ରିୱାଲ ।

04- ରାହୁଲ ଗାନ୍ଧି ଲୋକସଭାରେ ବିରୋଧୀଦଳ ନେତା ନିଯୁକ୍ତ। ପ୍ରଥମଥର ପାଇଁ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ରାହୁଲ। ସେ ଗାନ୍ଧୀ ପରିବାରର ତୃତୀୟ ନେତା ଯିଏକି ବିରୋଧୀଦଳର ନେତା ଭାବରେ ଗୃହରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପୂର୍ବରୁ ତାଙ୍କ ମା ସୋନିଆ ଗାନ୍ଧୀ ଏବଂ ପିତା ରାଜୀବ ଗାନ୍ଧୀ ଗୃହରେ ବିରୋଧୀ ଦଳର ନେତା ରହିସାରିଛନ୍ତି। ରାହୁଲ ଗାନ୍ଧୀ ଗାନ୍ଧୀ ପରିବାରର ତୃତୀୟ ସଦସ୍ୟ ଯିଏକି ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ପୂର୍ବରୁ ତାଙ୍କ ମା ସୋନିଆ ଗାନ୍ଧୀ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ଲୋକସଭାରେ ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ତାଙ୍କ ପିତା ରାଜୀବ ଗାନ୍ଧୀ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ଥିଲେ।

05- ଜମ୍ମୁ-କଶ୍ମୀରର ଡୋଡାର ଏକ ଜଙ୍ଗଲରେ ସୁରକ୍ଷାବାହିନୀ ଓ ଆଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯେଉଁଥିରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଦୁଇ ଆତଙ୍କବାଦୀ ଏନ୍‌କାଉଣ୍ଟରେ ନିହତ ହୋଇଛନ୍ତି । ଜଙ୍ଗଲରେ ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ଖବର ରହିଛି। ସୁରକ୍ଷାବାହିନୀ ସେମାନଙ୍କୁ ଘେରି ରହିଛନ୍ତି।

06- ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଚିଠି ଲେଖିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ରତ୍ନଭଣ୍ଡାରର ତୁରନ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ପତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ଅଛି। ଆଗକୁ ବର୍ଷା ଋତୁ ଆସୁଥିବାରୁ ତୁରନ୍ତ ମରାମତିର ଆବଶ୍ୟକତା ରହିଛି। 

07- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ରାଜ୍ୟରେ ଭାଜପା ସରକାରର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବା ସହିତ ବିଜେପିର କିଛି ବରିଷ୍ଠ ନେତୃବୃନ୍ଦଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। 

08- ଏଥର ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଯୋଗଦେବେ ବୋଲି ସୂଚନା ମିଳିଛି।  ରାଷ୍ଟ୍ରପତିଙ୍କ ବ୍ୟତିତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ, ଅନ୍ୟକେନ୍ଦ୍ରମନ୍ତ୍ରୀ ଓ ପ୍ରମୁଖ ବ୍ୟକ୍ତି ବିଶେଷ ସାମିଲ୍ ହେବେ। ଏନେଇ ଜିଲ୍ଲାପ୍ରଶାସନ ଓ ପୋଲିସ୍ ନିକଟରେ ଖବର ପହଞ୍ଚିଛି। ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ବିଭିନ୍ନ ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ।

09- ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ । ଅଲିମ୍ପିକ ପାଇଁ ଭାରତୀୟ ହକି ଟିମ୍‌ରେ ସ୍ଥାନ ପାଇଲେ ଅମିତ ରୋହିଦାସ । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ୧୯ ଜଣିଆ ହକି ଦଳ ଘୋଷିତ ହୋଇଛି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି । ଜୁଲାଇ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ ହେବ ।

10- ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।  ଫଳରେ ଏବେ ବର୍ଷା ରାଜ୍ୟରେ ଲାଗି ରହିଛି। ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ  ଓ୍ବାର୍ଣ୍ଣିଂ ଜାରି ହୋଇଛି।  ମଙ୍ଗଳବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ରେକର୍ଡ଼ ହୋଇଛି।  ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ୪୯.୨ ମିମି, ରେକର୍ଡ଼ ହୋଇଥିବା ବେଳେ ନୟାଗଡରେ ୨୪, ଚାନ୍ଦବାଲିରେ ୨୨.୮ ଓ ଦାରିଙ୍ଗିବାଡିରେ ୨୨ ମିମି ବର୍ଷା ରେକର୍ଡ ହୋଇଛି। 

Also Read- Astrology: ବାସ୍ ଆଉ ୩ ଦିନ... ବଦଳିଯିବ ୬ଟି ରାଶିର ଭାଗ୍ୟ

Add Zee News as a Preferred Source
TAGS:
Top 10 News Headlines Odisha
Top 10 News Headlines Odisha Today
Top 10 News Headlines
odisha latest news
odisha news today
odisha update news
Odisha Trending News
Top 10 News Headlines Odisha Afternoon 26th June
Afternoon 26th June Headlines