ପୁଲିସ ନିକଟରେ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ
Advertisement
Article Detail0/zeeodisha/odisha2418339

ପୁଲିସ ନିକଟରେ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

Naxal couple: ଡୋସେଲ ଗତ ୧୩ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରୁଥିବା ବେଳେ ଆରତୀ ୯ବର୍ଷ ଧରି ସଂଗଠନରେ କାମ କରୁଥିଲେ।

ପୁଲିସ ନିକଟରେ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଲିସ ପକ୍ଷରୁ ଲଗାତାର ଅପରେସନ ଜାରି ରହିଥିବା ବେଳେ ନକ୍ସଲ ଏବଂ ଛତ୍ରଭଙ୍ଗ ଦେବାକୁ ପଡୁଛି। ନକ୍ସଲ ସଂଗଠନର ଆଗ ଧାଡିର ମାଓ ନେତା ଓ ନେତ୍ରୀମାନେ ଏବେ ମୁଖ୍ୟୁସ୍ରୋତରେ ସାମିଲ ହେବାକୁ ଆଗ୍ରହ ଦେଖାଇଲେଣି। ଆଜି ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଆଗଧାଡିର ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ କୁତୁଲ ଏରିଆ କମିଟିର ମାଓ କମାଣ୍ଡର ସୋନବା ଅରଫ ଡୋସେଲ ସଲାମ ଏବଂ ତାଂକ ପଦ୍ନୀ ଜନତାନା ସରକାର ସଦସ୍ୟା ଆରତୀ ସଲାମ। ଆଜି ପୁଲିସ ବିଭାଗ ତରଫରୁ ଦୁହିଁଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଦୁହିଁଙ୍କୁ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ତାଲିମ ପ୍ରଦନ କରାଯାଇ ବାକି ଜୀବନ କିପରି ସୁଖରେ କଟାଇବେ ସେନେଇ ଚେଷ୍ଟା କରାଯିବ ବୋଲି ପୁଲିସ କହିଛି।

ଅନ୍ୟପଟେ ଡୋସେଲ ଗତ ୧୩ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରୁଥିବା ବେଳେ ଆରତୀ ୯ବର୍ଷ ଧରି ସଂଗଠନରେ କାମ କରୁଥିଲେ।ନାରାୟଣପୁର ଏସପି ପ୍ରଭାତ କୁମାରଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି।