ପୁଣି ସକ୍ରିୟ ନକ୍ସଲ, ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା !
Advertisement

ପୁଣି ସକ୍ରିୟ ନକ୍ସଲ, ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା !

Naxal Attack: ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଦମ୍ପତ୍ତିଙ୍କୁ ହତ୍ୟା କରିଥିବା କୁହାଯାଉଛି । ଘଟଣାଟି କନ୍ଧମାଳ ଗୋଛାପଡା ନିକଟ ଗିଡାପଦର ଗାଁରେ ଘଟିଛି । ଗାଁରେ ରହୁଥିବା ଡାହିରା କହଁର ଏବଂ ବତସୀ କହଁରଙ୍କୁ ନକ୍ସଲ ଆକ୍ରମଣର ଶିକାର ହୋଇଛନ୍ତି ।

ପୁଣି ସକ୍ରିୟ ନକ୍ସଲ, ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା !

Naxal Attack: ବିଳମ୍ୱିତ ରାତିରେ ନକ୍ସଲ ଘଟାଇଛନ୍ତି ବର୍ବର କାଣ୍ଡ । କିଛି ନକ୍ସଲ ଦମ୍ପତ୍ତିଙ୍କୁ ଘରୁ ଉଠାଇ ନେଇ ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଦମ୍ପତ୍ତିଙ୍କୁ ହତ୍ୟା କରିଥିବା କୁହାଯାଉଛି । ଘଟଣାଟି କନ୍ଧମାଳ ଗୋଛାପଡା ନିକଟ ଗିଡାପଦର ଗାଁରେ ଘଟିଛି । ଗାଁରେ ରହୁଥିବା ଡାହିରା କହଁର ଏବଂ ବତସୀ କହଁରଙ୍କୁ ନକ୍ସଲ ଆକ୍ରମଣର ଶିକାର ହୋଇଛନ୍ତି ।

ଖବର ମୁତାବକ, ରାତି ୯ଟା ପାଖାପାଖି ସମୟରେ କିଛି ନକ୍ସଲ ଗାଁକୁ ପ୍ରବେଶ କରିବା ସହ ଘର ଭିତରେ ପଶି ଦମ୍ପତ୍ତିଙ୍କୁ ଉଠାଇ ନେଇଥିଲେ । ସକାଳୁ ଗ୍ରାମବାସମାନେ ଦମ୍ପତ୍ତିଙ୍କ ମୃତଦେହ ଗାଁ ନିକଟ ଜଙ୍ଗଲରେ ପଡିଥିବାର ଦେଖିଥିଲେ । ସେମାନଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ୍ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡପରେ ସ୍ଥାନିୟ ଅଞ୍ଚଳରେ ନକ୍ସଲଙ୍କ ଉପଦ୍ରବ ନେଇ ଛାନିଆ ପଶିଛି ।

Also Read- Govt Plan: ସରକାରଙ୍କ ପିଆଜ ଚିନ୍ତା, ଷ୍ଟକ୍ ରହିବ ଏତିକି ଟନ୍ !

Also Read- ପୁଣିଥରେ ବିବାହ କଲେ ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ