Onion Price: ଚଳିତ ମାସ ଶେଷରେ ପିଆଜ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଷ୍ପତ୍ତି ନିଆଯାଇପାରେ । ଏହି ପ୍ରତିବନ୍ଧକ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ପିଆଜ ଉତ୍ପାଦନ ହ୍ରାସ ହୋଇଥିବା ଆକଳନ ମଧ୍ୟରେ ବର୍ତ୍ତମାନ ସରକାର ପିଆଜ ଷ୍ଟକ୍ କରି ରଖିବାକୁ ଯୋଜନା କରିଛନ୍ତି ।
Trending Photos
Onion Price: ଭାରତୀୟ ବଜାରରେ ବର୍ତ୍ତମାନ ପିଆଜ ମୂଲ୍ୟ ନିୟନ୍ତ୍ରଣରେ ରହିଛି, ତଥାପି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭବିଷ୍ୟତ ପାଇଁ ଯୋଜନା ଆରମ୍ଭ କରାଯାଇଛି । ସମ୍ଭାବ୍ୟ ପିଆଜ ଦରବୃଦ୍ଧିକୁ ଦୂର କରିବା ପାଇଁ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ପରେ, ବଜାରରେ ପିଆଜ ସଙ୍କଟ ଦେଖାଗଲେ ମଧ୍ୟ ସାଧାରଣ ଲୋକଙ୍କୁ ବିଶେଷ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଗତ ବର୍ଷ ପିଆଜ ଦର ସାଧାରଣ ଲୋକଙ୍କୁ କନ୍ଦାଇଥିଲା । ଯେଉଁଥିପାଇଁ ସରକାର ବର୍ତ୍ତମାନ ସମୟରୁ ଏହାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତୁ ଜାଣିବା ପିଆଜକୁ ନେଇ ସରକାର କେଉଁ ପ୍ଲାନ୍ କରିଛନ୍ତି ।
ସରକାର ଚଳିତ ବର୍ଷ ପିଆଜର ବଫର ଷ୍ଟକ୍ ପାଇଁ ପାଞ୍ଚ ଲକ୍ଷ ଟନ୍ ପିଆଜ କିଣିବାକୁ ଯୋଜନା କରୁଛନ୍ତି। ପିଆଜର ମୂଲ୍ୟ ବୃଦ୍ଧି ହେଲେ ଏହି ପିଆଜ ବ୍ୟବହାର କରାଯାଇପାରିବ ଯାହା ଲୋକଙ୍କୁ ଆଶ୍ୱସ୍ତି ଦେବ । ଶୁକ୍ରବାର ଦିନ ଏକ ସୂତ୍ରରୁ ଜଣାପଡିଛି ଯେ, ଏନସିସିଏଫ୍ (ନ୍ୟାସନାଲ୍ କୋଅପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍) ଏବଂ ନାଫେଡ୍ (ନ୍ୟାସନାଲ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍) ଭଳି ଏଜେନ୍ସିମାନେ ସରକାରଙ୍କ ତରଫରୁ ପିଆଜ କ୍ରୟ କରିବେ। ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଗତ ବର୍ଷ ପାଞ୍ଚ ଲକ୍ଷ ଟନ୍ ପିଆଜ ବଫର୍ ଷ୍ଟକ୍ ରଖିଥିଲା ଏଥିମଧ୍ୟରୁ ଗୋଟିଏ ଲକ୍ଷ ଟନ୍ ଉପଲବ୍ଧ ରହିଛି ।
ସୂତ୍ରରୁ ଜଣାପଡିଛି ଯେ, ସରକାରଙ୍କ ବଫର ଷ୍ଟକରୁ ରିହାତି ମୂଲ୍ୟରେ ପିଆଜ ବିକ୍ରୟ କରିବାର ନିଷ୍ପତ୍ତି ବଜାର ଦର ନିୟନ୍ତ୍ରଣ କରିବାରେ ସହାୟକ ହୋଇଛି। ଚଳିତ ମାସ ଶେଷରେ ପିଆଜ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ମଧ୍ୟ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବ । ଏହି ପ୍ରତିବନ୍ଧକ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି । ୨୦୨୩-୨୪ ବର୍ଷରେ ପିଆଜ ଉତ୍ପାଦନ ହ୍ରାସ ହେବା ଆକଳନ ସତ୍ୱେ ସରକାର ପିଆଜ ଷ୍ଟକ୍ କରି ଲୋକଙ୍କୁ ଆଗକୁ ନିୟନ୍ତ୍ରଣ ଦରରେ ଖାଉଟିଙ୍କ ନିକଟରେ ପହଞ୍ଚାଇବାକୁ ସରକାର ଯୋଜନା କରିଛନ୍ତି ।
କୃଷି ମନ୍ତ୍ରଣାଳୟ ଜାରି କରିଥିବା ବିବୃତ୍ତି ଅନୁଯାୟୀ, ୨୦୨୩-୨୪ ମସିହାରେ ପିଆଜ ଉତ୍ପାଦନ ପ୍ରାୟ ୨୫୪.୭୩ ଲକ୍ଷ ଟନ୍ ହେବ ବୋଲି ଆଶା କରାଯାଉଥିଲା । ଗତ ବର୍ଷ ଏହା ପ୍ରାୟ ୩୦୨.୦୮ ଲକ୍ଷ ଟନ୍ ଥିଲା । ମହାରାଷ୍ଟ୍ରରେ ୩୪.୩୧ ଲକ୍ଷ ଟନ୍, କର୍ଣ୍ଣାଟକରେ ୯.୯୫ ଲକ୍ଷ ଟନ୍, ଆନ୍ଧ୍ରପ୍ରଦେଶରେ ୩.୫୪ ଲକ୍ଷ ଟନ୍ ଏବଂ ରାଜସ୍ଥାନରେ ୩.୧୨2 ଲକ୍ଷ ଟନ୍ ପିଆଜ ଉତ୍ପାଦନ ହୋଇଛି । ତଥ୍ୟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ପିଆଜ ଉତ୍ପାଦନ ହୋଇଥିଲା ୩୧୬.୮୭ ଲକ୍ଷ ଟନ୍ ।
Also Read- ପୁଣିଥରେ ବିବାହ କଲେ ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ
Also Read- Budh Gochar 2024: ବୁଧଙ୍କ ଚଳନ ପ୍ରଭାବ, ୪ ରାଶିକୁ ବଡ଼ ଚ୍ୟାଲେଞ୍ଜ୍, ହୋଇପାରେ ଧନ କ୍ଷୟ