ପୁଣିଥରେ ବିବାହ କଲେ ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ
Advertisement
Article Detail0/zeeodisha/odisha2145747

ପୁଣିଥରେ ବିବାହ କଲେ ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ

Adil khan married again: ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ ପୁଣିଥରେ ବିବାହ କରିଛନ୍ତି । ସେ ବିଗ୍ ବସ୍ ୧୨ର ଜଣେ ଲୋକପ୍ରିୟ ପ୍ରତିଯୋଗୀଙ୍କୁ ବିବାହ କରିଛନ୍ତି । ବିବାହ ସମୟର ଫଟୋ ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଆସିନାହିଁ ।

ପୁଣିଥରେ ବିବାହ କଲେ ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ

Adil khan married again: ବଲିଉଡର ହଟ୍ ଡ୍ୟାନ୍ସର ତଥା ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ୍ ପୁଣିଥରେ ବିବାହ କରିଛନ୍ତି। ସେ ଜୟପୁରରେ 'ବିଗ୍ ବସ୍ ୧୨' ପ୍ରତିଯୋଗୀ ସୋମି ଖାନଙ୍କୁ ବିବାହ କରିଥିବା ସୂଚନା ମିଳିଛି । ବିବାଦଠାରୁ ଦୁରେଇ ରହିବା ପାଇଁ ଏହି ଦମ୍ପତି ଏପର୍ଯ୍ୟନ୍ତ ଏହି ଖବରକୁ ସାର୍ବଜନୀନ କରିନାହାଁନ୍ତି । ସୋମି ଏବଂ ଆଦିଲ ମୁମ୍ବାଇ ଫେରିବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେବେ ବୋଲି ଜଣାପଡିଛି । ସୋମି ଖାନ ତାଙ୍କ ଭଉଣୀ ସବା ଖାନଙ୍କ ସହ 'ବିଗ୍ ବସ୍ ୧୨'ରେ ଭାଗ ନେଇଥିଲେ । ତେବେ ଏହି ନବ ଦମ୍ପତି ଏପର୍ଯ୍ୟନ୍ତ ବିବାହ ସମ୍ପର୍କରେ କୌଣସି ଅଫିସିଆଲ ଘୋଷଣା କରିନାହାଁନ୍ତି।

ପୂର୍ବରୁ ଏକ ମାମଲାରେ ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନଙ୍କୁ ଗିରଫ କରାଯାଇଥିଲା। ରାଖୀ ଅଭିଯୋଗ କରିଥିଲେ ଯେ, ବିବାହ ପରେ ମଧ୍ୟ ଆଦିଲ୍ ଅନ୍ୟତ୍ର ସମ୍ପର୍କରେ ଥିଲେ । ଏହା ଜାଣିବା ପରେ ରାଖୀ ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କରିଥିଲେ। ରାଖୀ ମଧ୍ୟ ଆଦିଲଙ୍କ ଉପରେ ଶାରୀରିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ। ଆଦିଲ ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିଜ ପକ୍ଷ ଉପସ୍ଥାପନ କରିଥିଲେ । ଆଦିଲ ରାଖୀଙ୍କ ବିରୋଧରେ ମଧ୍ୟ କିଛି ଗୁରୁତର ଅଭିଯୋଗ ଆଣିଥିଲେ।

Also Read- Ollywood News: "ଅପରେସନ ୧୨/୧୭" ଚଳଚ୍ଚିତ୍ରର ପ୍ରିମିଅର ଶୋ' ରେ ଦର୍ଶକଙ୍କ ସୁଅ

Also Read- Odisha Politics: ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ